Advertisment

ତଦନ୍ତରେ ଉତ୍କର୍ଷତା ପାଇଁ ଓଡ଼ିଶାର ୪ ପୋଲିସ୍‌ ପାଇବେ ମେଡାଲ୍‌

ତଦନ୍ତରେ ଉତ୍କର୍ଷତା ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ମେଡାଲ୍‌ ଘୋଷଣା ହୋଇଛି। ଦେଶର ମୋଟ୍‌ ୧୫୧ ପୋଲିସ ଅଫିସରଙ୍କୁ ପଦକ ମିଳିବ।

author-image
Rajalaxmi Sahoo
4 Police officials from Odisha receive Union Home Minister's Medal for Excellence in Investigation

4 Police officials from Odisha receive Union Home Minister's Medal for Excellence in Investigation

ସ୍ୱାଧୀନତା ଦିବସ ଅବ୍ୟବହିତ ପୂର୍ବରୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ମେଡାଲ୍‌ ଘୋଷଣା କରାଯାଇଛି। ତଦନ୍ତରେ ଉତ୍କର୍ଷତା ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏହି ମେଡାଲ୍‌ ଘୋଷଣା ହୋଇଛି। ଦେଶର ମୋଟ୍‌ ୧୫୧ ପୋଲିସ ଅଫିସରଙ୍କୁ ମେଡାଲ୍‌ ପ୍ରଦାନ କରାଯିବ। ସେମାନଙ୍କ ମଧ୍ୟରୁ ଓଡ଼ିଶାର ୪ ଜଣ ପୋଲିସ୍‌ ଅଧିକାରୀ ଅଛନ୍ତି।

Advertisment

ତଦନ୍ତରେ ଉତ୍କର୍ଷତା ପାଇଁ ମେଡାଲ୍‌ ପାଇବାକୁ ଥିବା ଓଡ଼ିଶାର ୪ ପୋଲିସ୍‌ ଅଧିକାରୀଙ୍କ ମଧ୍ୟରେ ଜଣେ ଡିଏସ୍‌ପି ଏବଂ ୩ ଜଣ ଇନ୍ସପେକ୍ଟର ଅଛନ୍ତି। ସେମାନେ ହେଲେ- ଡିଏସ୍‌ପି ସୁମିତ୍ରା ଜେନା, ଇନ୍ସପେକ୍ଟର ଆଶିଷ ଜେନା, ଇନ୍ସପେକ୍ଟର ଅନସୂୟା ନାୟକ ଓ ରମେଶ ପ୍ରଧାନ।

ସିବିଆଇରୁ ସର୍ବାଧିକ ୧୫ ଅଧିକାରୀଙ୍କୁ ଉତ୍କର୍ଷ ପଦକ ମିଳିବ। ସେହିପରି ମହାରାଷ୍ଟ୍ରରୁ ୧୧ ଜଣ, ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶରୁ ୧୦ ଜଣ ଲେଖାଏ ଅଫିସରଙ୍କୁ ପଦକ ମିଳିବ। 

Advertisment
Union Home Minister's Medal
Advertisment
Advertisment