Advertisment

ବାଲ୍ୟ ବିବାହର ଖବର ଦେଲେ ୫୦ ହଜାର ପୁରସ୍କାର

ଗଞ୍ଜାମ ଜିଲ୍ଲାକୁ ବାଲ୍ୟ ବିବାହ ମୁକ୍ତ ଜିଲ୍ଲା ଭାବରେ ଘୋଷଣା କଲେ ଜିଲ୍ଲାପାଳ , ସୂଚନା ପ୍ରଦାନକାରୀଙ୍କୁ ପ୍ରଦାନ କରାଯିବ ପଚାଶ ହଜାର ଟଙ୍କା

author-image
Sarbeswar
ଅଦ୍ୟତନ ହୋଇଛି
Child Marriage

Child Marriage

ଗଞ୍ଜାମ ଜିଲ୍ଲାକୁ ବାଲ୍ୟ ବିବାହ ମୁକ୍ତ ଜିଲ୍ଲା ଭାବରେ ଘୋଷଣା କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ I ଏଥିରେ କାର୍ଯ୍ୟ କରିଥିବା ସମସ୍ତ ବ୍ୟକ୍ତି ବିଶେଷଙ୍କୁ ଶୁଭେଚ୍ଛା ଓ ଧନ୍ୟବାଦ ଜଣାଇଲେ ଜ଼ିଲ୍ଲାପାଳ I ଗଞ୍ଜାମ ଜ଼ିଲ୍ଲାରେ "ନିର୍ଭୟା କଢି" ଯୋଜନାର କାର୍ଯ୍ୟକାରିତା ପରେ ତଳ ସ୍ତରରୁ କମିଟି ଗଠନ କରାଯାଇ ଏହି ଯୋଜନାର ସଫଳ ରୂପାୟନ ଦିଗରେ ବ୍ୟାପକ ସଚେତନତା ମୂଳକ ପଦକ୍ଷେପ ସହିତ ବାଲ୍ୟ ବିବାହକୁ ରୋକିବା ନେଇ ଅନେକ ଗୁଡିଏ ଦୃଷ୍ଟାନ୍ତ ମୂଳକ ପଦେକ୍ଷପ ଗ୍ରହଣ କରାଯାଇଥିଲା I

Advertisment

ଗ୍ରାମପଞ୍ଚାୟତ ଏବଂ ବିଜ୍ଞାପିତ ଅଞ୍ଚଳ ସ୍ତରରେ ସରପଞ୍ଚଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅଙ୍ଗନବାଡି କର୍ମୀ , ଆଶାକର୍ମୀ ଏବଂ ସହାୟିକା ମାନଙ୍କୁ ନେଇ କମିଟି ଗଠନ କରାଯାଇଥିଲା I ସେହି କମିଟିର ସର୍ଭେ ରିପୋର୍ଟକୁ ଆଧାର କରି ବ୍ଲକ ସ୍ତରରେ ପୁନଃ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ଶିଶୁ ବିକାଶ ଯୋଜନା ଅଧିକାରୀ ଏବଂ ସମନ୍ୱିତ ଶିଶୁ ବିକାଶ ଯୋଜନା ଅଧିକାରୀ ଏହାର ପ୍ରକୃତ ସତ୍ୟାସତ୍ୟ ଯାଞ୍ଚ କରିବା ସହିତ ଅନୁସନ୍ଧାନ ରିପୋର୍ଟ ଜିଲ୍ଲା ସ୍ତରରେ ସମ୍ପୃକ୍ତ ଗ୍ରାମକୁ ବାଲ୍ୟ ବିବାହ ମୁକ୍ତ ଗ୍ରାମ ଭାବେ ଘୋଷଣା କରିବା ପାଇଁ ଉପସ୍ଥାପନ କରିଥିଲେ I ଗତ ଦୁଇ ବର୍ଷ ମଧ୍ୟରେ ବିଭିନ୍ନ ସ୍ତରରେ ୧୪,୪୨୨ ଗୋଟି ବୈଠକ ହୋଇଛି I

ନିର୍ଭୟା କଢି ଯୋଜନା କାର୍ଯକାରୀ ପରେ ୨୦୧୯ ମସିହାରେ ୪୫ ଗୋଟି, ୨୦୨୦ ମସିହାରେ ୨୨୮ ଗୋଟି ଏବଂ ୨୦୨୧ ମସିହାରେ ୨୦୧ ଗୋଟି ବାଲ୍ୟ ବିବାହକୁ ରୋକା ଯାଇପାରିଥିଲା I ବର୍ତ୍ତମାନ ଗଞ୍ଜାମ ଜିଲ୍ଲାରେ ୩୩୦୯ ଗୋଟି ବାଲ୍ୟ ବିବାହ ମୁକ୍ତ ଗ୍ରାମ, ସହରାଞ୍ଚଳର ୨୮୦ ଗୋଟି ବାଲ୍ୟ ବିବାହ ମୁକ୍ତ ୱାର୍ଡ ଏବଂ ୫୦୩ ଗୋଟି ବାଲ୍ୟ ବିବାହ ମୁକ୍ତ ଗ୍ରାମପଞ୍ଚାୟତ ଭାବେ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ଘୋଷଣା କରିଛନ୍ତି I ଆଗାମୀ ଦିନରେ ଝିଅ ମାନଙ୍କୁ ବୃତ୍ତିଗତ ପରାମର୍ଶ ଦିଆଯିବ I

Advertisment
Child Marriage
Advertisment
Advertisment