Advertisment

ଶିଖରଚଣ୍ଡୀ ପାହାଡ଼ ଲଣ୍ଡା କରିବାକୁ ଥିଲା ତ ପରିବେଶ ମଂଜୁରୀ ?

ପ୍ରଶାସନ ଯେଉଁ ସ୍ଥାନରୁ ବହୁ ସଂଖ୍ୟାରେ ଗଛ କାଟି ପାହାଡ଼କୁ ଲଣ୍ଡା କରିଛି, ସେଠି ନୂଆ ଗଛ ପୋତି ଆନ୍ଦୋଳନକୁ ଆହୁରି ଜୋରଦାର କରିଛି ମା ଶିଖରଚଣ୍ଡି ଆଞ୍ଚଳିକ ସୁରକ୍ଷା ସମିତି।

ଅଦ୍ୟତନ ହୋଇଛି
undefined

NGT team reviews Sikharchandi project in Bhubaneswar

Advertisment

ପାନୀୟଜଳ ପ୍ରକଳ୍ପ ପାଇଁ ଭୁବନେଶ୍ବର ଶିଖରଚଣ୍ଡି ପାହାଡରୁ ମାତ୍ରାଧିକ ଗଛକଟାକୁ ନେଇ ଆନ୍ଦୋଳନ ତେଜିଥିବାବେଳେ ଆଜି ଗ୍ରାଉଣ୍ଡ ଜିରୋରେ ସରଜମିନ ତଦନ୍ତ କରିଛନ୍ତି ଏନଜିଟି ଟିମ୍। ରହିତାଦେଶ ପରେ ବି ପାହାଡ଼ଫଟା ଓ ଗଛକଟା ପାଇଁ ପରିବେଶ ମଂଜୁରୀ ଥିଲା କି ନାହିଁ ସେ ନେଇ ଜିଲ୍ଲା ପ୍ରଶାସନ ଓ ୱାଟକୋକୁ ସବିଶେଷ ତଥ୍ୟ ମାଗିବା ସହ ତାଗିଦ୍ ବି କରିଛି। ସେପଟେ ଲଣ୍ଡା ପାହାଡ଼ରେ ପୁନର୍ବାର ଗଛ ପୋତି ଆନ୍ଦୋଳନକୁ ତୀବ୍ର କରିଛି ଶିଖରଚଣ୍ଡି ଆଞ୍ଚଳିକ ସୁରକ୍ଷା ସମିତି।

Advertisment

ଶିଖରଚଣ୍ଡୀ ପାହାଡ ଉପରେ ସରଜମିନ ତଦନ୍ତ ପାଇଁ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ଟିମ୍। ପାହାଡ଼ରୁ କେତେ ଗଛ କଟା ଯାଇଛି? କେଉଁ ପ୍ରକଳ୍ପ ପାଇଁ ଗଛ କଟାଯାଇଛି ? ପ୍ରଶାସନ ପକ୍ଷରୁ ପ୍ରକଳ୍ପ ପାଇଁ ପରିବେଶ ମଞ୍ଜୁରୀ ନିଆଯାଇଛି ନା ନାହିଁ ? NGTଙ୍କ ନିର୍ଦ୍ଦେଶ ସତ୍ବେ କାମ କାହିଁକି ଅଟକିଲା ନାହିଁ ? ଏ ସବୁ ପ୍ରଶ୍ନର ଉତ୍ତର ମାଗି ତାଗିଦ କରିଛନ୍ତି ଏନଜିଟି ଟିମ୍। ତାସହ ପରବର୍ତ୍ତୀ ଶୁଣାଣି ପୂର୍ବରୁ ପ୍ରକଳ୍ପ ସହ ପରିବେଶ ମଞ୍ଜୁରୀ ନେଇ ସବିଶେଷ ତଥ୍ୟ ଦାଖଲ ପାଇଁ ଉଭୟ ୱାଟ୍ କୋ ଓ ଖୋର୍ଦ୍ଧା ଜିଲା ପ୍ରଶାସନକୁ ଦେଇଛନ୍ତି ନିର୍ଦ୍ଦେଶ।

ଏତେ ସଂଖ୍ୟାରେ ଗଛ କଟା ଯୋଗୁଁ ଜୈବ ବିବିଧତା କେତେ ନଷ୍ଟ ହୋଇଛି ? ବନ୍ୟଜନ୍ତୁ କେତେ ପ୍ରଭାବିତ ହୋଇଛନ୍ତି ? ସେ ନେଇ ଜଙ୍ଗଲ ବିଭାଗ ଅବଗତ ଅଛି କି ନାହିଁ, ସେ ସବୁର ଗ୍ରାଉଣ୍ଡ ଜିରୋରୁ ତଥ୍ୟ ସଂଗ୍ରହ କରି ଫେରିଛି ଏନଜିଟି ଟିମ୍। ସବୁ ଦିଗରୁ ତଥ୍ୟ ସଂଗ୍ରହ କରି ଏନଜିଟିଙ୍କ ନିକଟରେ ରିପୋର୍ଟ ଦାଖଲ କରିବ। ଆସନ୍ତା ଜୁଲାଇ ୫ରେ ମାମଲାର ପରବର୍ତ୍ତୀ ଶୁଣାଣି ଥିବା ବେଳେ ଏହା ପୂର୍ବରୁ ସବୁ ତଥ୍ୟ ପ୍ରମାଣ ଦାଖଲ ପାଇଁ ଆବେଦକଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

Advertisment

ସେପଟେ ପ୍ରଶାସନ ଯେଉଁ ସ୍ଥାନରୁ ବହୁ ସଂଖ୍ୟାରେ ଗଛ କାଟି ପାହାଡ଼କୁ ଲଣ୍ଡା କରିଛି, ସେଠି ନୂଆ ଗଛ ପୋତି ଆନ୍ଦୋଳନକୁ ଆହୁରି ଜୋରଦାର କରିଛି ମା ଶିଖରଚଣ୍ଡି ଆଞ୍ଚଳିକ ସୁରକ୍ଷା ସମିତି। ସ୍ଥାନୀୟ ବାସିନ୍ଦାଙ୍କ ସହ ଏହି ଆନ୍ଦୋଳନରେ ଆଜି ସାମିଲ ହୋଇଥିଲେ ଜଟଣୀ ବିଧାୟକ ସୁରେଶ ରାଉତରାୟ, ପରିବେଶବିତ୍ ପ୍ରଫୁଲ ସାମନ୍ତରା, ପ୍ରେରଣା ଅଧ୍ୟକ୍ଷ ଦିଲ୍ଲୀପ ଶ୍ରୀଚନ୍ଦନ ପ୍ରମୁଖ। ଆଗାମୀ ଦିନରେ ପର୍ଯ୍ୟାପ୍ତ  ବୃକ୍ଷରୋପଣ ସହ ଶିଖରଚଣ୍ଡି ପାହାଡକୁ ପୁନର୍ବାର ସବୁଜ ସୁନ୍ଦର କରିବା ପାଇଁ ସଂକଳ୍ପ ବି ନେଇଛନ୍ତି। ପ୍ରଶାସନର ବିକାଶ କାର୍ଯ୍ୟକୁ ସେମାନେ ବିରୋଧ କରନ୍ତିନି, ବରଂ ବୃକ୍ଷଛେଦନ କରି ପାନୀୟ ଜଳ ପ୍ରକଳ୍ପ ନିର୍ମାଣକୁ ବିରୋଧ କରୁଥିବା କହିଛନ୍ତି। ପାହାଡ଼ ଉପରେ ପାନୀୟଜଳ ପ୍ରକଳ୍ପକୁ ବିରୋଧ ଭିତରେ ମା ଶିଖରଚଣ୍ଡିଙ୍କ ନାଁରେ ଥିବା ପ୍ରାୟ ୩୧୨ ଏକର ଜମି ଚିହ୍ନଟ ପାଇଁ ବି ଜୋରଦାର ଦାବି ହେଲାଣି।

Sikharchandi Hill NGT
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ