Advertisment

୧୦ ବର୍ଷ ଧରି ମାଗଣାରେ ଖଟିଲେ, ଚାକିରି ବେଳକୁ ବାହାର କରିଦେଲେ

ଆଖିରେ ଧାରଧାର ଲୁହ, ଆଉ ଗୋଟିଏ ହିଁ କଥା କହୁଛି ମୋ କଥା ନାଁ ପ୍ରଶାସନ ଶୁଣିଲା, ନାଁ ସରକାର, ମୋତେ ଗୋଟିଏ କାମକର, ଗୁଳିମାରି ହତ୍ୟା କରିଦିଅ ନହେଲେ ମୁଁ ନିଜେ ଏଇଠି ଆତ୍ମହତ୍ୟା କରିଦେବି।

ଧାରଣା ଦେଇଥିବା ଆଦିବାସୀ ଯୁବତୀ ପିରୋ କିସାନ

ଧାରଣା ଦେଇଥିବା ଆଦିବାସୀ ଯୁବତୀ ପିରୋ କିସାନ

Advertisment

ସୁନ୍ଦରଗଡ(ବିଜୟ ବରୁଆ): ସରକାରୀ ଚାକିରିଟିଏ ପାଇଁ କେତେ ଯେ ସଂଘର୍ଷ କରିବାକୁ ପଡେ, ଆଉ ଏଥିପାଇଁ କିଭଳି ଲାଞ୍ଚ କାରବାର ହୁଏ ତାହା ଆଜି ଦେଖିବାକୁ ମିଳିଛି ସୁନ୍ଦରଗଡ ସହରରେ। ଜିଲ୍ଲାପାଳଙ୍କ ରୁମ ବାହାରେ ଜଣେ ଆଦିବାସୀ ଝିଅ ଧାରଣାରେ ବସି ଚାକିରି ଦିଅ ଅଥବା ଗୁଳିକରି ମାରିଦିଅ ବୋଲି ନେହୁରା ହେବା ପରେ ଏହି ଘଟଣା ସାମ୍ନାକୁ ଆସିଛି। ଦେଖୁ ଆଦିବାସୀ ଝିଅ ପିରୋ କିସାନର ସଂଘର୍ଷଭରା କାହାଣୀ।

Advertisment

ସୁନ୍ଦରଗଡ ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ପରିସରେ ଥିବା ଜିଲ୍ଲପାଳଙ୍କ ରୁମ ବାହାର ଠିକ ନାମଫଳକ ତଳେ ହାତରେ ଦାବି ପତ୍ର ଧରି ବସି ରହିଛି ଆଦିବାସୀ ଝିଅ ଜଣକ। ନାଁ ପିରୋ କିସାନ। ଯିଏ ବି ପଚାରି ଦେଲେ କଣ ହେଲା ବୋଲି? କୋହଭରା ପାଟିରେ ସବୁ ବଖାଣି ଯାଉଛି ନିଜ ସଂଘର୍ଷଭରା କାହାଣୀ ସବୁକୁ। ଆଖିରେ ଧାରଧାର ଲୁହ, ଆଉ ଗୋଟିଏ ହିଁ କଥା କହୁଛି ମୋ କଥା ନାଁ ପ୍ରଶାସନ ଶୁଣିଲା, ନାଁ ସରକାର, ମୋତେ ଗୋଟିଏ କାମକର, ଗୁଳିମାରି ହତ୍ୟା କରିଦିଅ ନହେଲେ ମୁଁ ନିଜେ ଏଇଠି ଆତ୍ମହତ୍ୟା କରିଦେବି।

ପିରୋ କିସାନ ଘର ସୁନ୍ଦରଗଡ ସଦର ବ୍ଲକ ମଝାପଡା ଅଞ୍ଚଳରେ ପିରୋ ପିଲାଦିନୁ  ତାଙ୍କ ବାପାଙ୍କୁ ହରାଇଛନ୍ତି। ଆଉ କରୋନାରେ ମା ବି ଚାଲିଗଲେ ଆରପାରିକୁ। ପରିବାରରେ ଆଉ ଭାଇ ଅଛି ନା ଭଉଣୀ। ବାପା ମା ଚାଲିଗଲା ପରେ ପିରୋ ଏବେ ଘରେ ଏକୁଟିଆ। ଏଭଳି ଦୋଛକିରେ ଏହି ଯୁବତୀକୁ ନେଇ ଛିଡା କରିଦେଇଛି ସମୟ। ଗୋଟିଏ ସମୟ ଖାଇଲେ ଆର ବେଳକୁ ଉପାସ ବି ରହିବାକୁ ପଡୁଛି।

Advertisment

୧୦ ବର୍ଷ କାଳ ମାଗଣାରେ ମଝାପଡା ବାଳିକା ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଚାକିରି କଲେ। ଆଉ ଆଶା ଥିଲା ବ୍ଲକଗ୍ରାଣ୍ଡ ପାଇଲା ବେଳକୁ ସ୍କୁଲ କର୍ତ୍ତୃପକ୍ଷ ତାଙ୍କ ନାଁ ବି ଅନୁମୋଦନ କରିବେ। ଆଉ ସେଥିପାଇଁ ସ୍କୁଲ କର୍ତ୍ତୃପକ୍ଷ ୩୦ହଜାର ଟଙ୍କା ଲାଞ୍ଚ ବି ମାଗିଥିଲେ। ହେଲେ ୧୫ ହଜାର ଲାଞ୍ଚ ଦେଇଥିଲେ ପିରୋ। କିନ୍ତୁ ସେମାନେ ଆଉ ଜଣଙ୍କୁ ଚାକିରିରେ ରଖିଦେଇଥିଲେ। ଆଉ ସେଇଦିନରୁ ଆରମ୍ଭ ହୋଇଯାଇଥିଲା ପିରୋଙ୍କ ସଂଘର୍ଷ।ଦୀର୍ଘ ୪ବର୍ଷ ହେଲା ସ୍କୁଲରୁ ଡିଇଓ ଅଫିସ ଆଉ ଡିଇଓ ଅଫିସରୁ ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ଦୌଡି ଦୌଡି ନୟାନ୍ତ ହେଲେଣି ପିରୋ। ଧୈର୍ଯ୍ୟ ହରାଇବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧାରଣା ଦେଇଛନ୍ତି। ଅନ୍ୟପକ୍ଷରେ ଘଟଣାର ନିରପେକ୍ଷ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ। 

Sundargarh Justice For Adivasi Girl
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ