Administration eases curfew in Sambalpur for students appearing for UPSC exams
ସମ୍ବଲପୁରରେ ଆଜି ପରୀକ୍ଷାର୍ଥୀଙ୍କ ପାଇଁ କର୍ଫ୍ୟୁ କୋହଳ କରିଛି ପ୍ରଶାସନ। ସକାଳ ୭ଟା ୩୦ରୁ ୧୦ଟା ୩୦ ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ ହେବ। UPSC ପରୀକ୍ଷା ପାଇଁ ପରୀକ୍ଷାର୍ଥୀ ଆଡମିଟ୍ କାର୍ଡ ଦେଖାଇ ଯାଇ ପାରିବେ।
ପରୀକ୍ଷାର୍ଥୀଙ୍କୁ ବସ୍ଷ୍ଟାଣ୍ଡ ଓ ରେଲ୍ୱେ ଷ୍ଟେସନରୁ ବସ୍ରେ ଆଣିବା ସହ ପରୀକ୍ଷା କେନ୍ଦ୍ରରେ ଛାଡ଼ିବା ଓ ପୁଣି ସେମାନଙ୍କୁ ଫେରିବାର ବନ୍ଦୋବସ୍ତ କରିଛି ପ୍ରଶାସନ। ପରୀକ୍ଷାର୍ଥୀଙ୍କ ପାଇଁ ପ୍ରଶାସନ ପେଡ୍ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା ମଧ୍ୟ କରିଛି।
ଅଧିକ ପଢ଼ନ୍ତୁ: ସମ୍ବଲପୁର ହିଂସା: ପୋଲିସ ପ୍ରଶାସନର ବେପରୱା ମନୋଭାବରୁ ବିଗିଡ଼ିଗଲା କି ସ୍ଥିତି ?
ଏହାପରେ ପୁଣି ଅପରାହ୍ନ ୪ଟାରୁ ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯିବ। ଏହି ସମୟରେ ଅତ୍ୟାବଶ୍ୟକ କାର୍ଯ୍ୟରେ ଲୋକେ ବାହାରି ପାରିବେ। ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟଠୁ ସମ୍ବଲପୁର ଅଶାନ୍ତ ହୋଇପଡ଼ିଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1681615169.jpg)