Traders not been resettled
ଖୋର୍ଦ୍ଧା ଜଟଣୀ ପୌରପରିଷଦରେ ଉଚ୍ଛେଦ କରାଯାଇଥିବା ଦୋକାନୀମାନଙ୍କୁ କେବେ କରାଯିବ ଥଇଥାନ ? ଦୋକାନୀଙ୍କୁ କେବେ ମିଳିବ ଲକ୍ଷ ଲକ୍ଷ ଟଙ୍କାର ବ୍ୟୟରେ ନିର୍ମାଣ ହୋଇଥିବା ଭେଣ୍ଡିଂଜୋନ ? ଉଚ୍ଛେଦ ହେବାର ୮ବର୍ଷ ପରେ ବି ଥଇଥାନ କରାଯାଇନଥିବାରୁ ଏବେ ଉଠିଛି ଏଭଳି ପ୍ରଶ୍ନ ।
ରାସ୍ତା ସଂପ୍ରସାରଣ ଏବଂ ଓଭରବ୍ରିଜ ନିର୍ମାଣ ପାଇଁ ୫୮୮ ଦୋକାନ ଗୃହ ଉଚ୍ଛେଦ ହୋଇଥିଲା । ଭେଣ୍ଡିଂ ଜୋନ୍ ନିର୍ମାଣ ହୋଇଥିଲେ ସୁଦ୍ଧା, ଦୋକାନଙ୍କୁ ପ୍ରଦାନ କରା ଯାଇନଥିବାରୁ ଏବେ ଖତ ଖାଇବାକୁ ବସିଲାଣି ଦୋକାନ ଘର । ଖୋର୍ଦ୍ଧା ଜଟଣୀ ସହରରେ ହନ୍ତସନ୍ତ ବ୍ୟବସାୟୀ । ୮ବର୍ଷ ହେଲା ପ୍ରଶାସନର ପ୍ରତାରଣାର ଶିକାର ବ୍ୟବସାୟୀ ।
ଖତଖାଉଛି ଭେଣ୍ଡିଂ ଜୋନ୍, ହେଲେ ହେଉନି ଥଇଥାନ । ବହୁ ପ୍ରତିକ୍ଷୀତ ଫ୍ଲାଏ ଓଭର ବ୍ରିଜ ନିର୍ମାଣ ଓ ରାସ୍ତାର ସମ୍ପ୍ରସାରଣ ପାଇଁ, ସୀତାରାମ ଛକ ଠାରୁ ଆରମ୍ଭ କରି କୁଦୀଆରୀ ବଜାର ପର୍ଯ୍ୟନ୍ତ ପ୍ରାୟ ୫୮୮ ଦୋକାନୀ ଘର ଉଚ୍ଛେଦ କରା ଯାଇଥିଲା । ସେମାନଙ୍କୁ ଥଇଥାନ ପାଇଁ ଭେଣ୍ଡିଂଜୋନ୍ ନିର୍ମାଣ ବି ହୋଇଛି, ହେଲେ ୮ବର୍ଷ ହେଲା କରାଯାଉନି ଥଇଥାନ । ଫଳରେ ନବନିର୍ମିତ ଭେଣ୍ଡିଂ ଜୋନ୍ ଏବେ ଖତ ଖାଇବାକୁ ବସିଥିବା ଅଭିଯୋଗ ହୋଇଛି ।
ଜଟଣୀ ପୌର ପ୍ରଶାସନ ପକ୍ଷରୁ ନିର୍ମିତ ଭେଣ୍ଡିଂ ଜୋନରେ ଦୋକାନ ପାଇଁ ସିକ୍ୟୁରିଟି ଫି ରହିଛି ୫୦ ହଜାର ଟଙ୍କା । ହେଲେ ପାନଦୋକାନ, ଚା ଦୋକାନ ଭଳି ଛୋଟ ବ୍ୟବସାୟୀଙ୍କ ପାଇଁ ଏକକାଳୀନ ଏତେ ଟଙ୍କା ଦେବା ସମ୍ଭବପର ହୋଇନି । ଅନ୍ୟପଟେ ଯେଉଁ ମାନେ ଟଙ୍କା ଦେଇ ଦୋକାନ ପାଇଛନ୍ତି, ଆଲୋକୀକରଣ ବ୍ୟବସ୍ଥା ନଥିବାରୁ ବ୍ୟବସାୟ କରିପାରୁନାହାନ୍ତି ।
ସେପଟେ ପୌରପ୍ରଶାସନ କହିଛି, ବାଦ ପଡିଥିବା ଦୋକାନୀଙ୍କୁ ଅନ୍ୟ ପ୍ରୋଜେକ୍ଟରେ ଥଇଥାନ କରାଯିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1703128236.jpg)