Advertisment

ଷ୍ଟାଚ୍ୟୁ ଲୋଟି ପଡିଥିଲା ଏବେ ଭୁଶୁଡିପଡିଲା କାନ୍ଥ, ବିଶ୍ୱର ୧ ନମ୍ବର ହକି ଷ୍ଟାଡିୟମର ନିର୍ମାଣ କାମକୁ ନେଇ ପ୍ରଶ୍ନ

ମାସେ ହେଲାଣି ସେମିତି ମାଟିରେ ଲୋଟି ପଡିଛି ସହରର ସବୁଠୁ ଆକର୍ଷଣ ଓ ସେଲଫି କର୍ଣ୍ଣର ପାଲଟିଥିବା ଏହି ପ୍ରତିମୂର୍ତ୍ତି। ଖାଲି ସେତିକି ନୁହେଁ, ଷ୍ଟାଡିୟମର ୬ ନମ୍ବର ଗେଟକୁ ଲାଗି ରହିଥିବା କାନ୍ଥରେ ବଡ ଧରଣର ଫାଟ ସୃଷ୍ଟି ହୋଇଛି। ଫୁଟପାଥର ଅନେକ ସ୍ଥାନରେ ଟାଇଲ୍ ବି ଦବି ଗଲାଣି।

Hockey Stadium Wall collapses in Rourkela

Hockey Stadium Wall collapses in Rourkela

Advertisment

ରାଜ୍ୟ ସରକାର ସାରା ବିଶ୍ୱରେ ରାଉରକେଲାକୁ ୧ ନମ୍ବର କରିବାକୁ ସବୁ ପ୍ରକାରର ପ୍ରଚେଷ୍ଟା କଲେ। ମାତ୍ର ୧୫ ମାସ ମଧ୍ୟରେ ବିଶ୍ୱର ଶ୍ରେଷ୍ଠ ହକି ଷ୍ଟାଡିୟମ ତିଆରି କରି ବହୁ ପୁରସ୍କାର ବି ପାଇଲେ। କେବଳ ହକି ଷ୍ଟାଡିୟମ କାହିଁକି ପୁରା ସହରକୁ ନୂଆ ରୂପ ଦିଆଗଲା। ହେଲେ ହକି ବିଶ୍ୱକପକୁ ମାସ ଛଅଟା ଯାଇନି, ଏବେ ନଷ୍ଟ ହେବାକୁ ବସିଲାଣି ଗୋଟିଏ ପରେ ଗୋଟିଏ ନିର୍ମାଣ। ପ୍ରଥମେ ୪୦ ଫୁଟର ହକି ଷ୍ଟାଚ୍ୟୁ ମାଟିରେ ଲୋଟି ପଡିଥିଲା, ଏବେ ଭୁଶୁଡିପଡିଛି ୩୦ ଫୁଟ ଲମ୍ବର କାନ୍ଥ। ତେବେ ପ୍ରଶାସନ କହିଛି, ଡ୍ରେନ୍ ନିର୍ମାଣ ପାଇଁ କାନ୍ଥକୁ ଜାଣିଶୁଣି ଭଙ୍ଗାଯାଇଛି।

Advertisment

ଷ୍ଟାଚ୍ୟୁ ପରେ ଭୁଶୁଡ଼ିଲା କାନ୍ଥ। ନିର୍ମାଣର ୬ ମାସ ଯାଇନି ଗଳି ପଡିଲା। ଗଦା ହୋଇଛି ସିମେଣ୍ଟ ଓ ଇଟାରେ ତିଆରି କାନ୍ଥର ଭଗ୍ନାଂଶ। ପାଖାପାଖି ୩୦ ଫୁଟ ଲମ୍ବ କାନ୍ଥର ଆଉ ଚିହ୍ନ ବର୍ଣ୍ଣ ନାହିଁ। ଯୁଆଡେ ଆଖି ବୁଲାଇଲେ ଇଟା ପଥର ଖଣ୍ଡ ଖଣ୍ଡ ହୋଇ ପଡି ରହିଛି। ବୁଧବାର ସନ୍ଧ୍ୟାରେ ସ୍ମାର୍ଟ ସିଟି ରାଉରକେଲାରେ ସେମିତି ବଡ ବର୍ଷା ପବନ ହୋଇନି, ତଥାପି ବିର୍ସା ମୁଣ୍ଡା ଷ୍ଟାଡିୟମ୍ ଓ ବିମାନ ବନ୍ଦର ପାଖ କାନ୍ଥ ଭାଙ୍ଗି ଚୁରମାର ହୋଇଯାଇଛି। ସକାଳୁ ତରବରିଆ ଭାବେ ଭଙ୍ଗା କାନ୍ଥ ସାମ୍ନା ଅଂଚଳକୁ ଢାଙ୍କି ଦେଇଛି ପ୍ରଶାସନ। ତେବେ ସ୍ଥାନୀୟ ଲୋକେ ଏଥିପାଇଁ ନିମ୍ନ ମାନର କାମକୁ ଦାୟୀ କରିଛନ୍ତି। 

ଜାନୁଆରୀ ୨୦୨୩। ହକି ବିଶ୍ୱକପ୍ ପାଇଁ ସଜେଇ ହୋଇଥିଲା ସ୍ମାର୍ଟ ସିଟି ରାଉରକେଲା। ସହର ସୌନ୍ଦର୍ଯ୍ୟକରଣ ତଥା ହକି ପ୍ରତି ଆକର୍ଷଣ ବଢାଇବାକୁ ଏୟାରପୋର୍ଟ ଓ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍ ପାଖ ଅଂଚଳରେ ନିର୍ମିତ ୧ କିଲୋମିଟର ବ୍ୟାପୀ ଏହି କାନ୍ଥରେ ବିଭିନ୍ନ ଦେଶ ଏବଂ ଅନେକ ଅନ୍ତର୍ଜାତୀୟ ହକି ଖେଳାଳିଙ୍କ ରଙ୍ଗୀନ ଚିତ୍ର ସ୍ଥାନ ପାଇଥିଲା। ହେଲେ ଅସରାଏ ବର୍ଷାରେ କାନ୍ଥ ଲୋଟି ପଡିଛି।

Advertisment

ସେପଟେ ରାଉରକେଲା ମହାନଗର ନିଗମ କମିଶର ତଥା ସ୍ମାର୍ଟସିଟି ସିଇଓ ଶୁଭଙ୍କର ମହାପାତ୍ର ରଖିଛନ୍ତି ଅଜବ ଯୁକ୍ତି। କହିଛନ୍ତି, କାନ୍ଥ ଭାଙ୍ଗିନି ବରଂ ପ୍ରଶାସନ ତାକୁ ଜାଣିଶୁଣି ଭାଙ୍ଗିଛି। କାନ୍ଥର ଅନ୍ୟପଟେ ଡ୍ରେନ ନିର୍ମାଣ ପାଇଁ କାନ୍ଥ ଭଙ୍ଗାଯାଇଥିବା ସ୍ପଷ୍ଟ କରିଛନ୍ତି କମିଶନର। ତେବେ କେବଳ ଏହି କାନ୍ଥ ନୁହେଁ, କିଛି ଦିନ ତଳେ ମାଟିରେ ମୁହଁ ମାଡି ପଡିଥିଲା ହକି ଖେଳାଳିଙ୍କ ୪୦ ଫୁଟର ଷ୍ଟାଚ୍ୟୁ। ସେତେବେଳେ ତରବରିଆ ଭାବେ ପ୍ରଶାସନ ପକ୍ଷରୁ ପ୍ରତିମୂର୍ତ୍ତିଟିକୁ ଘୋଡାଇ ଦିଆଯାଇଥିଲା। 

ମାସେ ହେଲାଣି ସେମିତି ମାଟିରେ ଲୋଟି ପଡିଛି ସହରର ସବୁଠୁ ଆକର୍ଷଣ ଓ ସେଲଫି କର୍ଣ୍ଣର ପାଲଟିଥିବା ଏହି ପ୍ରତିମୂର୍ତ୍ତି। ଖାଲି ସେତିକି ନୁହେଁ, ଷ୍ଟାଡିୟମର ୬ ନମ୍ବର ଗେଟକୁ ଲାଗି ରହିଥିବା କାନ୍ଥରେ ବଡ ଧରଣର ଫାଟ ସୃଷ୍ଟି ହୋଇଛି। ଫୁଟପାଥର ଅନେକ ସ୍ଥାନରେ ଟାଇଲ୍ ବି ଦବି ଗଲାଣି। 

Advertisment

ହକି ବିଶ୍ବକପ୍ ପାଇଁ ସ୍ମାର୍ଟ ସିଟି ସୌନ୍ଦର୍ଯ୍ୟକରଣ ନାଁରେ ପାଣି ପରି ଟଙ୍କା ଖର୍ଚ୍ଚ ହୋଇଥିଲା। ତେବେ ପ୍ରଥମେ ଷ୍ଟାଚ୍ୟୁ ଏବଂ ଏବେ କାନ୍ଥ ଭୁଶୁଡି ପଡିବା ପରେ ରାଉରକେଲାରେ ନିର୍ମିତ ଏକାଧିକ ପ୍ରକଳ୍ପ ଉପରେ ଉଠିଛି ପ୍ରଶ୍ନ। ସେତେବେଳେ ତରବରିଆ ଭାବେ ନିମ୍ନ ମାନର ନିର୍ମାଣ ହୋଇନଥିଲା ତ ? ରାସ୍ତା ଘାଟ, ଲାଇଟ୍, ହକି ଛକ, ଫୁଟପାଥ ଓ ଟଏଲେଟ୍ ନିର୍ମାଣ ମଜବୁତ୍ ଏବଂ ଉନ୍ନତ ମାନର ହୋଇଛି ତ ? 

Birsa Munda Hockey Stadium
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles: