Advertisment

୩୩ କୋଟି ଟଙ୍କା ବ୍ୟୟରେ ମାଲକାନଗିରିରେ ହେବ ଏୟାରଷ୍ଟ୍ରିପ୍, ଉଡ଼ିବ ବିମାନ

୩୩ କୋଟି ଟଙ୍କା ବ୍ୟୟରେ ୯୫ ହେକ୍ଟର ଜମିରେ ମାଲକାନଗିରିରେ ଏୟାରଷ୍ଟ୍ରିପ୍ ନିର୍ମାଣ ହେବ। ୨୦୨୩ ମସିହା ଡିସେମ୍ବରରେ କାର୍ଯ୍ୟ ସରିବାର ଅବଧି ରହିଛି।

ଅଦ୍ୟତନ ହୋଇଛି
Malkangiri Airport Bhoomi Pujan

Admin performs Bhoomi Pujan for airstrip in Malkangiri

Advertisment

ମାଲକାନଗିରି ଭଳି ଉପାନ୍ତ ଅଞ୍ଚଳରେ ରହୁଥିବା ଲୋକେ ପାଇବେ ବିମାନ ସେବା। ଏନେଇ ଏୟାରଷ୍ଟ୍ରିପ୍‌ କାମ ଆରମ୍ଭ ହୋଇଛି। ୩୩ କୋଟି ଟଙ୍କା ବ୍ୟୟରେ ୯୫ ହେକ୍ଟର ଜମିରେ ଏୟାରଷ୍ଟ୍ରିପ୍ ନିର୍ମାଣ ହେବ। ୨୦୦୬ ମସିହାରୁ ଯଦିଓ ଏହାର ପ୍ରକ୍ରିୟା ଆରମ୍ଭ ହୋଇଥିଲା  କିନ୍ତୁ ଗତ ୧୨ତାରିଖଠାରୁ ଏହି କାର୍ଯ୍ୟ ଆରମ୍ଭ ହୋଇଛି।

Advertisment

୨୦୨୩ ମସିହା ଡିସେମ୍ବରରେ କାର୍ଯ୍ୟ ସରିବାର ଅବଧି ରହିଛି। ଯାହାକୁ ନେଇ ମାଲକାନଗିରିବାସୀ ବେଶ୍‌ ଖୁସି ଅଛନ୍ତି। ଅନ୍ୟପକ୍ଷେ, ନିର୍ମାଣ ହେବାକୁ ଥିବା ଏୟାରଷ୍ଟ୍ରିପ୍‌ରେ ଏବେ ବି ଜନବସତି ଥିବାବେଳେ ଲୋକେ ଚାଷବାସ କରି ଚାଲିଛନ୍ତି।  ଫଳରେ ଠିକା ସଂସ୍ଥାକୁ କାର୍ଯ୍ୟ କରିବାରେ ଅସୁବିଧା ହେଉଛି। ସେପଟେ ତୁରନ୍ତ ଏନେଇ ସମାଧାନ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପ୍ରତିଶ୍ରୁତି ଦେଇଛି।

୨୦୦୬ ମସିହାରେ ଏୟାରଷ୍ଟ୍ରିପ୍‌ ନିର୍ମାଣ ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏହାରି ମଧ୍ୟରେ ଜମି ଅଧିଗ୍ରହଣ ଓ ବିସ୍ଥାପିତଙ୍କୁ ଥଇଥାନ ପ୍ରକ୍ରିୟା ଶେଷ ହୋଇଥିଲେ ମଧ୍ୟ ଏୟାରଷ୍ଟ୍ରିପ୍‌ କାମ ଆରମ୍ଭ ହୋଇପାରୁନଥିଲା। ସଦର ମହକୁମାଠାରୁ ମାତ୍ର ୫ କିଲୋମିଟର ଦୂରରେ ଏୟାରଷ୍ଟ୍ରିପ୍ ନିର୍ମାଣ କାମ ଆରମ୍ଭ ହୋଇଛି।  ତାରାତାରିଣୀ ନାମକ କମ୍ପାନୀ ନିର୍ମାଣ କାମ ଆରମ୍ଭ କରିଛି।ଏବେ ଜଙ୍ଗଲ ସଫା କାମ ଚାଲିଛି। 

Advertisment

୯୫ ହେକ୍ଟର ଜମିରେ ଏୟାରଷ୍ଟ୍ରିପ୍ ହେବ।  ଏଥିରେ ଜଙ୍ଗଲ ଜମି, ସରକାରୀ ଏବଂ ବ୍ୟକ୍ତିଗତ ଜମି ଥିବାବେଳେ ଏହି ଜମି ଗୁଡ଼ିକ ଅଧିଗ୍ରହଣ ହୋଇସାରିଛି। ପ୍ରାୟ ୨୨ ଶହ ଗଛ ଚିହ୍ନଟ କରାଯାଇ ସେଗୁଡିକୁ କଟା ମଧ୍ୟ ଯାଉଛି। କାମ ଆରମ୍ଭ ହୋଇସାରିଥିବାରୁ ଜିଲ୍ଲାବାସୀ ବେଶ ଖୁସ୍ ଅଛନ୍ତି। ଅନ୍ୟପକ୍ଷେ, ଏୟାରଷ୍ଟ୍ରିପ୍ ଅଞ୍ଚଳରେ ଥିବା ଜମି ଗୁଡ଼ିକରେ ଏବେ ବି ଫସଲ ଲଗାଯାଇଛି। ଫଳରେ ଠିକା ସଂସ୍ଥା ତା’ର କାର୍ଯ୍ୟକୁ ତ୍ୱରାନ୍ୱିତ କରିପାରୁନି। ଏନେଇ ଠିକା ସଂସ୍ଥା ଅସନ୍ତୋଷ ପ୍ରକାଶ କରିଛି।  ଯଦି ପ୍ରଶାସନ ଏ ଦିଗରେ ସହଯୋଗ ନ କରେ ତେବେ ଠିକ୍‌ ଅବଧି ସମୟରେ କାର୍ଯ୍ୟ ଶେଷ ହେବା ନେଇ ସନ୍ଦେହ ଉପୁଜିଛି। ସେପଟେ ଏସବୁ ବିଷୟରେ ଆଲୋଚନା କରାଯାଇଛି। ଖୁବ୍‌ଶୀଘ୍ର ସମାଧାନ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।  

ଠିକା ସଂସ୍ଥା ଓ ପ୍ରଶାସନ ମଧ୍ୟରେ ତାଳମେଳ ରହିଲେ ଖୁବ୍‌ଶୀଘ୍ର ମାଲକାନଗିରିବାସୀ ବିମାନ ସେବା ପାଇପାରିବେ ବୋଲି ଆଶା କରାଯାଉଛି।

Advertisment

(ରିପୋର୍ଟ- ଜିତେନ୍ଦ୍ର ବେଉରା, ମାଲକାନଗିରି) 

Airport
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ