Advertisment

ଖୁସିରେ ଫେରୁଥିଲେ, ମୃତ୍ୟୁ ଛକିଥିଲା

ଘଟଣା ସ୍ଥଳରେ ହିଁ ୪ ଜଣଙ୍କ ମୃତ୍ୟୁ ଘଟିଥିଲା।

ଅଦ୍ୟତନ ହୋଇଛି
Road accident

Road accident

Advertisment

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅଞ୍ଚଳ ତୁର୍ଲାଖମଣରେ ବରଯାତ୍ରୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୪ ଜଣ ବରଯାତ୍ରୀଙ୍କର ମୃତ୍ୟୁ ହୋଇଛି। ଅନ୍ୟ ୭ ଜଣ ଗୁରୁତର ଅଛନ୍ତି। ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଓ ଜଣେ ପୁରୁଷ ଅଛନ୍ତି। ଆହତମାନଙ୍କୁ ଭବାନୀପାଟଣା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗୁରୁତରଙ୍କ ଭିତରେ ଥିବା ଏକ ଶିଶୁକୁ ବୁର୍ଲା ମେଡ଼ିକାଲ ସ୍ଥାନାନ୍ତର କରାଯାଇଛି।

Advertisment

ବରଯାତ୍ରୀଙ୍କ ବୋଲେରୋ ଗାଡ଼ିଟି କଳାହାଣ୍ଡିର ପିପଲପଦରରୁ ବଲାଙ୍ଗିର ଜିଲ୍ଲା ଶିଶକେଲାକୁ ଫେରୁଥିଲା। ତେବେ ୨୧୭ ନମ୍ବର ଜାତୀୟ ରାଜପଥର ତୁର୍ଲାଖମଣ ପାଖରେ ଏକ ଧାନ ବୋଝେଇ ଗାଡ଼ି ସହ ବୋଲେରୋର ଧକ୍କା ହୋଇଥିଲା। ଫଳରେ ଘଟଣା ସ୍ଥଳରେ ହିଁ ୪ ଜଣଙ୍କ ମୃତ୍ୟୁ ଘଟିଥିଲା। ବୋଲେରୋରେ ସମୁଦାୟ ୧୧ ଜଣ ଥିଲେ। ତେବେ ପୋଲିସ ଘଟଣାର ତଦନ୍ତ କରୁଛି।

Kalahandi Road Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ