Allegations against the principal
ବାରିପଦା ଏମପିସି ଜୁନିଅର କଲେଜ ଅଧ୍ୟକ୍ଷଙ୍କ ନାଁରେ ଚାରି ଜଣ ଅଧ୍ୟାପିକା ଅଭିଯୋଗ ଆଣିଛନ୍ତି । ଅଧ୍ୟକ୍ଷ ଶୁଭଙ୍କର ସାହୁ ସେମାନଙ୍କୁ ଖରାପ ବ୍ୟବହାର, ଜାତିଆଣ ଆକ୍ଷେପ ସହ ରାତି ଅଧିଆ କଲ୍ ଓ ମନ୍ଦ ଉଦ୍ଦେଶ୍ୟ ରଖି ହ୍ୱାଟସଆପ୍ ମେସେଜ୍ କରୁଥିବା ଅଭିଯୋଗ କରିଛନ୍ତି । ଏନେଇ ସେମାନେ ବାରିପଦା ଟାଉନ ଥାନାର ଦ୍ୱାରସ୍ଥ ହୋଇଛନ୍ତି ।
ସେପଟେ ଅଭିଯୋଗ ନେଇ ପ୍ରତିକ୍ରିୟା ରଖିଛନ୍ତି କଲେଜ ଅଧ୍ୟକ୍ଷ । ସେ କହିଛନ୍ତି, ଏହି ୪ ଅଧ୍ୟାପିକା କଲେଜର କୌଣସି କାର୍ଯ୍ୟ ଠିକରେ ତୁଲାଉ ନ ଥିଲେ । ଏନେଇ ପରଫର୍ମାନସ ରିପୋର୍ଟରେ ସରକାରଙ୍କୁ ଜଣାଇଥିଲେ । ହୁଏତ ଏହାକୁ ନେଇ ଅଧ୍ୟାପିକାମାନେ ଆକ୍ରୋଶ ମୂଳକ ଭାବେ ଏଭଳି ମିଥ୍ୟା ଆରୋପ କରିଥାଇ ପାରନ୍ତି ବୋଲି କହିଛନ୍ତି କଲେଜ ଅଧ୍ୟକ୍ଷ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1703649367.jpg)