man carry his mother by trolley
ମାଲକାନାଗିରି: ରୋଗୀଣା ମାଆକୁ ଟ୍ରଲିରେ ନେଇ ଜିଲ୍ଲାପାଳଙ୍କ ପାଖରେ ଗୁହାରୀ କଲା ପୁଅ। ଅଭିଯୋଗ କରିଛନ୍ତି- ଟାଟା କମ୍ପାନୀ ମନମୁଖୀ କାମ କରୁଛି। କିଛି ଦିନ ତଳେ ମାଲକାନଗିରି ଏପିଭି-୪୧ ଗାଁର ଦୀପକ ଦେଙ୍କ ଘରୁ ଲାଇନ୍ କାଟିଦେଇଥିଲେ ଟାଟା କର୍ମଚାରୀ। ଦୀପକଙ୍କ କହିବା କଥା, ତାଙ୍କ ମାଆ ରୋଗରେ ପୀଡିତ ଥିବାରୁ ତାଙ୍କୁ କୁଲର ଦରକାର ପଡୁଛି।
ତେବେ ବିଲ୍ ପଇଠ କରିବା ପରେ ବି ତାଙ୍କର ଲାଇନ୍ କଟାଯାଇଥିଲା। ଏନେଇ ସେ ବାରମ୍ବାର ଅନୁରୋଧ କରିବା ପରେ ବି ଟାଟା କର୍ମଚାରୀ ବିଜୁଳି ସଂଯୋଗ ଦେଇନଥିଲେ।ଫଳରେ ସମସ୍ୟା ଜଣାଇବାକୁ ଦୀର୍ଘ ୧୫ କମି ମାଆଙ୍କୁ ଟ୍ରଲିରେ ନେଇ ଜିଲ୍ଲାପାଳଙ୍କ ଅଫିସରେ ପହଂଚିଥିଲେ ଦୀପକ।
ପୋଲିସ ଓ ବିଦ୍ୟୁତ ବିଭାଗ କର୍ମଚାରୀ ଦୀପକଙ୍କୁ ବୁଝାସୁଝା କରିବା ସହ ମାଆଙ୍କୁ ହସପିଟାଲ ପଠାଇଥିଲେ। ସେପଟେ ବିଦ୍ୟୁତ ବିଭାଗ ମୁଖ୍ୟ ଯନ୍ତ୍ରୀ କହିଛନ୍ତି, ବିଜୁଳି କାଟିବା ପରେ ସଂଯୋଗ ପାଇଁ କର୍ମଚାରୀ ଯାଇଥିଲେ ମଧ୍ୟ ଦୀପକ ଜମି ଭିତରକୁ ପୁରାଇ ନଥିଲେ, ତେଣୁ ବିଦ୍ୟୁତ ସଂଯୋଗ କରାଯାଇ ପାରୁନି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1635690288.jpg)