'GupChup' goes
ପେଟ ପାଇଁ ନାଟ ,ନିଜ ପେଟକୁ ଦାନା ଯୋଗାଇବା ପାଇଁ କଳାକାର ସାଜିଲେ ବ୍ୟବସାୟୀ । ଗାଁକୁ ଗାଁ ବୁଲି କେତେବେଳେ ଗୁପଚୁପ ତ ପୁଣି କେତେବେଳେ ଆଇସକ୍ରିମ୍ ବିକି ପେଟ ପାଇଁ ନାଟ କରୁଥିବା ଭିଡ଼ିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ନିଜ ଗୁଜୁରାଣ ମେଣ୍ଟାଇବା ପାଇଁ କଷ୍ଟ କରୁଛନ୍ତି ଜଣେ ବ୍ୟବସାୟୀ । ଗାଁକୁ ଗାଁ ବୁଲି ଗୁପ୍ଚୁପ୍ ଓ ଆଇସ୍କ୍ରିମ୍ ବିକ୍ରି କରିବା ସହ ଦାଶକାଠିଆ ବଜାଇ ଗ୍ରାହକଙ୍କୁ ନିଜ ଆଡକୁ ଆକୃଷ୍ଠ କରୁଛନ୍ତି । ଯାହା ଏବେ ଚର୍ଚ୍ଚାର ପରିଧିକୁ ଆସିଛି ।
ଭାଇରାଲ ହେଉଥିବା ଭିଡ଼ିଓରେ ଗୀତଟି ଲୋକଙ୍କ ମନକୁ ଜିଣିଛି । ବେଶ ଚର୍ଚ୍ଚାକୁ ଆସିଛି ଗୁପ୍ଚୁପ୍ବାଲା ଗୀତ । ଗୁପଚୁପ ଵାଲା ଆସିଚେ, ମା’ କେ ଝିଅ କହୁଚେ, ଚାଉଳ କେ ପଇସା ମାଗୁଚେ । ଘରେ ନାଇଁନ କହିଲେ ଦୁଆରେ ଗଡ଼ ଗଡି ଯାଉଛେ । ଏଭଳି ଗୀତ ଦାସକାଠିଆ ମାଧ୍ୟମରେ ଗୁପୁଚୁପ ବିକୁଛନ୍ତି ବ୍ୟକ୍ତି ଜଣକ
ଗୁପ୍ଚୁପ୍ ବିକାଳି ବୌଦ୍ଧ ଜିଲ୍ଲାର ପିଙ୍ଗିଲାବେଡାର ଗ୍ରାମର ଦୁର୍ଯ୍ୟୋଧନ ସାହୁ (କଂଭୂଧର) ବୋଲି ଜଣାପଡିଛି । କମ୍ବୁଧରଙ୍କ ଗୀତ ଶୁଣି ଛୁଆ ଗୁପଚୁପ ଖାଇବାକୁ ଆସନ୍ତୁ କି ନଆସନ୍ତୁ କିନ୍ତୁ ତାଙ୍କର ଭିଡିଓଟି ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଥିବାବେଳେ ଲୋକେ ବି ବେଶ ପସନ୍ଦ କରୁଥିବା ଦେଖିବାକୁ ମିଳିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1692002669.jpg)