Advertisment

ଓଡ଼ିଶାରେ ବାୟୁ ପ୍ରଦୂଷଣର ଉତ୍କଟ ସ୍ଥିତି: ଲୋକଙ୍କ ଆୟୁକାଳ ୫ ବର୍ଷ କମିଯିବ !

ଆୟୁକାଳର ପାଖାପାଖି ୧୯୪୫ ଦିନ(୫ ବର୍ଷ ୪ମାସ) ପୂର୍ବରୁ ଜୀବନ ସରିଯିବ ଅର୍ଥାତ୍ ଜୀବନ ଥାଉ ଥାଉ ଆମେ ମୃତ୍ୟୁକୁ ନିମନ୍ତ୍ରଣ କରିବା। କ୍ୱାଲିଟି ଲାଇଫ୍‌ ଇଣ୍ଡେକ୍ସକୁ ନେଇ ଏଭଳି ଚାଞ୍ଚଲ୍ୟକର ରିପୋର୍ଟ ଦେଇଛି ଆମେରିକାର ଚିକାଗୋ ବିଶ୍ୱବିଦୟାଳୟ।

Air Pollution

Air Pollution

Advertisment

ଭୁବନେଶ୍ୱର: ଓଡ଼ିଶାରେ ଲୋକଙ୍କ ଆୟୁକାଳ ୫ ବର୍ଷ କମିଯିବ। ବିଷ ବଳୟରେ ପବନ, ଯେଉଁଥିପାଇଁ ସମୟ ହେବା ପୂର୍ବରୁ ବନ୍ଦ ହୋଇଯିବ ନିଃଶ୍ୱାସ। ଯେଉଁ ବାୟୁକୁ ଆପଣ ନିଶ୍ୱାସ ନେଉଛନ୍ତି, ତାହା ଜୀବନର ଆୟୁକାଳକୁ ୫ ବର୍ଷ କମାଇଦେବ। ଆୟୁକାଳର ପାଖାପାଖି ୧୯୪୫ ଦିନ(୫ ବର୍ଷ ୪ମାସ) ପୂର୍ବରୁ ଜୀବନ ସରିଯିବ ଅର୍ଥାତ୍ ଜୀବନ ଥାଉ ଥାଉ ଆମେ ମୃତ୍ୟୁକୁ ନିମନ୍ତ୍ରଣ କରିବା। କ୍ୱାଲିଟି ଲାଇଫ୍‌ ଇଣ୍ଡେକ୍ସକୁ ନେଇ ଏଭଳି ଚାଞ୍ଚଲ୍ୟକର ରିପୋର୍ଟ ଦେଇଛି ଆମେରିକାର ଚିକାଗୋ ବିଶ୍ୱବିଦୟାଳୟ। ଓଡ଼ିଶାର ବାୟୁ ପ୍ରଦୂଷଣ ହୋଇଛି ଏହାର ପ୍ରମୁଖ କାରଣ।

Advertisment

ବାୟୁ ପ୍ରଦୂଷଣ ଏବେ ବିଶ୍ୱ ପାଇଁ ସମସ୍ୟା ହୋଇ ଛିଡା ହୋଇଥିବା ବେଳେ ଓଡ଼ିଶା ସବୁଠୁ ଏବେ ଚିନ୍ତାର କାରଣ ସାଜିଛି। ମାତ୍ରାଧିକ ବାୟୁ ପ୍ରଦୂଷଣ ଯୋଗୁ ଏହାର କୁପ୍ରଭାବ ସିଧାସଳଖ ଶରୀର ଉପରେ ପଡୁଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଉତ୍କଟ ବାୟୁ ପ୍ରଦୂଷଣ ତାଲିକାରେ ଦିଲ୍ଲୀ ଏକ ନମ୍ବର ଥିବା ବେଳେ ଏବେ ଓଡ଼ିଶା ତାର ନିକଟତର ହୋଇଛି। ମୁଖ୍ୟତଃ ବାୟୁରେ ଅଧିକ ପରିମାଣରେ ପାର୍ଟିକ୍ୟୁଲେଟ ମ୍ୟାଟର ୨.୫ ( ପିଏମ ୨.୫) ର ଉପସ୍ଥିତି ଯୋଗୁଁ ଏହା ସିଧାସଳଖ ଫୁସଫୁସକୁ ପ୍ରଭାବିତ କରିଥାଏ । ଏହି ପରିମାପକରେ ଦିଲ୍ଲୀ ଥିବା ବେଳେ ଏହାର ପାଖାପାଖି ଓଡ଼ିଶା ମଧ୍ୟ ପହଞ୍ଚିଗଲାଣି।

କ୍ୱାଲିଟି ଲାଇଫ୍‌ ଇଣ୍ଡେକ୍ସକୁ ନେଇ ଆମେରିକାର ଚିକାଗୋ ବିଶ୍ୱବିଦୟାଳୟ ପକ୍ଷରୁ କରାଯାଇଥିବା ଗବେଷଣାରୁ କୁହାଯାଇଛି ଯେ ବାୟୁରେ ଅଧିକ ପରିମାଣରେ ପାର୍ଟିକ୍ୟୁଲେଟ ମ୍ୟାଟର ଯୋଗୁ ଅନେକ ଲୋକ ମୃତ୍ୟୁମୁଖରେ ପଡନ୍ତି । ଭାରତରେ ରାଜଧାନୀ ଦିଲ୍ଲୀ ହେଉଛି ସବୁଠୁ ପ୍ରଦୂଷିତ ସହର ମଧ୍ୟରେ ଅନ୍ୟତମ । ତେବେ ଓଡ଼ିଶାରେ ବାୟୁ ପ୍ରଦୂଷଣମାତ୍ରାକୁ ନେଇ ଯେଉଁ ଚିତ୍ର ଆସିଛି ସେଥିରେ ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କେନ୍ଦୁଝର, ଢେଙ୍କାନାଳ, ଅନୁଗୋଳ ଏବଂ କଟକ ଆଦି ଜିଲ୍ଲାର ନାଁ ରହିଛି। ଏସବୁ ଜିଲ୍ଲା ଲୋକଙ୍କର ଆୟୁକାଳ ୫ ବର୍ଷ ୪ମାସ ବର୍ଷ କମିବାର ଆଶଙ୍କା ରହିଛି। ସେହିପରି ଦେଶରେ ମହାରାଷ୍ଟ୍ର, ଗୁଜରାଟ ଓ ଆନ୍ଧ୍ରପ୍ରଦେଶର ସ୍ଥିତି ମଧ୍ୟ ସଂଗୀନ୍ ରହିଛି।

Advertisment
Air Pollution In Odisha Odisha News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ