Advertisment

ରୋଷେଇବେଳେ ଫାଟିଗଲା ଗ୍ୟାସ ସିଲିଣ୍ଡର

ଖୋର୍ଦ୍ଧା ବାଣପୁର ଥାନା ଗମ୍ଭାରୀମୁଣ୍ଡା ଗାଁରେ ଏକ ଅଘଟଣ ଘଟି ଯାଇଛି। ରୋଷେଇ ଗ୍ୟାସ ଟାଙ୍କି ଫାଟି ପୋଡ଼ିହୋଇ ୭ ଆହତ  ହୋଇଛନ୍ତି।

ଅଦ୍ୟତନ ହୋଇଛି
ରୋଷେଇବେଳେ ଫାଟିଗଲା ଗ୍ୟାସ ସିଲିଣ୍ଡର

gas cylinder blast in khordha

Advertisment

ବାଲୁଗଁ: ଖୋର୍ଦ୍ଧା ବାଣପୁର ଥାନା ଗମ୍ଭାରୀମୁଣ୍ଡା ଗାଁରେ ଏକ ଅଘଟଣ ଘଟି ଯାଇଛି। ରୋଷେଇ ଗ୍ୟାସ ଟାଙ୍କି ଫାଟି ପୋଡ଼ିହୋଇ ୭ ଆହତ  ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଗୋଟିଏ ପରିବାରର ୫ ଜଣ ଓ ଅନ୍ୟ ୨ ଜଣ ପଡ଼ୋଶୀ ।  ସମସ୍ତଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଚିକିତ୍ସା ପାଇଁ  ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। 

Advertisment

ମିଳିଥିବା ସୂଚନାରୁ ପ୍ରକାଶ, ଆଜି ସକାଳୁ ଗମ୍ଭାରୀମୁଣ୍ଡା ଗାଁର ରବୀନ୍ଦ୍ର ପ୍ରଧାନଙ୍କ ଘରେ ହଠାତ ନିଆଁ ଲାଗି ଯାଇଥିଲା। । ରୋଷେଇ କରିବା ପାଇଁ ଗ୍ୟାସ ଅନ୍‌ କରିବାରୁ ନିଆଁ ହଠାତ୍‌ ଜଳି ଉଠିଥିଲା। ପରିବାର ଲୋକେ ପାଟି କରିବାରୁ ଘର ଲୋକଙ୍କ ସମେତ ପଡୋଶୀ ଲୋକେ ଦୌଡି ଆସି ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ। ହେଲେ ଏହି ସମୟରେ ସିଲିଣ୍ଡରଟି ଫାଟି ଯାଇଥିଲା। 

Advertisment

ଫଳରେ ରବୀନ୍ଦ୍ରଙ୍କ ପରିବାରରୁ ଜଣେ ଏବଂ ଗାଁର ଅନ୍ୟ ୬ ଜଣ ଯୁବକ ଗୁରୁତର ଆହତ ହୋଇଥିଲେ। ଏମାନଙ୍କ ମଧ୍ୟରେ ୬ ଜଣ ପୁରୁଷ ଥିବାବେଳେ ଜଣେ ମହିଳା ଅଛନ୍ତି। ସେମାନଙ୍କ ଅବସ୍ଥା ଗୁରୁତର ଥିବାରୁ ଚିକିତ୍ସା ପାଇଁ କଟକ ଏବଂ ଭୁବନେଶ୍ୱର ପଠାଯାଇଛି। ଅନ୍ୟ ତିନିଜଣ ସାମାନ୍ୟ ଆହତ ହୋଇଛନ୍ତି। ବାଣପୁର ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। 

Odisha News Gas Cylinder Blast
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ