Snake
ସାପ ପାଟିରୁ ବାହାରିଲା ୮ଟି କୁକୁଡ଼ା ଅଣ୍ଡା । ଗୋଟିଏ ପରେ ଗୋଟିଏ ଗୋଟା କୁକୁଡ଼ା ଅଣ୍ଡା ସାପ ପାଟିରୁ ବାହାରିଲା । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହା ଦେଖି ଲୋକେ ଆଶ୍ଚର୍ଯ୍ୟ ବି ହୋଇଛନ୍ତି ।
ମୟୂରଭଂଜ ଜିଲ୍ଲା ଖୁଣ୍ଟା ବନାଞ୍ଚଳ କହ୍ନାଇବନ୍ଧ ଗାଁରୁ ଉଦ୍ଧାର ହୋଇଛି ଏକ ବିରାଟ ଚମ୍ପା ନାଗ । ଏହି ନାଗ ସାପଟି ଏକ ବିରଳ ପ୍ରଜାତିର ବୋଲି କୁହାଯାଉଛି । ସାଧାରଣ ନାଗ ସାପଠାରୁ ଏହାର ରଙ୍ଗ ଅଧିକ ଧଳା । ଏହାକୁ ଚମ୍ପା ନାଗ ବୋଲି କୁହାଯାଉଛି । ସାପଟି ଏକ କୁକୁଡ଼ା ଭାଡ଼ିରେ ପଶିଥିବା ବେଳେ ତାକୁ ଉଦ୍ଧାର କରିଛନ୍ତି କୃଷ୍ଣ ଗୋଚ୍ଛାୟତ ଓ ତାଙ୍କ ପତ୍ନୀ ସସ୍ମିତା ଗୋଚ୍ଛାୟତ ।
ସାପଟିର ବୟସ ପ୍ରାୟ ୨୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ଏହାର ଲମ୍ବ ୭ ଫୁଟରୁ ଅଧିକ ବୋଲି ଜଣାପଡ଼ିଛି । କିଛି ଦିନ ହେବ ଗାଁରୁ ଅନେକ କୁକୁଡ଼ା ଚିଆଁ ଓ ଅଣ୍ଡା ଉଭାନ ହୋଇଯାଉଥିଲା । ଏହି ସାପଟି ସେହି ସବୁ ଚିଆଁ ଓ ଅଣ୍ଡା ଖାଇଥିବା ଅନୁମାନ କରାଯାଉଛି । ସାପଟିକୁ ଉଦ୍ଧାର କରିବ ଶିମିଳିପାଳ ଅଭୟାରଣ୍ୟରେ ଛାଡ଼ି ଦିଆଯିବ ବୋଲି କହିଛନ୍ତି ସସ୍ମିତା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Snake_1656856195.jpg)