ଜିଦରେ ଅଟଳ ରାଜ୍ୟ ଅମଲା ମଞ୍ଚ, ଗୋଟିଏ ଦାବି ୧୯୦୦ରୁ ୪୨୦୦ ଗ୍ରେଡ୍ ପେ' 

ହାତରେ ଝାଡୁ, ଡଷ୍ଟବିନ୍ ଓ ସଫେଇ ସାମଗ୍ରୀ। ଲାଗି ପଡିଛନ୍ତି ପୁରୁଷଙ୍କଠାରୁ ମହିଳା। ସମସ୍ତେ ଏକ ହୋଇ ଚଳାଇଛନ୍ତି ସଫେଇ ଅଭିଯାନ। ମାଲକାନଗିର ମୁଖ୍ୟ ଚିକିତ୍ସାଳୟ ପରିସରରେ ସଫେଇ କରୁଛନ୍ତି ଜିଲ୍ଲା ଅମଲା ମଂଚର ସଦସ୍ୟ ।

Agitating members of Amala Sangha engaged social work in Odisha

୮ ଦିନ ବିତିଲା, ହେଲେ ସରକାର ସେମାନଙ୍କ କଥା ଶୁଣୁନଥିବାରୁ ଜିଦରେ ଅଟଳ ରାଜ୍ୟ ମିଳିତ ଅମଲା ମଞ୍ଚ। ରୋକ୍ ଠୋକ୍ ଶୁଣାଇଛନ୍ତି ଦାବି ପୂରଣ ନହେବା ପର୍ଯ୍ୟନ୍ତ କାର୍ଯ୍ୟରେ ଯୋଗ ଦେବେନି। ସମସ୍ତ ଅମଲା ସମୂହ ଛୁଟିରେ ଥିବାବେଳେ କିଛି ସ୍ଥାନରେ ଦେଖିବାକୁ ମିଳିଥିଲା ଅଭିନବ ପ୍ରତିବାଦ। ସେପଟେ ଅମଲା ଆନ୍ଦୋଳନ ଯୋଗୁଁ ଅଫିସ୍ କାମରେ ଆସୁଥିବା ସାଧାରଣ ଲୋକେ ହଇରାଣ ହେଉଛନ୍ତି।

ହାତରେ ଝାଡୁ, ଡଷ୍ଟବିନ୍ ଓ ସଫେଇ ସାମଗ୍ରୀ। ଲାଗି ପଡିଛନ୍ତି ପୁରୁଷଙ୍କଠାରୁ ମହିଳା। ସମସ୍ତେ ଏକ ହୋଇ ଚଳାଇଛନ୍ତି ସଫେଇ ଅଭିଯାନ। ମାଲକାନଗିର ମୁଖ୍ୟ ଚିକିତ୍ସାଳୟ ପରିସରରେ ସଫେଇ କରୁଛନ୍ତି ଜିଲ୍ଲା ଅମଲା ମଂଚର ସଦସ୍ୟ । ହାତରେ ଝାଡୁ ନେଇ ମେଡିକାଲ ପରିସରରେ ଅଳିଆ, ଆବର୍ଜନା ସଫା କରିଛନ୍ତି। ଜିଲ୍ଲା ଅମଲା ସଂଘର ସଦସ୍ୟମାନେ ସମୂହ ଛୁଟିରେ ଥିବା ବେଳେ ସାମାଜିକ କାର୍ଯ୍ୟରେ ନିଜକୁ ନିୟୋଜିତ କରି ଅଭିନବ ଢଙ୍ଗରେ ଧାରଣା ଦେଇଥିଲେ। ଯେ ପର୍ଯ୍ୟନ୍ତ ଦାବି ପୂରଣ ହୋଇନି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି। 

ସେମିତି ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଧାରଣାରେ ବସିଛନ୍ତି ଅମଲା ମଂଚର ସଦସ୍ୟ। ପୋଷ୍ଟର ମାରି ଦାବି ପୂରଣ ନେଇ ଚାଲିଛି ଧାରଣା।ସମ୍ବଲପୁରରେ ମଧ୍ୟ ଜାରି ରହିଛି ଅମଲାଙ୍କ ଧାରଣା ଜାରି ରହିଛି। ଜିଲ୍ଲାପାଳଙ୍କ ଅଫିସରେ ଏକାଠି ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ କର୍ମଚାରୀ। ବରଗଡ଼ ଜିଲ୍ଲାର ପଦମପୁରରେ ମଧ୍ୟ ରାଜ୍ୟ ଅମଲା ସଂଘର ଆନ୍ଦୋଳନକୁ ସମର୍ଥନ କରି ସ୍ଥାନୀୟ କର୍ମଚାରୀ ଦେଇଛନ୍ତି ସମୂହ ଛୁଟିର ଆହ୍ବାନ।

ସେପଟେ ସାରା ରାଜ୍ୟରେ ଅମଲା ସଂଘର ଆନ୍ଦୋଳନ ଯୋଗୁଁ ସରକାରୀ କାର୍ଯ୍ୟ ଠପ୍ ହୋଇଯାଇଛି। ସ୍ୱାସ୍ଥ୍ୟ, ରାଜସ୍ୱ, RD, ଜଳସେଚନ ବିଭାଗ ସହ ପଞ୍ଚାୟତ ସ୍ତରରେ ପ୍ରାୟ ୫୦ ହଜାର ଅମଲାଙ୍କ ଧାରଣା ଯୋଗୁଁ ହନ୍ତସନ୍ତ ହେଉଛନ୍ତି ସାଧାରଣ ଜନତା।

୧୯୦୦ ଟଙ୍କାରୁ ୪ ହଜାର ୨୦୦କୁ ଗ୍ରେଡ୍ ପେ’ ବୃଦ୍ଧି ଦାବିରେ ଗତ ୩୧ରୁ ଅନିର୍ଦ୍ଦିଷ୍ଟ କାଳ ଆନ୍ଦୋଳନକୁ ଓହ୍ଲାଇଛି ରାଜ୍ୟ ଅମଲା ସଂଘ। ଗତ ୨ ତାରିଖରେ  ଅମଲା ମଞ୍ଚର ୧୬ ଜଣିଆ ପ୍ରତିନିଧି ଦଳ ସହ ଲୋକସେବା ଭବନରେ ଆଲୋଚନା କରିଥିଲେ ମୁଖ୍ୟଶାସନ ସଚିବ। କିନ୍ତୁ ଦାବି ପୂରଣ ନେଇ ଲିଖିତ ପ୍ରତିଶ୍ରୁତି ମିଳିନଥିବାରୁ ସଂଘ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଛି।