Advertisment

ମାତିଲେଣି ମହୁମାଛି, ୨ ଦିନରେ ନେଲାଣି ୪ ଜୀବନ

କାଲି ମହୁମାଛି ଆକ୍ରଣରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଆଉ ୨ଜଣଙ୍କ ମୃତ୍ୟୁ ହୋଇଛି। ମହୁମାଛି ଆକ୍ରମଣରେ ବାପ, ଝିଅଙ୍କ ମୃତ୍ୟୁ ହୋଇଛି। ରାଉରକେଲା ସରକାରୀ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କ ମୃତ୍ୟୁ ହୋଇଛି।

Honey Bee Attack

Honey Bee Attack

Advertisment

ରାଉରକେଲା: ମାତିଲେଣି ମହୁମାଛି, ୨ ଦିନରେ ନେଲାଣି ୪ ଜୀବନ। କାଲି ମହୁମାଛି ଆକ୍ରଣରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଆଉ ୨ଜଣଙ୍କ ମୃତ୍ୟୁ ହୋଇଛି। ମହୁମାଛି ଆକ୍ରମଣରେ ବାପ, ଝିଅଙ୍କ ମୃତ୍ୟୁ ହୋଇଛି। ରାଉରକେଲା ସରକାରୀ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କ ମୃତ୍ୟୁ ହୋଇଛି। ମୃତ ବାପ, ଝିଅ କାଂଶବାହାଲ ନିକଟ ପାନପୋଷ ଗଉତିଆପଡ଼ାର। କାଲି ମହୁମାଛି ଆକ୍ରମଣ ଯୋଗୁଁ ଆରଜିଏଚ୍‌ରେ ଭର୍ତ୍ତି ହୋଇଥିଲେ, ଆଜି ମୃତ୍ୟୁ ହୋଇଛି।  

Advertisment

ମୟୂରଭଞ୍ଜ ଜିଲ୍ଲା ରରୁଆଁ ଥାନା ବାଡ଼ପାଣି ଗାଁରେ ମହୁମାଛି ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିଲା। ସେହି ଗାଁର ପରେଶ ଚନ୍ଦ୍ର ନାୟକ ହଳ କରୁଥିବା ବେଳେ ମହୁମାଛି ଆକ୍ରମଣର ଶିକାର ହୋଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଘର ଲୋକେ ସ୍ଥାନୀୟ ଯଶୀପୁର ମେଡିକାଲରେ ଭର୍ତ୍ତି କରିଥିଲେ। ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ସେପଟେ କେନ୍ଦୁଝର ଜିଲ୍ଲା ପଣ୍ଡାପଡ଼ା ଥାନା ନଇଗୋଡ଼ା ଗାରେ ଜଣେ ବ୍ୟକ୍ତି ମହୁମାଛି ଆକ୍ରମଣରେ ପ୍ରାଣ ହରାଇଛନ୍ତି ନଇଗୋଡ଼ା ଗାଁର ଚେମୁଟୁ ମହାରଣା। ଛେଳି ଚରାଇବାକୁ ଜଙ୍ଗଲକୁ ଯାଇଥିବା ବେଳେ ତାଙ୍କୁ ମହୁମାଛି ଆକ୍ରମଣ କରିଥିଲେ। ପରିବାର ଲୋକେ ତୁରନ୍ତ ତାଙ୍କୁ ୧୦୮ ଆମ୍ବୁଲାନ୍ସରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତେବେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ।

Advertisment
Odisha Honeybee Attack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ