Advertisment

ଅଜବ ବ୍ୟକ୍ତି : ବର୍ଷ ବର୍ଷ ଧରି ସବୁ ଘଟଣା ମନେ ରଖୁଛନ୍ତି

ସାଧାରତଃ ଦୁଇ ତିନି ଦିନ ଗୋଟିଏ କଥା ମନେ ରହିବା କଷ୍ଟ ହୋଇପଡୁଛି। କିନ୍ତୁ ଆମେରିକାରେ ରହୁଥିବା ଜଣେ ବ୍ୟକ୍ତିଙ୍କ ସ୍ମୃତି ଶକ୍ତି ଏତେ ପ୍ରଖର ଯେ ତାଙ୍କୁ ଦେଖିଲା ପରେ ମନେହୁଏ ଯେ ସତେ ଯେପରି ତାଙ୍କ ମସ୍ତିଷ୍କରେ କମ୍ପ୍ୟୁଟରର ମେମୋରୀ ଲାଗିଛି। ବର୍ଷ ବର୍ଷ ଧରି ସେ ଅନେକ କଥା ମନେ ରଖିଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
American man who never forgets anything

American man who never forgets anything

ଅନେକ ଲୋକ ଏହା କୁହନ୍ତି ଯେ ସେମାନେ ଛୋଟ ଛୋଟ କଥାକୁ କିଛି ସମୟ ପରେ ଭୁଲିଯାଆନ୍ତି। ଅନେକ ଲୋକ ଏହା ମଧ୍ୟ କୁହନ୍ତି ଯେ ସେମାନେ ତାଙ୍କ ପ୍ରିୟ ଲୋକଙ୍କ ଜନ୍ମଦିନ ବା ବିବାହ ବାର୍ଷିକୀ ଆଦି ମଧ୍ୟ୍ ଭୁଲିଯାଆନ୍ତି, ଯେଉଁ କାରଣରୁ ଘରେ ଝଗଡା ମଧ୍ୟ ହୋଇଥାଏ। ଏମିତିରେ ବି ତୀକ୍ଷ୍ଣ ସ୍ମୃତି କାହା ପାଇଁ ବରଦାନ ଠାରୁ ବି କମ୍ ନୁହେଁ, କେବଳ ଭାଗ୍ୟଶାଳୀ ବ୍ୟକ୍ତିମାନେ ଏହିପରି ସ୍ମୃତି ଶକ୍ତି ପାଇଥା’ନ୍ତି।

Advertisment

ଆମେରିକାରେ ରହୁଥିବା ଜଣେ ବ୍ୟକ୍ତିଙ୍କ ସ୍ମୃତି ଶକ୍ତି ଏତେ ପ୍ରଖର ଯେ ତାଙ୍କୁ ଦେଖିଲା ପରେ ମନେହୁଏ ଯେ ସତେ ଯେପରି ତାଙ୍କ ମସ୍ତିଷ୍କରେ କମ୍ପ୍ୟୁଟରର ମେମୋରୀ ଲାଗିଛି। ବର୍ଷ ବର୍ଷ ଧରି ସେ ଅନେକ କଥା ମନେ ରଖିଛନ୍ତି।

Advertisment

ଆମେରିକାର ଲସ୍ ଆଞ୍ଜେଲସରେ ରହୁଥିବା ବବ୍ ପେଟ୍ରେଲା ନିଜର ସୁପର ପାୱାର୍ ପାଇଁ ବେଶ ଜଣାଶୁଣା। ତାଙ୍କ ସୁପର ପାୱାର୍ ହେଉଛି ତାଙ୍କ ସ୍ମୃତି। ବାସ୍ତବରେ, ବବ୍ ସେହି ଅଳ୍ପ ଲୋକଙ୍କ ମଧ୍ୟରୁ ଜଣେ, ଯାହାଙ୍କର ସ୍ମୃତି ଶକ୍ତି ବହୁତ ଶକ୍ତିଶାଳୀ। ଡାକ୍ତରୀ ଶବ୍ଦରେ, ଏହି ଅବସ୍ଥାକୁ ହାଇ ସୁପିଅର୍ ଅଟୋବିଓଗ୍ରାଫିକାଲ୍ ମେମୋରୀ କୁହାଯାଏ। ଏକ ସୂଚନା ଅନୁଯାୟୀ, ବିଶ୍ୱରେ ଏପରି ସ୍ମୃତିର ୬୦ଟି ମାମଲା ରେକର୍ଡ ହୋଇଛି। ବର୍ତ୍ତମାନ ଆପଣ ନିଶ୍ଚିତ ଭାବୁଥିବେ କ୍ଷିପ୍ର ସ୍ମୃତିର ବା କ’ଣ ଅର୍ଥ ଅଛି? କାରଣ ପ୍ରାୟ ସମସ୍ତ ଲୋକ ପିଲାଦିନରୁ ବୃଦ୍ଧାବସ୍ଥା ପର୍ଯ୍ୟନ୍ତ ଶିଖାଯାଇଥିବା ବର୍ଣ୍ଣମାଳାକୁ ମନେ ରଖନ୍ତି। ତେବେ ବବ୍‌ଙ୍କ କ୍ଷେତ୍ରରେ ବା ନୂଆ କଥା କ’ଣ?

American man who never forgets anythingଅଜବ ବ୍ୟକ୍ତି : ବର୍ଷ ବର୍ଷ ଧରି ସବୁ ଘଟଣା ମନେ ରଖୁଛନ୍ତି

ବବ୍ ଯେ କେବଳ ପାଠପଢାରେ କ୍ଷୀପ୍ର ନୁହେଁ, ଜୀବନରେ ଘଟୁଥିବା ଛୋଟ ଛୋଟ ଜିନିଷକୁ ମଧ୍ୟ ସେ ଭଲ ଭାବରେ ମନେ ରଖିଥାନ୍ତି। ସେ ମନେ ରଖିଛନ୍ତି କେଉଁ ବର୍ଷ, କେଉଁ ଦିନ ଏବଂ କେଉଁ ରାଜନୈତିତିକ ଦଳ ପାଇଁ ସେ ପ୍ରଥମ ଥର ପାଇଁ ଭୋଟ୍ ଦେଇଥିଲେ। ସେ ଏହା ମଧ୍ୟ ମନେ ରଖିଛନ୍ତି ଯେ ୧୦ ବର୍ଷ ପୂର୍ବେ ଏକ ଜନ୍ମଦିନ ଭୋଜିରେ ତାଙ୍କ ସାଙ୍ଗମାନେ କେଉଁ ରଙ୍ଗର ପୋଷାକ ପିନ୍ଧିଥିଲେ ଏବଂ ସେହିଦିନ କ’ଣ ଘଟିଥିଲା। କେବଳ ଏତିକି ନୁହେଁ, ସେ ଯୁଆଡେ ବି ଯାଆନ୍ତି, ସେଠାକାର ଲୋକ ଓ ଆଖପାଖରେ ଥିବା ଜିନିଷକୁ ଥରେ ଦେଖିନେଲେ, ସେସବୁ ତାଙ୍କ ସ୍ମୃତିରେ ରହିଯାଏ।

ନାସ୍ ଡେଲି ୟୁଟ୍ୟୁବ୍ ଚ୍ୟାନେଲ୍ ଅନୁଯାୟୀ ଡାକ୍ତରମାନେ ତାଙ୍କ ମସ୍ତିଷ୍କକୁ ପ୍ରାୟ ୨୦ ବର୍ଷ ଧରି ଅଧ୍ୟୟନ କରୁଛନ୍ତି, କିନ୍ତୁ ବବ୍‌ଙ୍କ ସ୍ମୃତି କିପରି ଏତେ କ୍ଷମତାଶାଳୀ ତାହା ସେମାନେ ବୁଝିପାରୁ ନାହାଁନ୍ତି। ତେବେ ଏହି ସ୍ମୃତି ଶକ୍ତି ତାଙ୍କ ପାଇଁ ଏକ ବଡ ବରଦାନ ମଧ୍ୟ ହୋଇଛି। ତାଙ୍କର କ୍ଷୀପ୍ର ସ୍ମୃତି ହେତୁ ସେ ଦୁଃଖଦ ଘଟଣାକୁ ମଧ୍ୟ ମନେ ରଖି ନିଅନ୍ତି, ଯାହା ତାଙ୍କୁ ବାରମ୍ବାର ଦୁଃଖ ଦିଏ। କିନ୍ତୁ ସେ ଏହିକ୍ଷେତ୍ରରେ ତାଙ୍କର ସୁପର୍ ପାୱାର୍ ବ୍ୟବହାର କରି ଏଥିରୁ ମୁକ୍ତି ପାଇଯାଆନ୍ତି। ଏହି ସମୟ ସେ ତାଙ୍କ ସ୍ମୃତିରେ ଥିବା ଖୁସୀର ସମୟକୁ ମନେ ପକାନ୍ତି ଓ ସବୁ ଦୁଃଖ-କଷ୍ଟ ଭୁଲିଯାଆନ୍ତି।

Special Story
Advertisment
Advertisment