କେରଳରେ ବର୍ତ୍ତମାନ ସୁଦ୍ଧା ଟମାଟୋ ଫ୍ଲୁର ୮୨ଟି କେସ୍ ଚିହ୍ନଟ ହୋଇସାରିଲାଣି। ତେବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଓଡ଼ିଶାକୁ କୌଣସି ଆଡ଼ଭାଇଜାରି ଆସିନି କିମ୍ବା ସର୍ଭେଲାନ୍ସ କରିବାକୁ ଆଲର୍ଟ ବି ଜାରି କରାଯାଇନି। ତେଣୁ ବର୍ତ୍ତମାନ କୌଣସି ଆତଙ୍କିତ ହେବାର ନାହିଁ ବୋଲି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ଆଶ୍ୱାସନା ଦେଇଛନ୍ତି।
ଟମାଟୋ ଫ୍ଲୁ ପ୍ରସଙ୍ଗରେ ଡାକ୍ତର ଏବଂ ବିଶେଷଜ୍ଞଙ୍କ ସହ ଆଲୋଚନା କରାଯାଇଛି। ସେମାନଙ୍କ ମତ, ଟମାଟୋ ଫ୍ଲୁ ଏକ ଭାଇରାଲ ରୋଗ। ଏହା ଗ୍ରୀଷ୍ମଦିନରେ ହିଁ ହୁଏ। ଏହାର ଲକ୍ଷଣ ହେଉଛି- ପିଲା ଖାଇବେ ନାହିଁ, ବାନ୍ତି ହେବ, ଦେହ ଯାକ ଫଳି ଯିବ, ନାଲି ପଡିଯିବ ଏବଂ ଜ୍ୱର ହେବ।
ଓଡ଼ିଶାରେ କେତେ କେସ୍ ଏଭଳି ଅଛି ଜାଣିବା ପାଇଁ ମେଡ଼ିକାଲ କଲେଜ ଗୁଡିକୁ ରିପୋର୍ଟ ମଗାଯାଇଥିଲା। RMRC ଏହି ଭାଇରାଲ ଭାଇରସର ଡିଟେକ୍ସନ ସହ ନମୁନା ସଂଗ୍ରହ କରି ପଠାଇବେ ବୋଲି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।