Advertisment

ଓଡ଼ିଆ ଅକ୍ଷର ଉପରେ ଚଢି ଅଡୁଆରେ ପାଣ୍ଡିଆନ୍ !

ଅକ୍ଷରମାଳାକୁ ବିଦ୍ୟାଦାତ୍ରୀ ସରସ୍ୱତୀ ଏବଂ ସଂଖ୍ୟାଗୁଡ଼ିକୁ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱରଙ୍କ ପ୍ରତୀକ ଭାବେ ବିବେଚନା କରାଯାଉଥିବାବେଳେ ତା ଉପରେ ଚାଲିବା ଠିକ୍ ନୁହେଁ ବୋଲି ବିଭିନ୍ନ ସଂଗଠନ ଓ ବୁଦ୍ଧୀଜୀବୀ ମତ ରଖିଛନ୍ତି। ଖାଲି ସେତିକି ନୁହେଁ ଅଙ୍ଗନବାଡ଼ି କେନ୍ଦ୍ରର ସେହି କୋଠରୀ କାନ୍ଥରେ ଥିବା ଜାତୀୟ ପତାକାଟି ମଧ୍ୟ ଭୁଲ୍ କରି ଅଙ୍କା ଯାଇଥିବା ଦେଖିବାକୁ ମିଳିଥିଲା।

ଅଦ୍ୟତନ ହୋଇଛି
ଓଡ଼ିଆ ଅକ୍ଷର ଉପରେ ଚଢି ଅଡୁଆରେ ପାଣ୍ଡିଆନ୍ !

5t secretary V.K Pandian

Advertisment

ବ୍ରହ୍ମପୁର: ଗଂଜାମ ଜିଲ୍ଲାର ଏକ ଅଙ୍ଗନବାଡ଼ି କେନ୍ଦ୍ର ଚଟାଣରେ ଓଡ଼ିଆ ଓ ଇଂରାଜୀ ଅକ୍ଷର ଲେଖାଥିବା ଟାଇଲ ଉପରେ ଫାଇଭ୍ ଟି ସଚିବ ଭି.କେ. ପାଣ୍ଡିଆନ୍ ଚାଲିବାବେଳର ଫଟୋକୁ ନେଇ ବିବାଦ। ନିକଟରେ ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶାସନ ଆମ୍ବ ଗାଁର ଉକ୍ତ ଅଙ୍ଗନବାଡ଼ି କେନ୍ଦ୍ରକୁ ପାଣ୍ଡିଆନଙ୍କ ପରିଦର୍ଶନ ବେଳର ଏହି ଫଟୋ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ଯାହାକୁ ନେଇ ନାନା ଆକ୍ଷେପମୂଳକ ମତ ପ୍ରକାଶ ପାଇଛି।

Advertisment

ଅକ୍ଷରମାଳାକୁ ବିଦ୍ୟାଦାତ୍ରୀ ସରସ୍ୱତୀ ଏବଂ ସଂଖ୍ୟାଗୁଡ଼ିକୁ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱରଙ୍କ ପ୍ରତୀକ ଭାବେ ବିବେଚନା କରାଯାଉଥିବାବେଳେ ତା ଉପରେ ଚାଲିବା ଠିକ୍ ନୁହେଁ ବୋଲି ବିଭିନ୍ନ ସଂଗଠନ ଓ ବୁଦ୍ଧୀଜୀବୀ ମତ ରଖିଛନ୍ତି। ଖାଲି ସେତିକି ନୁହେଁ ଅଙ୍ଗନବାଡ଼ି କେନ୍ଦ୍ରର ସେହି କୋଠରୀ କାନ୍ଥରେ ଥିବା ଜାତୀୟ ପତାକାଟି ମଧ୍ୟ ଭୁଲ୍ କରି ଅଙ୍କା ଯାଇଥିବା ଦେଖିବାକୁ ମିଳିଥିଲା। ଏହାକୁ ନେଇ ସମାଲୋଚନା ବଢିବା ପରେ ଗଂଜାମ ପ୍ରଶାସନ ତ୍ରୁଟି ସୁଧାରିଥିବା ଟ୍ବିଟ୍ କରି ଦର୍ଶାଇଛି।

Collector Tweet

ଚଟାଣରେ ପଡ଼ିଥିବା ଅକ୍ଷରଯୁକ୍ତ ଟାଇଲ ପିଲାଙ୍କ ପଢ଼ିବା ପାଇଁ ଉଦ୍ଦିଷ୍ଟ ଥିଲା, କିନ୍ତୁ ତାକୁ ନେଇ ଅନେକ ମତାମତ ଆସିବା ପରେ, ଏଣିକି ତାହା ଚଟାଣ ବଦଳରେ କାନ୍ଥରେ ଲଗାଯିବ। ସେହିପରି ଜାତୀୟ ପତାକାରେ ଥିବା ତ୍ରୁଟିକୁ ମଧ୍ୟ ତୁରନ୍ତ ସଂଶୋଧନ କରାଯାଇଥିବା ଟ୍ୱିଟ୍‌ରେ ଦର୍ଶାଯାଇଛି।

Advertisment
Odisha News 5T Secretary V.K. Pandian
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ