/odishatv-khabar/media/post_attachments/uploadimage/library/16_9/16_9_0/alligator_1650195074.jpg)
alligator
କୁମ୍ଭୀରକୁ ଖାଇବା ଦେଉଥିଲେ ଯୁବତୀ। ଠିକ ଏମିକି ବେଳେ ଘଟିଲା ଦୁର୍ଘଟଣା। ଯୁବତୀକୁ ଭିଡ଼ିନେଲା କୁମ୍ଭୀର। ଯୁବତୀଙ୍କ ହାତକୁ କାମୁଡ଼ି ପାଣି ଭିତରକୁ ଭିଡ଼ି ନେଲା କୁମ୍ଭୀର। ସୋସିଆଲ୍ ମିଡିଆରେ ଏ ଭିଡିଓ ଏବେ ଭାଇରାଲ୍ ହେଉଛି। ଭିଡିଓରେ ଦେଖିବାକୁ ମିଳୁଛି ଜଣେ ଯୁବତୀ କୁମ୍ଭୀରଙ୍କୁ ଖାଇବାକୁ ଦେଉଛନ୍ତି।
ହଠାତ ଯୁବତୀଙ୍କ ହାତକୁ କାମୁଡି ନିଜ ଆଡ଼କୁ ଭିଡ଼ି ନେଉଛି କୁମ୍ଭୀର। ଯୁବତୀ ଜଣକ ଯେତେ ଚେଷ୍ଟା କଲେ ବି କୁମ୍ଭୀର ପାଟିରୁ ତାଙ୍କ ହାତ କାଢ଼ି ଆଣି ପାରୁ ନାହାଁନ୍ତି। ଠିକ ଏତିକି ବେଳେ ଅନ୍ୟ ଜଣେ ବ୍ୟକ୍ତି କୁମ୍ଭୀର ଥିବା ପାଣି କୁଣ୍ଡ ଭିତରକୁ ପଶି ଯୁବତୀଙ୍କୁ ଉଦ୍ଧାର କରୁଥିବା ଦେଖିବାକୁ ମିଳିଛି।
ସୂଚନା ଅନୁସାରେ ଯୁବତୀ ଜଣକ କୁମ୍ଭୀର ଦେଖିବାକୁ ଆସିଥିବା ସ୍କୁଲ୍ ଛାତ୍ରଛାତ୍ରୀଙ୍କ ସମ୍ମୁଖରେ କୁମ୍ଭୀରକୁ ଖାଇବାକୁ ଦେଉଥିବା ବେଳେ ଏପରି ଦୁର୍ଘଟଣା ଘଟିଥିଲା । ପିଲାମାନଙ୍କ ଦଳରେ ଥିବା ଜଣେ ବ୍ୟକ୍ତି ଏପରି ପରିସ୍ଥିତିରେ କୁମ୍ଭୀରକୁ ମାଡ଼ି ବସିବାରୁ ଯୁବତୀଙ୍କ ଜୀବନ ବଞ୍ଚିଯାଇଛି । ଉଦ୍ଧାର ପରେ ଯୁବତୀ ଜଣକ କହିଛନ୍ତି କୁମ୍ଭୀର ମୋ ହାତକୁ କାମୁଡିଲା ବେଳେ ମୋତେ ଲାଗୁଥିଲା ମୋ ହାତ ଆଉ ରହିବନି।
କୁମ୍ଭୀର ହାବୁଡ଼ରୁ ବଞ୍ଚିବା ଏକ ନୂଆ ଜୀବନ ପାଇବା ସହ ସମାନ । କାରଣ କୁମ୍ଭୀରଙ୍କ ଦାନ୍ତ ଏତେ ତୀକ୍ଷ୍ଣ ଯେ, ଥରେ ଯିଏ କୁମ୍ଭୀର ପାଟିରେ ପଡିଯାଏ, ସେ ବଂଚିବା କଷ୍ଟକର ହୋଇପଡେ । ସେଥିପାଇଁ କୁହାଯାଏ ଥରେ ଯିଏ କୁମ୍ଭୀର ପାଟିରେ ପଡ଼ିଲା ତା’ର ଜୀବନ ଯିବା ନିଶ୍ଚିତ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)