Advertisment

ପୁଣି ଜଲ୍‌ୱା ଦେଖାଇଲେ ରାନୀ: ହଟ୍‌ ଡ୍ୟାନ୍ସ କଲେ, ଫ୍ଲାଇଂ କିସ୍ ଦେଇ ଅଣ୍ଟାରେ ଟଙ୍କା ଖୋସିଲେ...

ପୁଣି ଝଲକ ଦେଖାଇଲେ ରାନୀ। ଭଦ୍ରକ ପରେ ସୁନ୍ଦରଗଡ଼ ଜିଲ୍ଲା ବଣାଇରେ ଡ୍ୟାନ୍ସର ରାନୀ ପ୍ରିୟଦର୍ଶିନୀଙ୍କ ହଟ୍‌ ଡ୍ୟାନ୍ସ।

author-image
Rajalaxmi Sahoo
Viral Video Of Dancer Rani Priyadarshini

Viral Video Of Dancer Rani Priyadarshini

ପୁଣି ଝଲକ ଦେଖାଇଲେ ରାନୀ। ଭଦ୍ରକ ପରେ ସୁନ୍ଦରଗଡ଼ ଜିଲ୍ଲା ବଣାଇରେ ଡ୍ୟାନ୍ସର ରାନୀ ପ୍ରିୟଦର୍ଶିନୀଙ୍କ ହଟ୍‌ ଡ୍ୟାନ୍ସ। କାଳୀ ପୂଜା ଅବସରରେ ଭଦ୍ରକରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଡ୍ୟାନ୍ସର ରାନୀଙ୍କ ଜଲ୍‌ୱା ଦେଖିବାକୁ ମିଳିଥିଲା। ଅଶ୍ଲୀଳ ନୃତ୍ୟ ପରିବେଷଣ ନେଇ ସେ ଚର୍ଚ୍ଚାରେ ଥିଲେ। ଏପରିକି ସେ ଡ୍ୟାନ୍ସ କରୁଥିବା ବେଳେ ଜଣେ ମହିଳା ରାନୀଙ୍କୁ ମଞ୍ଚ ତଳୁ ଚପଲ ମାଡ଼ କରିଥିଲେ। ଏବେ ପୁଣି ବଣାଇରେ ରାନୀଙ୍କ ହଟ୍‌ ଡ୍ୟାନ୍ସ ଦେଖିବାକୁ ମିଳିଛି।

Advertisment

ବଣାଇ ଲହୁଣୀ ପଡ଼ା ଥାନା ଅନ୍ତର୍ଗତ ରଜାମୁଣ୍ଡା ସ୍ଥିତ ଏକ କ୍ଲବ୍‌ ପକ୍ଷରୁ ଅପରା ଆୟୋଜିତ କରାଯାଇଥିଲା। ଏହି କାର୍ଯକ୍ରମରେ ଡ୍ୟାନ୍ସର ରାନୀଙ୍କୁ ନିମନ୍ତ୍ରଣ କରାଯାଇଥିଲା ଓ ଦର୍ଶକଙ୍କ ମନୋରଞ୍ଜନ ପାଇଁ ପୁଣି ତାଙ୍କର ଜଲ୍‌ୱା ଦେଖିବାକୁ ମିଳିଥିଲା। ଦଶର୍କଙ୍କୁ ଫ୍ଲାଇଂ କିସ୍ ଦେଇ ସେ ଅଣ୍ଟାରେ ଟଙ୍କା ଖୋସୁଥିବା ଦେଖିବାକୁ ମିଳିଥିଲା।

Advertisment

ସୂଚନା ଅନୁସାରେ, ନିକଟରେ ଭଦ୍ରକରେ ଆୟୋଜିତ ଅପେରା ପେଣ୍ଡାଲରେ ଅଶ୍ଳୀଳ ନୃତ୍ୟ କରିଥିବା ଅଭିଯୋଗରେ ମହିଳା ଦର୍ଶକଙ୍କଠାରୁ ଜୋତା ମାଡ଼ ଖାଇ ବିବାଦକୁ ଆସିଥିଲେ ରାନୀ ପ୍ରିୟଦର୍ଶିନୀ। ମହାକାଳୀ ଉତ୍ସବ ପାଇଁ ଭଦ୍ରକ ସହର ଉତ୍ସବ ମୁଖର ଥିବା ବେଳେ  ଅପ୍ରୀତିକର ଘଟଣା ଘଟିଥିଲା। ଦର୍ଶକଙ୍କ ମନୋରଞ୍ଜନ ପାଇଁ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଶ୍ଲୀଳ ନୃତ୍ୟ ପରିବେଷଣ ଅଭିଯୋଗ ଆଣି ଜଣେ ମହିଳା ଡ୍ୟାନ୍ସ ରାନୀଙ୍କୁ ମଞ୍ଚ ତଳୁ ଚପଲ ମାଡ଼ କରିଥିଲେ। ଏନେଇ କିଛି ଘଣ୍ଟା ଧରି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଯାହାର ଭିଡିଓ ଭାଇରାଲ୍‌ ହୋଇଥିଲା। 

Viral Video
Advertisment
Advertisment