/odishatv-khabar/media/post_attachments/uploadimage/library/16_9/16_9_0/IMAGE_1662132143.jpg)
Akhsay Kumar Mohanty Death
ବିଶିଷ୍ଟ ନାଟ୍ୟକାର, ଦିଲ୍ଲୀ ଦୂରଦର୍ଶନର ବରିଷ୍ଠ ଅଧିକାରୀ ଓ ପ୍ରଶାସକ ତଥା ଓଡ଼ିଆ ଭାଷା ସାହିତ୍ୟର ବିଶିଷ୍ଟ ଲେଖକ ଏବଂ ରାମୋଜୀ ଫିଲ୍ମ ସିଟି ହାଇଦ୍ରାବାଦର ମୁଖ୍ୟ ତଥା ଇ ଟିଭିର ବରିଷ୍ଠ ପ୍ରଯୋଜକ ତଥା ନିର୍ଦ୍ଦେଶକ ଅକ୍ଷୟ କୁମାର ମହାନ୍ତିଙ୍କ ଆଜି ସକାଳ ସାତଟା ସମୟରେ ଇହଲୀଳା ସମ୍ବରଣ କରିଛନ୍ତି ।
ଆଜି ପୁରୀ ସ୍ୱର୍ଗ ଦ୍ୱାର ଠାରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଯାଇଛି । ପ୍ରକାଶ ଥାଉକି ଅବସର ପରେ ସ୍ଵର୍ଗତ ମହାନ୍ତି ଓଡ଼ିଆ ଦୃଶ୍ୟମାନ ସାହିତ୍ୟ ଉପରେ ଡଃ ହରିହର କାନୁନଗୋଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଗବେଷଣା କରି ପିଏଚଡ଼ି ଡିଗ୍ରୀ ଲାଭ କରିଛନ୍ତି । ଭୁବନେଶ୍ୱର ନୀଳାଦ୍ରି ବିହାର ସେକ୍ଟର ୧,ଏଚ.ଆଇ.ଜି ୨,ପ୍ଲଟ ନମ୍ବର ୧୩୩ ସ୍ଥିତ ନିଜ ବାସଭବନରେ ତାଙ୍କର ପରଲୋକ ଘଟିଛି । ତାଙ୍କ ବିୟୋଗରେ ଗଭୀର ଶୋକର ଛାୟା ଖେଳିଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିଲା।
କଟକରେ ତାଙ୍କର ସ୍କୁଲ ସମୟ କଟିଥିବା ବେଳେ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ସେ ଅଧ୍ୟୟନ କରିଥିଲେ । ୧୯୭୩ ମସିହାରେ ସେ ଦୂରଦର୍ଶନରେ ଯୋଗ ଦେଇ ଓଡିଶା ପାଇଁ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବାକୁ ଆଗେଇ ଆସିଥିଲେ । ଅବସର ପରେ ସେ ଇଟିଭିରେ ଯୋଗ ଦେଇ ଭାରତୀୟ ଟେଲିଭିଜନ ପାଇଁ ଅନେକ ଭୂମିକାରେ ସହଯୋଗ କରିଥିଲେ। ତାଙ୍କ ଯୁବାବସ୍ଥାରେ ସେ ଅନେକ ନାଟକ ଏବଂ ଉପନ୍ୟାସ ଲେଖିଥିଲେ, ସେଥିମଧ୍ୟରୁ ସମ୍ବିଟ୍, ଚନ୍ଦ୍ରମାଲିକା, ମଧ୍ୟରାତ୍ରିରୋ କାହାନି ଆଦି ଅନ୍ୟତମ । ଆଗାମୀ ପିଢ଼ୀଙ୍କ ମାଗଦର୍ଶନ ପାଇଁ ସେ ପିଏଚ୍ଡି ଥେସିସ ମଧ୍ୟ ଲେଖିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)