Advertisment

ଉଲଗ୍ନ ଅବସ୍ଥାରେ ମା’-ଝିଅ ଉଦ୍ଧାର ଘଟଣା; ମିଳିଲା ଉଭୟଙ୍କ ଠିକଣା

ମହିଳାଙ୍କ ଘର ଛତିଶଗଡ଼ ତପକରା ଥାନା ଖାରିବାହାଲରେ ବୋଲି ଜଣାପଡ଼ିଛି । ଟାଉନ୍ ଥାନାରେ ମହିଳାଙ୍କ ବଡ଼ ଭଉଣୀ ଓ ସାନ ଝିଅକୁ ଜେରା କରଛି ପୋଲିସ ।

ଅଦ୍ୟତନ ହୋଇଛି
Address of sexually assaulted mother-daughter duo spotted in Sundargarh found

Address of sexually assaulted mother-daughter duo spotted in Sundargarh found

Advertisment

ସୁନ୍ଦରଗଡ଼ରୁ ଉଲଗ୍ନ ଅବସ୍ଥାରେ ଉଦ୍ଧାର ହୋଇଥିବା ମା’ ଓ ଝିଅଙ୍କ ମିଳିଲା ଠିକଣା । ମହିଳାଙ୍କ ଘର ଛତିଶଗଡ଼ ତପକରା ଥାନା ଖାରିବାହାଲରେ ହୋଇଥିବା ଜଣାପଡ଼ିଛି । ଟାଉନ୍ ଥାନାରେ ମହିଳାଙ୍କ ବଡ଼ ଭଉଣୀ ଓ ସାନ ଝିଅକୁ ଜେରା କରଛି ପୋଲିସ । ତେବେ ମହିଳାଙ୍କ ମାନସିକ ସ୍ଥିତି ଠିକ୍ ନ ଥିବା କହିଛନ୍ତି ବଡ଼ ଭଉଣୀ । ୮ ବର୍ଷ ତଳେ ସ୍ୱାମୀଙ୍କ ମୃତ୍ୟୁ ପରେ ମାନସିକ ସ୍ଥିତି ଠିକ୍ ନଥିବା ସେ କହିଛନ୍ତି ।

Advertisment

ଗତକାଲି ସୁନ୍ଦରଗଡ଼ ପୋଲିସ ସଂଧ୍ୟାରେ ‘ଆସ୍ଥାଗୃହ’କୁ ଯାଇ ଖୋଳତାଡ଼ କରିଥିଲା । ମହିଳା ପୋଲିସ ଅଧିକାରୀଙ୍କ ସହ ସଦର ଏସ.ଡି.ପି.ଓ ହିଂମାଶୁ ବେହେରା ଆସ୍ଥାଗୃହକୁ ଯାଇ ପୀଡ଼ିତା ମା’,ଝିଅଙ୍କୁ ପଚରାଉଚରା କରିଥିଲେ ।

ସୂଚନା ଥାଉ କି, ଗତ ଶୁକ୍ରବାର ମଧ୍ୟାହ୍ନରେ ଜନଗହଳିପୂର୍ଣ୍ଣ କଲେଜ ରାସ୍ତାରେ ୨ ଜଣ ମହିଳା ଉଲଗ୍ନ ହୋଇ ଚାଲୁଥିବା ଦେଖିବାକୁ ମିଳିଥିଲା। ଭିଡ଼ ରାସ୍ତାରେ ଟ୍ରକ୍‌, ଅଟୋ, ବସ୍ ଯାଆ ଆସ କରୁଥିଲା । ଗାଡ଼ିକୁ କିଛି ସମୟ ଅଟକାଇ ଲଜ୍ଜାଜନକ ଦୃଶ୍ୟକୁ ଦେଖିବା ପରେ ଚୁପ୍‌ଚାପ୍‌ ହୋଇ ଯେଝା ବାଟରେ ଯିଏ ପଳାଉଥିଲେ । ହେଲେ କେହିବି ୨ ମହିଳାଙ୍କର ଲଜ୍ଜା ନିବାରଣ ପାଇଁ ଗାମୁଛା କି ଲୁଗା ଖଣ୍ଡେ ନେଇ ଘୋଡ଼ାଇ ଦେବାକୁ ଆଗେଇ ଆସି ନଥିଲେ।

Advertisment

ଠିକ୍ ଏହି ସମୟରେ ଆଦିବାସୀଙ୍କ ବିକ୍ଷୋଭରେ ସାମିଲ ହେବାକୁ ସେହି ବାଟ ଦେଇ ଯାଉଥିବା ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ ଦୁଇ ମହିଳାଙ୍କୁ ଦେଖି ଅଟକି ଯାଇଥିଲେ । ଏଭଳି ଅଭାବନୀୟ ଦୃଶ୍ୟ ଦେଖି ବିଧାୟିକା କାର୍‌ରେ ରଖିଥିବା ଉତ୍ତରୀୟ ଆଣି ପିନ୍ଧାଇ ଦେବା ସହ ସେମାନଙ୍କୁ ଉଦ୍ଧାର କରିଥିଲେ । ପରେ ବିଧାୟିକା ମହିଳା ଦ୍ୱୟଙ୍କୁ ସଦରଥାନା ପୋଲିସ୍‌ ଓ ଆସ୍ଥା ଗୃହର ସମ୍ପାଦିକାଙ୍କ ଜିମା ଦେଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ