Advertisment

ଡିଭାଇଡରରେ ପିଟି ହୋଇ ୩୦ ଫୁଟ ଉପରକୁ ଉଠିଲା କାର୍‌, ତା’ପରେ...

ଗତକାଲି ବିଳମ୍ବିତ ରାତି ପ୍ରାୟ ସାଢ଼େ ୩ଟା ସମୟରେ ଭୁବନେଶ୍ୱର ଏୟାରପୋର୍ଟ ପରିସର ନିକଟରେ ଏହି ଛାତିଥରା ଦୁର୍ଘଟଣା ଘଟିଛି। ଯଦିଓ ଏହି ମର୍ମନ୍ତୁଦ ଦୁର୍ଘଟଣାରେ କେହି ମୃତାହତ ହୋଇ ନାହାନ୍ତି, ତେବେ ହାଇ ସିକ୍ୟୁରିଟି ଜୋନ୍‌ରେ ଏଭଳି ଦୁର୍ଘଟଣାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି।

ଅଦ୍ୟତନ ହୋଇଛି
Road Accident In Bhubaneswar

Accident In High Security Zone In Bhubaneswar

Advertisment

ହାଇ ସିକ୍ୟୁରିଟି ଜୋନ୍‌ରେ ଛାତିଥରା ଦୁର୍ଘଟଣା। ପ୍ରଥମେ ଡିଭାଇଡରରେ କାର୍‌ ପିଟି ହୋଇ ୩୦ ଫୁଟ ଉପରକୁ ଉଠିଲା, ତା’ପରେ ଗଛରେ ପିଟି ହୋଇ ଏୟାରପୋର୍ଟ ପାଚେରି ଭାଙ୍ଗି ଭିତରକୁ ପଶିଲା। ଗତକାଲି ବିଳମ୍ବିତ ରାତି ପ୍ରାୟ ସାଢ଼େ ୩ଟା ସମୟରେ ଭୁବନେଶ୍ୱର ଏୟାରପୋର୍ଟ ନିକଟରେ ଏହି ଛାତିଥରା ଦୁର୍ଘଟଣା ଘଟିଛି। ଯଦିଓ ଏହି ମର୍ମନ୍ତୁଦ ଦୁର୍ଘଟଣାରେ କେହି ମୃତାହତ ହୋଇ ନାହାନ୍ତି, ତେବେ ହାଇ ସିକ୍ୟୁରିଟି ଜୋନ୍‌ରେ ଏଭଳି ଦୁର୍ଘଟଣାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି। 

Advertisment

ସୂଚନା ଅନୁସାରେ, ଏକ କାର୍‌ରେ ୪ ଜଣ ଯୁବକ ଯାତ୍ରା କରୁଥିବା ସମୟରେ ଏୟାରପୋର୍ଟ୍ ପରିସରରେ ସିକ୍ୟୁରିଟି କେବିନ ନଂ ୧ ନିକଟରେ ଏହି ଦୁର୍ଘଟଣା ଘଟିଛି।  ବିଜୁ ପଟ୍ଟନାୟକ ଛକ ଆଡ଼କୁ ଆସୁଥିବା ଦ୍ରୁତ ଗତିରେ ଏହି କାର୍‌ଟି ପ୍ରଥମେ ଡିଭାଇଡରରେ ପିଟି ହୋଇଥିଲା। ଏହାପରେ ୩୦ ଫୁଟ ଉପରକୁ ଉଠି ଗଛରେ ପିଟି ହୋଇଥିଲା। ତା’ପରେ ଏୟାରପୋର୍ଟ ପାଚେରି ଭାଙ୍ଗି ଭିତରକୁ ପଶିଥିଲା। ସୌଭାଗ୍ୟବଶତଃ, ଗାଡ଼ିରେ ଥିବା ୪ ଜଣ ଯୁବକ ଏକ ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ପୋଲିସ୍‌ ସେମାନଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି।

Advertisment

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ରାସ୍ତା ଉପରେ ଗାଡ଼ିର ବିଭିନ୍ନ ପାର୍ଟସ ସବୁ ପଡ଼ିଥିବା ବେଳେ ଏକ ଗଛ ଭାଙ୍ଗି ଯାଇଛି। ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ପୋଲିସ୍‌ ସମ୍ପୃକ୍ତ ଅଞ୍ଚଳକୁ ସିଲ୍‌ କରି ତଦନ୍ତ ଚଳାଇଛି।

ଏଠାରେ ପ୍ରଶ୍ନ ଉଠୁଛି ଭୁବନେଶ୍ୱର ଏୟାରପୋର୍ଟ ଭଳି ହାଇ ସିକ୍ୟୁରିଟି ଜୋନ୍‌ରେ କେମିତି ଏଭଳି ଦୁର୍ଘଟଣା ଘଟିଲା ? ମଦ୍ୟ ପାନ କରି ଯୁବକମାନେ ଗାଡ଼ି ଚଳାଉଥିଲେ କି ? ସବୁଠାରୁ ବଡ଼ କଥା, ଯେଉଁ ସ୍ଥାନରେ ଏହ ଦୁର୍ଘଟଣା ଘଟିଛି ତାହା ନବୀନ ନିବାସଠୁ ୧୦୦ ମିଟର ଓ ଏୟାରପୋର୍ଟ ଥାନାଠୁ ମଧ୍ୟ ୧୦୦ ମିଟର ଦୂର। ତେଣୁ ଏଭଳି ସ୍ଥଳେ କିପରି ଯୁବକମାନେ ଦ୍ରୁତ ଗତିରେ ଗାଡ଼ି ଚଳାଉଥିଲେ ? ଏହାସହ କମିଶନରେଟ୍ ପୋଲିସ୍‌ର ରାତି ପାଟ୍ରୋଲିଂ ଓ ଏୟାରପୋର୍ଟର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି। 

Advertisment
Accident Bhubaneswar Airport Car Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ