• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଭୁବନେଶ୍ୱର ଘରୋଇ ଇଞ୍ଜିନିୟରିଂ କଲେଜରୁ ୯୭ ଲକ୍ଷ ଟଙ୍କା ଠକେଇ ମାମଲାରେ ଚାଲିଛି ଜୋରଦାର ଖୋଲତାଡ଼ । ଅଭିଯୁକ୍ତ ଯୁବତୀ ଓ ତାଙ୍କ ବୟଫ୍ରେଣ୍ଡକୁ ପୁଣି ୫ଦିନ ପାଇଁ ରିମାଣ୍ଡରେ ଆଣିଛି କମିଶନରେଟ୍ ପୋଲିସ୍ । ପୂର୍ବରୁ ୩ ଦିନ ପାଇଁ ରିମାଣ୍ଡରେ ଆଣି ପୋଲିସ ଅନେକ ତଥ୍ୟ ସଂଗ୍ରହ କରିଛି । କିନ୍ତୁ ୯୭ ଲକ୍ଷ ଟଙ୍କା ହଡପ ସମ୍ବନ୍ଧରେ ସଠିକ ତଥ୍ୟ ସେମାନେ ଦେଇ ପାରୁନାହାନ୍ତି ।

ବିଭିନ୍ନ ଅନଲାଇନ୍ ଗେମ୍ବଲିଂ ସାଇଟରେ ଲକ୍ଷାଧିକ ଟଙ୍କା ଉଡ଼ାଇଛନ୍ତି । ଏହାକୁ ଟ୍ରାକ୍ କରିବାକୁ ଯୋଜନା କରି ୭ଟି ଅନଲାଇନ୍ ଗେମ୍ବଲିଂ ସାଇଟ୍ ସମ୍ପର୍କରେ ତଥ୍ୟ ଯୋଗାଡ଼ ଚାଲିଛି । ଏଥିପାଇଁ ହ୍ୱାଟସଆପକୁ ଅଧିକ ତଥ୍ୟ ପାଇଁ ଚିଠି ଲେଖିଛି କମିଶନରେଟ୍ ପୋଲିସ୍ । ତେଣୁ ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ ବେଳେ କଲେଜ କର୍ମଚାରୀଙ୍କ ଭୂମିକା ନେଇ ମଧ୍ୟ ତଦନ୍ତ କରାଯିବ ।

ସୂଚନାଯୋଗ୍ୟ ଭୁବନେଶ୍ୱର ତମାଣ୍ଡୋ ଥାନା ଅଞ୍ଚଳରେ ବୟଫ୍ରେଣ୍ଡ ପାଇଁ ୯୭ ଲକ୍ଷ ଟଙ୍କା ହଡ଼ପ ମାମଲାରେ ଦୁଇ ଜଣଙ୍କୁ ଗିରଫ କରି ରିମାଣ୍ଡରେ ନେଇଥିଲା ପୋଲିସ୍ । ମହିଳା ଆକାଉଣ୍ଟାଣ୍ଟ ଜଣକ ଧରା ନପଡିବା ଲାଗି ନିଜ ଆକାଉଣ୍ଟରେ ଟଙ୍କା ନ ରଖି ଆଟେଣ୍ଡାଣ୍ଟଙ୍କ ଆକାଉଣ୍ଟକୁ ପଠାଇଥିଲେ । ଆଟେଣ୍ଡାଣ୍ଟଙ୍କ ଲିଙ୍କ୍ ନେଇ ଜେରା କରିଛି ପୋଲିସ୍ ।

OTV is now on Whatsapp

Join and get latest news update delivered to you via whatsapp

Join Now