/odishatv-khabar/media/post_attachments/uploadimage/library/16_9/16_9_0/IMAGE_1658849744.jpg)
Babushan Mohanty
ବାବୁସାନ କେଉଠି ଏହି ପ୍ରଶ୍ନ ଭିତରେ ଆସିଛି ବାବୁସାନଙ୍କ ଭିଡିଓ । ଚେନ୍ନାଇ ଏୟାରପୋର୍ଟରେ ବାବୁସାନଙ୍କୁ ଦେଖିବାକୁ ମିଳିଛି । ଚେନ୍ନାଇରୁ ବାବୁସାନ ଭୁବନେଶ୍ୱର ଅଭିମୁଖେ ବାହାରିଛନ୍ତି । ଚେନ୍ନାଇ ହୋଟେଲରୁ ଗାୟବ ହେବା ପରେ ଆସିଛି ବାବୁସାନଙ୍କ ପ୍ରଥମ ଭିଡିଓ । ତେବେ ବାବୁସାନ ଗଲେ କୁଆଡ଼େ ? ଚେନ୍ନାଇରେ ନା ଆଉ କେଉଁଠି ଅଛନ୍ତି ସେ ? ନୋଟିସ୍ ସତ୍ତ୍ୱେ ନଆସିଲେ ଆଉ କି ପଦକ୍ଷେପ ନେଇପାରେ ପୋଲିସ ? ଏମିତି ଅନେକ ପ୍ରଶ୍ନ ଉଙ୍କି ମାରୁଥିଲା ବାବୁସାନ୍ଙ୍କ ଫ୍ୟାନ୍ସଙ୍କ ମନରେ ।
୩ ଦିନ ପରେ ଚେନ୍ନାଇରୁ ଫେରିଛନ୍ତି ଅଭିନେତ୍ରୀ ପ୍ରକୃତି ଏବଂ ଆଜି ତାଙ୍କ ଘରକୁ ଯାଇ ପଚରାଉଚରା କରିଛି ଖାରବେଳନଗର ଥାନା ପୋଲିସ । ସେଦିନ କେଉଁ ପରିସ୍ଥିତିରେ ରାସ୍ତା ଉପରେ ମୁହାଁମୁହିଁ ହେଲେ ବାବୁସାନ-ତୃପ୍ତି ଓ ପ୍ରକୃତି ? ପ୍ରକୃତିଙ୍କୁ କାହିଁକି ଆକ୍ରମଣ କରିଥିଲେ ବାବୁସାନଙ୍କ ପତ୍ନୀ ତୃପ୍ତି ? ବାବୁସାନଙ୍କ ସହ ଥିବା ସଂପର୍କ କେତେ ନିବିଡ଼ ? ବାବୁସାନଙ୍କ ସହ ଲିଭ୍ ଇନ ରିଲେସନ୍ସିପ୍ରେ ରହୁଥିଲେ କି ପ୍ରକୃତି ? ବାବୁସାନଙ୍କୁ ପ୍ରକୃତି ବ୍ଲାକମେଲ୍ କରୁଥିଲେ କି ? ବାପା, ମାଙ୍କ ଉପସ୍ଥିତିରେ ଏଭଳି ଏକାଧିକ ସମ୍ଭାବ୍ୟ ପ୍ରଶ୍ନ ପଚାରି ଘଣ୍ଟାଏ କାଳ ତଥ୍ୟ ଆଦାୟ କରିଥିଲା ପୋଲିସ । ଏପରିକି ପ୍ରକୃତିଙ୍କ ବାପା ମନ୍ମଥ ମିଶ୍ରଙ୍କୁ ମଧ୍ୟ ପୋଲିସ ପଚରାଉଚରା କରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)