Advertisment

‘ମାସକ ଭିତରେ ଭୁବନେଶ୍ୱରର ସବୁ ମୁକୁଳା ଡ୍ରେନରେ ପଡ଼ିବ ସ୍ଲାବ’

ନିକଟରେ ୟୁନିଟ୍-୩ ମସଜିଦ କଲୋନୀରେ ଡ୍ରେନ ପାଣିରେ ଭାସି ଜଣେ ନାବାଳକର ମୃତ୍ୟୁ ପରେ ଆକ୍ଟିଭ ଓ ଆକ୍ସନ ମୁଡକୁ ଆସିଛି ଭୁବନେଶ୍ବର ମହାନଗର ନିଗମ କର୍ତ୍ତୃପକ୍ଷ ।

ଅଦ୍ୟତନ ହୋଇଛି
Drain Slab

Drain Slab

Advertisment

ମାସକ ଭିତରେ ଭୁବନେଶ୍ବରରେ ମୁକୁଳା ଡ୍ରେନ ଉପରେ ପଡ଼ିବ ସ୍ଲାବ। ସପ୍ତାହକ ଭିତରେ ସରିବ ଡ୍ରେନ ବ୍ୟାରିକେଡ କାମ। ଏହି ସୂଚନା ଦେଇଛନ୍ତି ବିଏମସି କମିଶନର ରାଜେଶ ପ୍ରଭାକର ପାଟିଲ୍ । ଭୁବନେଶ୍ୱର ସହରରେ ମୋଟ ୧୮୦୦ କିଲୋମିଟର ଡ୍ରେନ ରହିଛି। ସେଥିରୁ ବିଏମସି ଅଧୀନରେ ୧୩୮୦ କିଲୋମିଟର ଆସୁଛି ।

Advertisment

ଏହା ଭିତରେ ରହିଛି ୨୭ କିଲୋମିଟର ମୁକୁଳା ଡ୍ରେନ। ସେସବୁକୁ ଚିହ୍ନଟ କରାଯାଇଛି। ଯୁଦ୍ଧକାଳୀନ ଭିତ୍ତିରେ ସ୍ଲାବ୍ କାମ ସରିବ । କିଛି ସ୍ଥାନରେ ଡ୍ରେନ ଉପରେ ଜବରଦଖଲ ରହିଛି। ବିଭିନ୍ନ ବିଭାଗ ସହ ସମନ୍ବୟ ବୈଠକ କରାଯାଇ ଜବରଦଖଲ ଉଛେଦ ପାଇଁ ପଦକ୍ଷେପ ନିଆଯାଉଛି। ବ୍ୟାରିକେଡ଼ ପାଇଁ ଚିହ୍ନଟ ହୋଇଛି ୩୪ଟି ସ୍ଥାନ। ନିକଟରେ ୟୁନିଟ୍-୩ ମସଜିଦ କଲୋନୀରେ ଡ୍ରେନ ପାଣିରେ ଭାସି ଜଣେ ନାବାଳକର ମୃତ୍ୟୁ ପରେ ଆକ୍ଟିଭ ଓ ଆକ୍ସନ ମୁଡକୁ ଆସିଛି ଭୁବନେଶ୍ବର ମହାନଗର ନିଗମ କର୍ତ୍ତୃପକ୍ଷ ।

ଅନ୍ୟପଟେ ବର୍ଷା ପୂର୍ବରୁ ଡ୍ରେନରୁ ପଙ୍କ ସଫା କରୁଛି ବିଏମସି। ଗତକାଲି ବୈଠକରେ ନିଷ୍ପତ୍ତି ପରେ ଯୁଦ୍ଧ କାଳୀନ ଭିତରେ ଡ୍ରେନରୁ ପଙ୍କ କଢାଯାଉଛି। ଡ୍ରେନରୁ ପଙ୍କ କାଢିବା ଏବଂ ମେନ୍  ଡ୍ରେନରେ ତାର ଜାଲି ବୁଲିବା ନେଇ ଗତକାଲି ବିଏମସି ବୈଠକରେ ନିଷ୍ପତ୍ତି ହୋଇଥିଲା। ଜୁଲାଇ ୧୫ ସୁଦ୍ଧା ସମସ୍ତ ଡ୍ରେନ ସଫା କରିବା ନେଇ ନିର୍ଦ୍ଦେଶ ଦେଇଥିଲେ ମେୟର। ଏହା ପରେ ଆଜି ସକାଳୁ ବିଭିନ୍ନ ସ୍ଥାନରେ ଡ୍ରେନ ସଫା କରାଯାଉଛି। ଆଗକୁ ବଡ଼ ବର୍ଷା ସମ୍ଭାବନା ରହିଥିବା ବେଳେ କିପରି କାର୍ଯ୍ୟ ଶେଷ ହେବ ସେନେଇ ପ୍ରଶ୍ନ ଉଠୁଛି।

Advertisment

ସେପଟେ ବର୍ଷା ଦିନେ ଯେଭଳି କଟକରେ ଜଳବନ୍ଦୀ ପରିସ୍ଥିତି ନଉପୁଯିବ ସେଥିପାଇଁ ବକ୍ସ ଡ୍ରେନ୍ ବୁଲି ଦେଖିଛନ୍ତି ବାରବାଟୀ-କଟକ ବିଧାୟିକା ସୋଫିଆ ଫିରଦୋସ । ଜଳ ନିଷ୍କାସନ ନେଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଆସନ୍ତା ଦିନେ ଦୁଇଦିନ ମଧ୍ୟରେ ଲଘୁଚାପ ଜନିତ ବର୍ଷା ହେବାର ସମ୍ଭାବନା ଥିବାରୁ ବକ୍ସ ଡ୍ରେନ ଦେଇ କିପରି ଜଳ ନିଷ୍କାସନ ହେବ ଏବଂ ସହରରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ନ ହେବ ସେନେଇ ୱାଟକୋ ଡ୍ରେନେଜ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି।

ଡ୍ରେନରୁ ପଙ୍କଦ୍ଧାର ଓ ଆବର୍ଜନା ବାହାର କରି ଜଳ ନିଷ୍କାସନକୁ ତ୍ୱରାନ୍ୱିତ କରିବା ପାଇଁ ସେ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। ସ୍ଥାନୀୟ ଜନସାଧାରଣଙ୍କ ଅଭିଯୋଗ ଆଧାରରେ ବିଧାୟିକା ପଟ୍ଟା ପୋଲ, ବାରପଥର, ମେରିଆ ବଜାର ଆଦି ଅଞ୍ଚଳ ବୁଲି ଦେଖିଥିଲେ। ତାଙ୍କ ସହ ବାପା ତଥା ପୂର୍ବତନ ବିଧାୟକ ମହମ୍ମଦ ମୋକିମ ଓ ସ୍ଥାନୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ