Advertisment

ମୋତେ ବ୍ଲାକ୍‌ମେଲ୍‌ କରିନାହାନ୍ତି: ବାବୁସାନ୍

ପୁଣି ଏକ ଭିଡିଓରେ ସ୍ପଷ୍ଟୀକରଣ ଦେଲେ ଅଭିନେତା ବାବୁସାନ୍।

ଅଦ୍ୟତନ ହୋଇଛି
Babushan Shared Video

Babushan Shared Video

Advertisment

ଆଉ ଏକ ଭିଡିଓ ଛାଡ଼ିଲେ ଅଭିନେତା ବାବୁସାନ୍। ପୁଣି ଏକ ଭିଡିଓରେ ସ୍ପଷ୍ଟୀକରଣ ଦେଲେ ଅଭିନେତା ବାବୁସାନ୍। ପରିବାର ଲୋକଙ୍କ ଅଭିଯୋଗକୁ ଖଣ୍ଡନ କଲେ ବାବୁସାନ୍। ଭିଡିଓରେ ଯାହା କଥା କୁହାଯାଉଛି; ସେ ମୋର ଭଲ ସାଙ୍ଗ। ନା ସେ ମୋତେ ବ୍ଲାକମେଲ କରୁଛି, ନା ସେ ହଇରାଣ କରୁଛି। ସେ ମୋତେ ଭଲ ସହଯୋଗ କରୁଛି।  

Advertisment

ଘନଉଛି ଓଡ଼ିଆ ଷ୍ଟାରଙ୍କ ଘର କଳି । ଅଭିନେତା ବାବୁସାନ ଓ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ସମ୍ପର୍କକୁ ନେଇ ହଙ୍ଗାମା ପରେ ମୁହାଁମୁହିଁ ଅବସ୍ଥାକୁ ଚାଲିଆସିଛନ୍ତି ବାବୁସାନ ଓ ପ୍ରକୃତିଙ୍କ ପରିବାର । ଏପରିକି ଅଭିନେତ୍ରୀ ଅପରାଜିତା ପୁଅ ବାବୁସାନଙ୍କ ତ୍ରୁଟିକୁ ସ୍ୱୀକାର କରୁଛନ୍ତି । ତଥାପି ସେ ପୁଅ ବୋହୂଙ୍କ ସପକ୍ଷରେ ଛିଡ଼ା ହୋଇଛନ୍ତି । ଅପରାଜିତା ମହାନ୍ତି କହିଛନ୍ତି ଯେ, ବାବୁସାନ ପରିବାର ଠାରୁ ଦୂରେଇ ଯିବା ଓ ଭୁଲିଯିବା ପିଲା ନୁହେଁ । ଦେଢ଼ ବର୍ଷ ହେଲା ତା ଭିତରେ ପରିବର୍ତ୍ତନ ଆସିଲା, ଡିପ୍ରେସ୍ ରହିଲା । ଘରେ ରହିଲାନି, ଚିଡ୍‌ଚିଡ଼ା ହେଲା । ଯାହା ପରେ ରିଅଲ ବାବୁସାନ ଅଭାବ ପାଇଲୁ ବୋଲି କହିଛନ୍ତି ଅପରାଜିତା ।

Advertisment

କେବଳ ଏତିକି ନୁହେଁ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ନାଁ ନ ନେଇ କହିଛନ୍ତି, ଜଣେ ଲେଡି ଆର୍ଟିଷ୍ଟଙ୍କ ବାପାଙ୍କ ପାଖକୁ ଏ ସଂପର୍କରେ ବହୁତ ଗୁହାରି କରିଥିଲୁ । କିନ୍ତୁ ତାଙ୍କ ସ୍ତ୍ରୀ, ଝିଅ ଓ ସେ ଗାଳି କରିଥିଲେ, ଅପଦସ୍ତ କରିଥିଲେ । ପ୍ରକୃତ ବନ୍ଧୁ ଅନ୍ୟ ବନ୍ଧୁର କେବେହେଲେ କ୍ଷତି ଚାହେଁନି । ମୋ ପୁଅ ବହୁତ ଷ୍ଟ୍ରଙ୍ଗ, ସେ ନିଶ୍ଚୟ ଫେରିବ ବୋଲି କହିଛନ୍ତି ଅପରାଜିତା ।

Prakruti Mishra Babushan Mohanty
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ