Advertisment

ଅଘଟଣ ପରେ ଚେତିଲା ପୁରୀ ପ୍ରଶାସନ : ପୁରୀ ବେଳାଭୂମିର ୩ଟି ସେକ୍ଟରରେ ଲାଗିଲା ରେଡଫ୍ଲାଗ୍

ରେଡଫ୍ଲାଗ୍ ଲାଗିଥିବା ବେଳାଭୂମିରେ ପାଟ୍ରୋଲିଂକୁ ଜୋରଦାର କରାଯାଇଛି। ଲଗାତର ଦୁଇଦିନର ଅଘଟଣ ପରେ ବି କିଛି ଅମାନିଆ ସମୁଦ୍ର ଭିତରକୁ ଯାଇ ମଉଜ ମସ୍ତି କରୁଥିବାରୁ ଜେଟ୍ ସ୍କି ଧରି ବୁଲୁଥିବା ଲାଇଫଗାର୍ଡ ମାନେ ସେମାନଙ୍କୁ କୂଳକୁ ଯିବା ପାଇଁ ତାଦିଦ୍ କରୁଛନ୍ତି

ଅଦ୍ୟତନ ହୋଇଛି
undefined

red flags put up at Puri sea beach

Advertisment

ଦୁଇ ଦିନରେ ସମୁଦ୍ରରେ ବୁଡ଼ି ୪ ଜଣ ବଙ୍ଗୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ପରେ ଶେଷରେ ଚେତିଲା ପ୍ରଶାସନ। ଆଜିଠୁ ପୁରୀ ବେଳାଭୂମିର ତିନିଟି ସେକ୍ଟରରେ ରେଡ୍ ଫ୍ଲାଗ୍ ମାରି ଏହି ସ୍ଥାନରେ ସମୁଦ୍ର ସ୍ନାନକୁ ବାରଣ କରାଯାଇଛି। ଅଗ୍ନିଶମ ବିଭାଗ ପକ୍ଷରୁ ଗାଧୋଇବା ବେଲେ ସତର୍କତା ଅବଲମ୍ବନ କରିବାକୁ ପର୍ଯ୍ୟଟକଙ୍କୁ ପରାମର୍ଶ ଦିଆଯାଇଛି। ତେବେ ଏତେ ବଡ଼ ବେଳାଭୂମିରେ ସୀମିତ ସଂଖ୍ୟକ ଲାଇଫଗାର୍ଡଙ୍କ ପାଇଁ ଦୁର୍ଘଟଣାର ସମ୍ମୁଖୀନ ହେଉଥିବା ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇ ପାରୁନାହିଁ ବୋଲି ଅଭିଯୋଗ ହେଉଛି।....

Advertisment

ସମୁଦ୍ର ସ୍ନାନରେ ବିପଦ ଥିବା ନେଇ ସତର୍କ କରି ରେଡ ଫ୍ଲାଗ୍ ମାରିଲା ଅଗ୍ନିଶମ ବିଭାଗ । ସେକ୍ଟର ୧୩ରେ ଆସୁଥିବା ଦୁର୍ଘଟଣା ଘଟିଥିବା ସ୍ଥାନ ଏବଂ ଏହା ବାଦ୍ ୧୧ ଓ ୧୦ ନମ୍ବର ସେକ୍ଟରରେ ମଧ୍ୟ ଆଜି ଏମିତି ରେଡ ଫ୍ଲାଗ୍ ଉଡୁଛି । ଅର୍ଥାତ୍ ଏହି ସବୁ ସ୍ଥାନରେ ସମୁଦ୍ରର କରେଣ୍ଟ ଅଧିକ ରହୁଥିବା ଏବଂ ବିଶେଷ କରି ପୂର୍ଣ୍ଣିମା ଏବଂ ଅମାବାସ୍ୟା ତିଥିରେ ଅତ୍ୟଧିକ କରେଣ୍ଟ ରହୁଥିବାରୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । ...

ରେଡଫ୍ଲାଗ୍ ଲାଗିଥିବା ବେଳାଭୂମିରେ ପାଟ୍ରୋଲିଂକୁ ଜୋରଦାର କରାଯାଇଛି। ଲଗାତର ଦୁଇଦିନର ଅଘଟଣ ପରେ ବି କିଛି ଅମାନିଆ ସମୁଦ୍ର ଭିତରକୁ ଯାଇ ମଉଜ ମସ୍ତି କରୁଥିବାରୁ ଜେଟ୍ ସ୍କି ଧରି ବୁଲୁଥିବା ଲାଇଫଗାର୍ଡ ମାନେ ସେମାନଙ୍କୁ କୂଳକୁ ଯିବା ପାଇଁ ତାଦିଦ୍ କରୁଛନ୍ତି । ତେବେ ସମୁଦ୍ରରେ ଦୁର୍ଘଟଣା ପାଇଁ ପର୍ଯ୍ୟଟକଙ୍କ ଅମାନିଆପଣ ଭଳି ବ୍ୟବସ୍ଥାକୁ ବି ଅନେକାଂଶରେ ଦାୟୀ କରାଯାଉଛି । ଏତେବଡ଼ ବେଳାଭୂମିରେ ପର୍ଯ୍ୟଟକଙ୍କ ସୁରକ୍ଷିତ ସମୁଦ୍ର ସ୍ନାନ ପାଇଁ ୩ ଶହରୁ ଅଧିକ ଲାଇଫଗାର୍ଡ ରହିବାର ଆବଶ୍ୟକତା ଥିବା ବେଳେ ଅଛନ୍ତି ମାତ୍ର ଶହେ ଜଣ ଲାଇଫ ଗାର୍ଡ।

Advertisment

ଫଳରେ ସବୁଠି ପର୍ଯ୍ୟଟକଙ୍କ ଉପରେ ନଜର ରଖିବା ସମ୍ଭବ ହେଉ ନାହିଁ। ତେଣୁ ସତର୍କତା ପଦକ୍ଷେପ ନେବା ଅପେକ୍ଷା ଉନ୍ନତ ପ୍ରଶିକ୍ଷିତ ଏବଂ ଅତ୍ୟାଧୁନିକ ଉଦ୍ଧାର ସରଞ୍ଜାମ ସହ ଅଧିକ ସଂଖ୍ୟାରେ ଲାଇଫଗାର୍ଡଙ୍କ ମୁତୟନ ଉପରେ ଜୋର ଦେଉଛନ୍ତି ପର୍ଯ୍ୟଟକ ଓ ବୁଦ୍ଧିଜୀବୀ।...

Advertisment

୩ ତାରିଖରେ ପଶ୍ଚିମବଙ୍ଗରୁ ଆସିଥିବା ଏକ ପରିବାର ସମୁଦ୍ର ସ୍ନାନ କରିବା ବେଳେ ଲହଡ଼ିରେ ଭାସିଯାଇ ବାପ-ପୁଅଙ୍କର ମୃତ୍ୟୁ ହୋଇଥିଲା। ସେହିପରି ଗତକାଲି ମଧ୍ୟ ଅନୁରୂପ ଅଘଟଣ ଘଟି ପଶ୍ଚିମବଙ୍ଗରୁ ଆସିଥିବା ଦୁଇ ବନ୍ଧୁଙ୍କର ଜୀବନ ଯାଇଥିଲା। ଆଗକୁ ରଥଯାତ୍ରା ଆସୁଥିବାରୁ ପୁରୀକୁ ପର୍ଯ୍ୟଟକଙ୍କ ଆଗମନ ଯଥେଷ୍ଟ ବଢ଼ିବାର ସମ୍ଭାବନା ଥିବାରୁ ଏହି ଦିଗ ପ୍ରତି ଗୁରୁତ୍ୱ ଦିଆଯିବାର ଆବଶ୍ୟକତା ରହିଛି।...

Puri Sea Beach
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ