Advertisment

ଅରିନ୍ଦମ ଓ ସୀତାରାମଙ୍କ ପରିବାରକୁ ଆର୍ଥିକ ସହାୟତା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ

ଅରିନ୍ଦମ ତାଙ୍କର ନ୍ୟୁଜ ମାଧ୍ୟମରେ ସାଧାରଣ ଲୋକଙ୍କ ସୁଖ ଦୁଃଖର ସାଥୀ ହେବା ସହ ସେମାନଙ୍କ ସମସ୍ୟାକୁ ଲୋକଲୋଚନକୁ ଆଣିପାରିଥିଲେ। ସେହିପରି ସୀତରାମ ବିପର୍ଯ୍ୟୟ ସମୟରେ ଅନେକ ଲୋକଙ୍କୁ ପାଣିରୁ ଉଦ୍ଧାର କରି ବେଶ୍ ପରିଚିତ ଥିଲେ। ତେବେ ଅରିନ୍ଦମ ଓ ସୀତାରାମଙ୍କ ଅକାଳ ବିୟୋଗ ଅପୂରଣୀୟ କ୍ଷତି।

ଅଦ୍ୟତନ ହୋଇଛି
Financial Assistance to Arindam and Sitaram family

Financial Assistance to Arindam and Sitaram family

Advertisment

ଯାଜପୁର: ଦିବଂଗତ ସାମ୍ବାଦିକ ଅରିନ୍ଦମ ଦାସ ଓ ଓଡ୍ରାଫ୍ଟ କର୍ମଚାରୀ ସିତାରାମ ମୁର୍ମୁଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଦାବି। ମୁଣ୍ଡୁଳି ଠାରେ ନ୍ୟୁଜ ସଂଗ୍ରହ ସମୟରେ ବୋଟବୁଡି ପ୍ରାଣ ହରାଇଥିବା ଏହି ଦୁଇ ଜଣଙ୍କ ପରିବାରକୁ ଅଧିକ ଆର୍ଥିକ ସହାୟତା ଯୋଗାଇଦେବାକୁ ଆଇନଜୀବୀ ଦାବି କରିଛନ୍ତି। ଏନେଇ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଆଇନଜୀବୀ। 

Advertisment

ହାଇକୋର୍ଟରେ କାର୍ଯ୍ୟଋତ ଆଇନଜୀବୀ ସୂର୍ଯ୍ୟମଣି ପାଢ଼ୀ ଇମେଲ ଏବଂ ହାର୍ଡକପି ଯୋଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ଲିଖିତ ଭାବେ ଅରିନ୍ଦମ ଏବଂ ସିତାରାମଙ୍କ ପରିବାରକୁ ଅଧିକ ଆର୍ଥିକ ସହାୟତା ଯୋଗାଇଦେବାକୁ ଅନୁରୋଧ କରିଛନ୍ତି। କୋଭିଡ ସମୟରେ ସାମ୍ବାଦିକଙ୍କ ମୃତ୍ୟୁ ହେଲେ ୧୫ଲକ୍ଷ ଟଙ୍କା ସହାୟତା ଦିଆଯାଇଥାଏ। ତେଣୁ ଅରିନ୍ଦମଙ୍କ କ୍ଷେତ୍ରରେ ଏହି ଯୋଜନା ଲାଗୁ କରିବାକୁ ସେ ଦାବି କରିଛନ୍ତି।

ଆଇନଜୀବୀ ସୂର୍ଯ୍ୟମଣି ପାଢୀ କହିଛନ୍ତି ଯେ- ଅରିନ୍ଦମ ତାଙ୍କର ନ୍ୟୁଜ ମାଧ୍ୟମରେ ସାଧାରଣ ଲୋକଙ୍କ ସୁଖ ଦୁଃଖର ସାଥୀ ହେବା ସହ ସେମାନଙ୍କ ସମସ୍ୟାକୁ ଲୋକଲୋଚନକୁ ଆଣିପାରିଥିଲେ। ସେହିପରି ସୀତରାମ ବିପର୍ଯ୍ୟୟ ସମୟରେ ଅନେକ ଲୋକଙ୍କୁ ପାଣିରୁ ଉଦ୍ଧାର କରି ବେଶ୍ ପରିଚିତ ଥିଲେ। ତେବେ ଅରିନ୍ଦମ ଓ ସୀତାରାମଙ୍କ ଅକାଳ ବିୟୋଗ ଅପୂରଣୀୟ କ୍ଷତି। ଏଥିପାଇଁ କେନ୍ଦ୍ର, ରାଜ୍ୟ ସରକାରଙ୍କ ସମେତ ବିଭିନ୍ନ ସଂଗଠନ ଓ ବଦାନ୍ୟ ବ୍ୟକ୍ତିଙ୍କୁ ସେମାନଙ୍କ ପରିବାରକୁ ସହାୟତା ଯୋଗାଇଦେବାକୁ ମଧ୍ୟ ନିବେଦନ କରିଛନ୍ତି।

Advertisment
Odisha Otv ODRAF Mahanadi Boat Tragedy
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ