Advertisment

କାର୍ଯ୍ୟକ୍ଷମ ହେଉ ହେଉ ଭାଙ୍ଗିଗଲା ଇନ୍ଦ୍ରାବତୀ ମେଗା ଲିଫ୍ଟ କେନାଲ ବନ୍ଧ; ଉଜୁଡ଼ିଗଲା ଚାଷୀ ସ୍ୱପ୍ନ

ଦୀର୍ଘ ପ୍ରତୀକ୍ଷା ପରେ ଏବେ କାର୍ଯ୍ୟକ୍ଷମ ହୋଇଥିଲା ଇନ୍ଦ୍ରାବତୀ ମେଗା ଲିଫ୍ଟ କେନାଲ। ହେଲେ ଚାଷୀଙ୍କ ସ୍ୱପ୍ନ ପୂରଣ ହେବା ପରିବର୍ତ୍ତେ ଭାସି ଯାଇଛି ସେଇ ପାଣିସୁଅରେ। ଶହ ଶହ ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି।

କାର୍ଯ୍ୟକ୍ଷମ ହେଉ ହେଉ ଭାଙ୍ଗିଗଲା  ଇନ୍ଦ୍ରାବତୀ ମେଗା ଲିଫ୍ଟ କେନାଲ ବନ୍ଧ; ଉଜୁଡ଼ିଗଲା ଚାଷୀ ସ୍ୱପ୍ନ

indravati mega lift canal

Advertisment

ଧର୍ମଗଡ଼: ଶୂଖିଲା ଜମିରେ ହସିବ ସୁନା ଫସଲ। ସେଥିପାଇଁ ତିଆରି ହୋଇଥିଲା  ଇନ୍ଦ୍ରାବତୀ ମେଗା ଲିଫ୍ଟ କେନାଲ। କାର୍ଯ୍ୟକ୍ଷମ ହେବ ବୋଲି କଳାହାଣ୍ଡି ଜିଲ୍ଲାର ଲୋକେ ଚାହିଁ ବସିଥିଲେ। ଦୀର୍ଘ ପ୍ରତୀକ୍ଷା ପରେ ଏବେ କାର୍ଯ୍ୟକ୍ଷମ ହୋଇଥିଲା ଇନ୍ଦ୍ରାବତୀ ମେଗା ଲିଫ୍ଟ କେନାଲ। ହେଲେ ଚାଷୀଙ୍କ ସ୍ୱପ୍ନ ପୂରଣ ହେବା ପରିବର୍ତ୍ତେ ଭାସି ଯାଇଛି ସେଇ ପାଣିସୁଅରେ। ଶହ ଶହ ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି। 

Advertisment

ଧର୍ମଗଡ଼ କୋକସରା ବ୍ଲକ ମାଝିଗୁଡ଼ା ନିକଟରେ ଭାଙ୍ଗି ଯାଇଛି ଇନ୍ଦ୍ରାବତୀ ମେଗା ଲିଫ୍ଟ କେନାଲ ବନ୍ଧ ।  ଉକ୍ତ ବନ୍ଧରେ ପ୍ରାୟ ୧୦ ଫୁଟର ଘାଇ ହୋଇଛି। ଇନ୍ଦ୍ରାବତୀ ଉଠା ଜଳସେଚନ କେନାଲ ବନ୍ଧ ଭାଙ୍ଗି ଯିବାରୁ ଶହ ଶହ ହେକ୍ଟର ଜମି ଏବେ ଜଳମଗ୍ନ ହୋଇଯାଇଛି।

Advertisment

ଚାଷ ଜମିରେ ପାଣି ମାଡ଼ି ଯିବା କାରଣରୁ ଚିନ୍ତାରେ ପଡ଼ିଛନ୍ତି ଚାଷୀ।  ଚଳିତ ବର୍ଷ ଠାରୁ ଇନ୍ଦ୍ରାବତୀରୁ ପ୍ରଥମ ଥର ପାଇଁ ଉଠା ଜଳସେଚନରେ କୋକସରା ଓ ଧର୍ମଗଡ ବ୍ଲକର ଅଣଜଳସେଚିତ ଚାଷ ଜମିକୁ ପାଣି ଯୋଗାଇବା ପାଇଁ ପାଣି ଛଡା ଯାଇଥିଲା। ହେଲେ ପ୍ରଥମ ବନ୍ୟାଜଳ ନିଷ୍କାସନରେ ହିଁ ଭାଙ୍ଗିଗଲା କେନାଲ ବନ୍ଧ ।

ସୂଚନା ଅନୁସାରେ କୋକସରା ବ୍ଲକର ମାଝୀଗୁଡା ନିକଟରେ ବିଳମ୍ବିତ ରାତିରେ ଓଭର ଫ୍ଲୋ ପାଣି କେନାଲ ଦେଇ ପ୍ରବାହିତ ହେଉଥିଲା। ହେଲେ ନିମ୍ନମାନ ର କାମ ହୋଇଥିବା କେନାଲ ବନ୍ଧ ଭାଙ୍ଗି ଯାଇଛି ପ୍ରାୟ ୧୦ ଫୁଟ ଖାଇ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି  । ଏବେ ଚାଷୀ ଜମିରେ ରୁଆ ଓ ବୁଣା ଧାନରେ ପାଣି ମାଡ଼ି ଯିବାରୁ ମାଝୀଗୁଡା ଓ କୋକସରା ଅଞ୍ଚଳର ଚାଷୀ କ୍ଷତିଗ୍ରସ୍ତ ହେବା ଆଶଙ୍କା ରହିଛି । ବର୍ତମାନ ସୁଦ୍ଧା ଘଟଣାସ୍ଥଳରେ କୌଣସି ଅଧିକାରୀ ପହଞ୍ଚି ନାହାନ୍ତି।

Advertisment
Indravati Irrigation Project Odisha News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ