Advertisment

ଭୁବନେଶ୍ୱରରେ ମଦ୍ୟପ ଡ୍ରାଇଭରଙ୍କ ଆତଙ୍କ: ଜୋର୍‌ରେ ଗାଡ଼ି ଚଲାଇ ଆସିଲେ, ନେତାଙ୍କ ଘର ପାଚେରି ଭାଙ୍ଗିଲେ

ଗାଡ଼ିର ସ୍ପିଡ୍‌ ଏତେ ଅଧିକ ଥିଲା ଯେ, ବିଜେଡି ନେତାଙ୍କ ଘରର ପାଚେରି ଭାଙ୍ଗି କ୍ୟାମ୍ପସ ଭିତରକୁ କାର୍‌ ପଶି ଯାଇଥିଲା।

Accident In Bhubaneswar

Accident In Bhubaneswar

Advertisment

ରାଜଧାନୀ ଭୁବନେଶ୍ୱରରେ ଜଣେ ମଦ୍ୟପ ଡ୍ରାଇଭରଙ୍କ ଆତଙ୍କ ଦେଖିବାକୁ ମିଳିଛି। ବେପରୁଆ ଭାବେ ଗାଡ଼ି ଚଳାଇ ଡ୍ରାଇଭର ଜଣକ ଜଣେ ବିଜେଡି ନେତାଙ୍କ ଘର ପାଚେରି ଭାଙ୍ଗି ଦେଇଥିବା ଜଣାପଡ଼ିଛି। ଭୁବନେଶ୍ୱର ଗଭର୍ଣ୍ଣର ହାଉସ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। 

Advertisment

ଗାଡ଼ିର ସ୍ପିଡ୍‌ ଏତେ ଅଧିକ ଥିଲା ଯେ, ବିଜେଡି ନେତାଙ୍କ ଘରର ପାଚେରି ଭାଙ୍ଗି କ୍ୟାମ୍ପସ ଭିତରକୁ କାର୍‌ ପଶି ଯାଇଥିଲା। ପୂର୍ବରୁ ଏୟାରପୋର୍ଟ ପାଚେରି ଭାଙ୍ଗି କ୍ୟାମ୍ପସ ଭିତରକୁ ଏକ କାର୍‌ ପଶି ଯାଇଥିଲା। ଠିକ୍ ସେହିପରି ରସୁଲଗଡ଼ ପଳାଶୁଣୀ ନିକଟରେ କାର୍‌ ସହ ଓଭର ବ୍ରିଜ୍‌ ତଳକୁ ଦମ୍ପତ୍ତି ଖସି ପଡ଼ିଥିଲେ। 

ସୂଚନାଥାଉ କି, କିଛି ଦିନ ପୂର୍ବେ ଭୁବନେଶ୍ୱରର ହାଇ ସିକ୍ୟୁରିଟି ଜୋନ୍‌ରେ ଏକ ଛାତିଥରା ଦୁର୍ଘଟଣା ଘଟିଥିଲା। ପ୍ରଥମେ ଡିଭାଇଡରରେ କାର୍‌ ପିଟି ହୋଇ ୩୦ ଫୁଟ ଉପରକୁ ଉଠିଲା, ତା’ପରେ ଗଛରେ ପିଟି ହୋଇ ଏୟାରପୋର୍ଟ ପାଚେରି ଭାଙ୍ଗି ଭିତରକୁ ପଶିଥିଲା। ବିଳମ୍ବିତ ରାତି ପ୍ରାୟ ସାଢ଼େ ୩ଟା ସମୟରେ ଭୁବନେଶ୍ୱର ଏୟାରପୋର୍ଟ ନିକଟରେ ଏହି ଛାତିଥରା ଦୁର୍ଘଟଣା ଘଟିଥିଲା ଯଦିଓ ଏହି ମର୍ମନ୍ତୁଦ ଦୁର୍ଘଟଣାରେ କେହି ମୃତାହତ ହୋଇ ନଥିଲେ ତେବେ ହାଇ ସିକ୍ୟୁରିଟି ଜୋନ୍‌ରେ ଏଭଳି ଦୁର୍ଘଟଣାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି। 

Advertisment

କାର୍‌ରେ ୪ ଜଣ ଯୁବକ ଯାତ୍ରା କରୁଥିବା ସମୟରେ ଏୟାରପୋର୍ଟ୍ ପରିସରରେ ସିକ୍ୟୁରିଟି କେବିନ ନଂ ୧ ନିକଟରେ ଏହି ଦୁର୍ଘଟଣା ଘଟିଥିଲା।  ବିଜୁ ପଟ୍ଟନାୟକ ଛକ ଆଡ଼କୁ ଆସୁଥିବା ଦ୍ରୁତ ଗତିରେ ଏହି କାର୍‌ଟି ପ୍ରଥମେ ଡିଭାଇଡରରେ ପିଟି ହୋଇଥିଲା। ଏହାପରେ ୩୦ ଫୁଟ ଉପରକୁ ଉଠି ଗଛରେ ପିଟି ହୋଇଥିଲା। ତା’ପରେ ଏୟାରପୋର୍ଟ ପାଚେରି ଭାଙ୍ଗି ଭିତରକୁ ପଶିଥିଲା। 

Accident In Bhubaneswar Car Accident Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ