• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ହିନ୍ଦୁ ଧର୍ମରେ ଗୋମାତାଙ୍କୁ ପୂଜା କରାଯାଏ । ସାଧାରଣତଃ ସେମାନେ ଗୁହାଳରେ ରହିଥାନ୍ତି, ହେଲେ କେବେ ଶୁଣିଛନ୍ତି କି କେଉଁ ଗାଈ ବେଡ୍‌ରୁମ୍‌ରେ ରହୁଥିବାର ? ରାଜସ୍ଥାନ୍‌ର ଯୋଧପୁରରେ ଦେଖିବାକୁ ମିଳିଛି ଏହି ନିଆରା ଦୃଶ୍ୟ । ଯୋଧପୁରର ଜଣେ ପରିବାର ନିଜ ଘରେ ୩ଟି ଗାଈ ରଖିଛନ୍ତି । ପରିବାର ଲୋକେ ଗାଈ ପାଇଁ ଏକ ସ୍ୱତନ୍ତ୍ର ବେଡ୍‌ରୁମ୍‌ ପ୍ରସ୍ତୁତ କରିଛନ୍ତି ।

ପରିବାର ଲୋକେ ୩ଟି ଗାଈକୁ ବହୁତ ଭଲପାଇବା ସହ ଆଦର କରିଥାନ୍ତି । ଏମିତି ପରିବାର ଇନଷ୍ଟାଗ୍ରାମରେ 'COWSBLIKE' ନାମକ ଏକ ଆକାଉଣ୍ଟ ଖୋଲି ଗାଈଙ୍କର ବିଭିନ୍ନ ଭିଡିଓ ସେୟାର କରିଥାନ୍ତି । ପରିବାରରେ ଥିବା ମହିଳା ଜଣକ ଏହି ତିନୋଟି ଗାଈର ଯତ୍ନ ନେଉଛନ୍ତି ।

ସୂଚନା ଅନୁସାରେ, ଯୋଧପୁର ସୁଭାଷ ନଗରରେ ରୁହନ୍ତି ମହିଳା ସଞ୍ଜୁ କାନୱାର । ସେ ଗାଈକୁ ନିଜ ଛୁଆ ଭଳି ପାଳୁଛନ୍ତି । ଏମିତିକି ସେ ଏହି ୩ଟି ଗାଈର ନାମ 'ଗୋପୀ', 'ଗଙ୍ଗା' ଏବଂ 'ପ୍ରୀତୁ' ରଖିଛନ୍ତି । ମହିଳା ଜଣକ ଦିନସାରା ନିଜ ଗୃହପାଳିତ ପଶୁଙ୍କର ଯତ୍ନ ନେଇଥାନ୍ତି ।

ଏନେଇ ସଞ୍ଜୁ କହିଛନ୍ତି ଯେ, ଯଦିଓ ସମସ୍ତେ ଭଗବାନ ଶିବଙ୍କ ବାହନ ନନ୍ଦୀଙ୍କୁ ପୂଜା କରିବାକୁ ମନ୍ଦିରକୁ ଯାଆନ୍ତି ।  କିନ୍ତୁ ରାସ୍ତାରେ ଗାଈ ଓ ଷଣ୍ଢକୁ ଦେଖି ସେମାନେ ଅଣଦେଖା କରି ଚାଲିଯାଆନ୍ତି । କାରଣ ସେମାନେ ଏହା ଉପରେ ବିଶ୍ୱାସ କରନ୍ତି ନାହିଁ ।

ଏହାସହ ସେ କହିଛନ୍ତି ଯେ, ଗାଈମାନେ ଗୃହପାଳିତ ପଶୁ । ସେମାନେ କାହାରିକୁ କ୍ଷତି କରନ୍ତି ନାହିଁ । ତେଣୁ ଗାଈ ମାନଙ୍କୁ ଘରେ ରଖିବା ହେତୁ ପ୍ରତ୍ୟେକ କଷ୍ଟଦାୟକ ପରିସ୍ଥିତି କଟିଯାଏ ।

ଆଜିର ସମୟରେ ଅନେକ ଲୋକ ଗାଈକୁ ଗୃହପାଳିତ ପଶୁ ଭାବରେ ନିଜ ଘରେ ରଖିଥାନ୍ତି । ହେଲେ ସେମାନେ ଗାଈଙ୍କୁ ଗୁହାଳ ଘରେ ରଖିଥାନ୍ତି । କିନ୍ତୁ ରାଜସ୍ଥାନର ଏହି ମହିଳା ମଣିଷ ପିଲାମାନଙ୍କ ପରି ଗାଈ ଏବଂ ବାଛୁରୀକୁ ନିଜ ଘରେ ରଖି ସମାଜରେ ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ।

OTV is now on Whatsapp

Join and get latest news update delivered to you via whatsapp

Join Now