ଏମିତି ବି ଆସେ ମୃତ୍ୟୁ ! ସ୍ୱାମୀ ଚାଲିଗଲା ପରେ କାନ୍ଦି କାନ୍ଦି ଟଳିପଡ଼ିଲେ ସ୍ତ୍ରୀ

ସ୍ୱାମୀଙ୍କ ମୃତଦେହକୁ ଧରି ବାହୁନି ବାହୁନି କାନ୍ଦୁଥିବା ବେଳେ ଅଚେତ ହୋଇପଡିଥିଲେ । ପରିବାର ସଦସ୍ୟ ତାଙ୍କୁ ଡାକ୍ତରଖାନା ନେଇଥିଲେ ହିଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Wife Death

ହୃଦଘାତରେ ଚାଲିଗଲେ ସ୍ୱାମୀ । ଜୀବନ ସାଥୀଙ୍କ ମୃତ୍ୟୁକୁ ସହି ପାରିଲେନି ସ୍ତ୍ରୀ । ଆଉ ସ୍ୱାମୀଙ୍କ ମୃତ୍ୟୁର ଘଣ୍ଟାଏ ପରେ ତାଙ୍କର ମଧ୍ୟ ଜୀବନ ଚାଲିଗଲା । ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ବାଳିମେଳାରେ । ବାଳିମେଳା ଏନଏସିର ୧୨ ନମ୍ବର ୱାର୍ଡରେ ରହୁଥିବା ହରି କୁଳଦୀପ ଦିନ ମଜୁରିଆ ଭାବେ କାମ କରି ଗୁଜରାଣ ମେଣ୍ଟାଉଥିଲେ । ଆଜି ସକାଳ ସେ ହୃଦଘାତରେ ପ୍ରାଣ ହରାଇଥିଲେ । ତେବେ ତାଙ୍କ ମୃତ୍ୟୁ ପରେ ଭାଙ୍ଗି ପଡିଥିଲେ ସ୍ତ୍ରୀ କମଳା ।

ସ୍ୱାମୀଙ୍କ ମୃତଦେହକୁ ବାହୁନି ବାହୁନି କାନ୍ଦୁଥିବା ବେଳେ ଅଚେତ ହୋଇପଡିଥିଲେ । ପରିବାର ସଦସ୍ୟ ତାଙ୍କୁ ଡାକ୍ତରଖାନା ନେଇଥିଲେ ହିଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସ୍ୱାମୀଙ୍କ ବିୟୋଗକୁ ସହି ନ ପାରି ସେ ମୃତ୍ୟୁ ବରଣ କରିଥିବା ଜଣାପଡିଛି । ତେବେ ସ୍ୱାମୀ ଓ ସ୍ତ୍ରୀଙ୍କ ମୃତ୍ୟୁ ପରେ ସାରା ଅଞ୍ଚଳରେ ଖେଳିଯାଇଛି ଶୋକର ଛାୟା। ଉଭୟଙ୍କ ମୃତଦେହକୁ ଏକାଠି ସଂସ୍କାର କରାଯାଇଛି ।