Adani Group
ରାଜ୍ୟରେ ପ୍ରାୟ ୭୪ ହଜାର ୬୨୦ କୋଟି ଟଙ୍କାର ହେବ ପୁଞ୍ଜି ନିବେଶ । ଏହି ପୁଞ୍ଜି ନିବେଶ କରିବ ଆଦାନୀ ଗ୍ରୁପ୍ । ହାଇଲେଭଲ କ୍ଲିୟରାନ୍ସ କମିଟି ବୈଠକରେ ୧୦ଟି ପ୍ରକଳ୍ପକୁ ମଂଜୁରୀ ପରେ ଏନେଇ ସୂଚନା ମିଳିଛି । ସବୁଠାରୁ ବଡ଼ କଥା ହେଉଛି ଏହି ୧୦ଟି ପ୍ରକଳ୍ପରେ ନିଯୁକ୍ତି ସୁଯୋଗ ପାଇବେ ୨୪ ହଜାର ୦୪୭ ଜଣ । ରାୟଗଡ଼ା କାଶୀପୁରରେ ଆଲୁମିନା ରିଫାଇନାରୀ ପ୍ଲାଣ୍ଟ କରିବ ଆଦାନୀ ଗ୍ରୁପ୍ । ଆଲୁମିନା ଓ ସିପିପି ପ୍ଲାଣ୍ଟରେ ନିବେଶ ହେବ ୪୧ ହଜାର ୬୫୩ କୋଟି ଟଙ୍କା ବୋଲି ସୂଚନା ମିଳିଛି ।
ତେବେ ଉଭୟ ପ୍ଲାଣ୍ଟରେ ମୋଟ ୭୭୫୦ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ ବୋଲି କୁହାଯାଇଛି । ସେହିଭଳି କଳିଙ୍ଗନଗରରେ ଷ୍ଟିଲ ଓ ସିପିପି ପ୍ଲାଣ୍ଟ କରିବ ଓଡ଼ିଶା ଆଲୟଜ୍ ଷ୍ଟିଲ୍ । ଉଭୟ ପ୍ଲାଣ୍ଟରେ ନିବେଶ ହେବ ୮ ହଜାର କୋଟି ଟଙ୍କା । ଆଉ ଏଥିରେ ୫ ହଜାର ଜଣ ନିଯୁକ୍ତି ପାଇବେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1660142115.jpg)