• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ମହାନଦୀରେ ଜଳ ସୁରକ୍ଷା ଲାଗି ଓଡ଼ିଶା ନଦୀ ବଞ୍ଚାଅ ସମିତି ପକ୍ଷରୁ ଆରମ୍ଭ ହେଲା ମହାନଦୀ ଯାତ୍ରା । ଏନେଇ ୧୩ ଜଣିଆ କମିଟି କାଲିଠୁ ଛତିଶଗଡ଼ କଲମା ବ୍ୟାରେଜକୁ ସ୍ୱତନ୍ତ୍ର ବସ୍‌ରେ ଯାତ୍ରା କରିଛନ୍ତି । ଗତକାଲି ରାତି ୧୦ଟା ୧୦ ମିନିଟ୍‌ରେ ଆରମ୍ଭ ହୋଇଛି ମହାନଦୀ ଯାତ୍ରା । ୩ ଦିନିଆ ଗସ୍ତରେ କମିଟି ଗ୍ରାଉଣ୍ଡରେ ସ୍ଥିତି ଦେଖି ରିପୋର୍ଟ ପ୍ରସ୍ତୁତ କରିବେ । ଏହାସହ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ସମୟ ଦେଲେ ତାଙ୍କ ସହ ମଧ୍ୟ ଆଲୋଚନା କରାଯିବ ବୋଲି ସୂଚନା ମିଳିଛି ।

ଯାତ୍ରା ପୂର୍ବରୁ ଭୁବନେଶ୍ୱରରେ ଏକ ସମ୍ମିଳନୀ ବସିଥିଲା । ନିଷ୍ପତ୍ତି ଅନୁଯାୟୀ, ଛତିଶଗଡର କଲମା ବ୍ୟାରେଜ ଏବଂ ଓଡିଶାକୁ ମହାନଦୀ ପ୍ରବେଶ କରିଥିବା ସ୍ଥାନ ସୁଖlସୋଡ଼ା ପରିଦର୍ଶନ ପରେ ଝାରସୁଗୁଡା ଓ ସୋନପୁର ମହାନଦୀ ଅବବାହିକା ବାସିନ୍ଦାଙ୍କ ସହ ଆଲୋଚନା ହେବ । ଜଳପୁରୁଷ ରାଜେନ୍ଦ୍ର ସିଂହଙ୍କ ନେତୃତ୍ୱରେ ଏହି କଲମା ଯାତ୍ରା ମାଧ୍ୟମରେ ନଦୀର ପରିସ୍ଥିତିକୁ ଅନୁଧ୍ୟାନ ସହିତ ଲୋକଙ୍କ ମତାମତ ସଂଗ୍ରହ କରିବ ବୋଲି କହିଛି ସମିତି ।

ଗତ ୪ ବର୍ଷ ହେଲା ଟ୍ରିବ୍ୟୁନାଲ ଗଠନ ହୋଇଥିଲେ ବି କୌଣସି ସମାଧାନ ନହେବାକୁ ନେଇ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ୱାଟରମ୍ୟାନ ରାଜେନ୍ଦ୍ର ସିଂହ । ତେବେ ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି ।