• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଘର ଛାତ ଉପରକୁ ଆସିଲେ ଅଭିନେତ୍ରୀ ପ୍ରକୃତି । ଯେମିତି ବାବୁସାନ୍ କହିଥିଲେ ସେମିତି ପ୍ରକୃତି ମଧ୍ୟ କହିଲେ । ସମୟ ଆସିଲେ ସବୁ କିଛି କହିବି । ଆଜି କିଛି ଏଭଳି ଢଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର । ଭୁବନେଶ୍ୱର ସତ୍ୟବିହାର ଘର ବାଲକୋନୀରୁ ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ପ୍ରକୃତି । ସମୟ ଆସିଲେ ସବୁ କଥା କହିବି, ଅପେକ୍ଷା କରନ୍ତୁ, ଠିକଣା ସମୟରେ ସବୁ ଜାଣିପାରିବେ ବୋଲି କହିଛନ୍ତି । ଏହି ସମୟରେ ପ୍ରକୃତିଙ୍କ ସହ ବାପା ମନ୍ମଥ ମିଶ୍ର ବି ଥିଲେ । ଏହିପରି ସମାନ ଢଙ୍ଗରେ ଗତକାଲି ବି ବାବୁସାନ୍ ନିଜ ଛାତ ଉପରେ ଛିଡ଼ା ହୋଇ ଏମିତି କହିଥିଲେ ।

 

ଆଜି ବାବୁସାନ-ପ୍ରକୃତିଙ୍କ ଭାଇରାଲ ଅଡିଓ କଲ୍ ମଧ୍ୟ ସାମ୍ନାକୁ ଆସିଛି । ତେବେ ଭାଇରାଲ ହେଉଥିବା ଅଡିଓର ସତ୍ୟାସତ୍ୟ ଜଣାପଡ଼ିନଥିବା ବେଳେ ଉଭୟଙ୍କ ପକ୍ଷରୁ ମଧ୍ୟ ଏନେଇ କୌଣସି ପ୍ରତିକ୍ରିୟା ମିଳିନାହିଁ । ଅଡିଓରେ ବାବୁସାନ 'ତୋ ଗୋଡ଼ ଧରିକି ସରି'... 'I Love You ବାଏ' କହୁଥିବା ଜଣାପଡୁଛି। ଏପରିକି ବାବୁସାନ୍ ପ୍ରକୃତିଙ୍କୁ କ୍ଷମା ମାଗୁଥିବା ଜଣାପଡ଼ିଛି। 

ବାବୁସାନ ଓ ତାଙ୍କ ପତ୍ନୀ ତୃପ୍ତିଙ୍କ ମଧ୍ୟରେ ଆପୋସ ସମାଧାନ ପାଇଁ ଉଦ୍ୟମ ଚାଲିଛି । ଭୁବନେଶ୍ୱର ସତ୍ୟନଗରରେ ଥିବା ତୃପ୍ତିଙ୍କ ଘରକୁ ଯାଇ ତାଙ୍କ ସହିତ ଆଲୋଚନା କରିଛନ୍ତି ଅଭିନେତା ରବି ମିଶ୍ର । ପତି-ପତ୍ନୀଙ୍କ ବିବାଦକୁ ସମାଧାନ ପାଇଁ ଉଦ୍ୟମ କରାଯାଉଥିବା ଜଣାପଡ଼ିଛି । ଆଗରୁ ଚେନ୍ନାଇ ଯାଇ ବାବୁସାନଙ୍କୁ ଆଣିଥିଲେ ରବି । ଉଭୟ ବାବୁସାନ ଓ ତୃପ୍ତିଙ୍କ ସହିତ ତାଙ୍କର ଉତ୍ତମ ସଂପର୍କ ଥିବାରୁ ପତି-ପତ୍ନୀଙ୍କ ବିବାଦର ସମାଧାନ ପାଇଁ ସେ ଚେଷ୍ଟା କରି ତୃପ୍ତିଙ୍କ ଘରକୁ ଯାଇଥିବା ଜଣାପଡ଼ିଛି ।