Advertisment

ଥମୁନି ଦାଦନ ଦୁଃଖ; ୩୦ ଦାଦନ ଶ୍ରମିକ ଉଦ୍ଧାର, ୩ ଦଲାଲ ଅଟକ

ବିଳମ୍ବିତ ରାତିରେ ରେଲୱେ ଷ୍ଟେସନ ପାଖରୁ ଦୁଇଟି ପୃଥକ ପୃଥକ ବେଆଇନ ଚାଲାଣ ହେଉଥିଲା । ଏଥିରେ ୨୧ଜଣ ପୁରୁଷ, ୯ଜଣ ମହିଳା ଓ ୪ ଜଣ ଛୋଟ ଛୁଆ ଉଦ୍ଧାର ହୋଇଛନ୍ତି ।

ଅଦ୍ୟତନ ହୋଇଛି
30 migrant workers rescued in Bolangir, 3 middlemen detained

30 migrant workers rescued in Bolangir, 3 middlemen detained

Advertisment

କଣ୍ଟାବାଞ୍ଜିରେ ଥମୁନି ବେଆଇନ ଦାଦନ ଚାଲାଣ l ବେଆଇନ ଚାଲାଣବେଳେ ୩୦ ଦାଦାନ ଶ୍ରମିକ ଉଦ୍ଧାର ହୋଇଛନ୍ତି । ଗୋଟିଏ ବୋଲେରୋ ଗାଡି ଜବତ ସହ ୩ଜଣ ଦଲାଲକୁ ଅଟକ ରଖି ପୋଲିସର ପଚରାଉଚରା କରୁଛି । ବିଳମ୍ବିତ ରାତିରେ ରେଲୱେ ଷ୍ଟେସନ ପାଖରୁ ଦୁଇଟି ପୃଥକ ପୃଥକ ବେଆଇନ ଚାଲାଣ ହେଉଥିଲା ।

Advertisment

ଏଥିରେ ୨୧ଜଣ ପୁରୁଷ, ୯ଜଣ ମହିଳା ଓ ୪ ଜଣ ଛୋଟ ଛୁଆ ଉଦ୍ଧାର ହୋଇଛନ୍ତି । ଏମାନେ ସମସ୍ତେ ବେଳପଡା, ପାଟଣାଗଡ଼ ଓ ଦେଓଗାଁ ଥାନା ଅଞ୍ଚଳର ବୋଲି ଜଣାପଡିଛି । କଣ୍ଟାବାଞ୍ଜି ରେଲୱେ ଷ୍ଟେସନରୁ ବାହାର ରାଜ୍ୟକୁ ଚାଲାଣ ବେଳେ ଖବର ପାଇ ଦାଦନ ଶ୍ରମିକଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲା ପୋଲିସ l ପଚରାଉଚରା ବେଳେ କାହାରି ପାଖରେ କାଗଜପତ୍ର ନବାରୁ ବେଆଇନ

ଭାବେ ଚାଲାଣ ହେଉଥିବା ଜଣାପଡ଼ିଛି l ତେବେ ଗାଁରେ ଶ୍ରମିକମାନଙ୍କୁ କାମ ମିଳୁ ନଥିବାବେଳେ ମାସ ମାସ ଧରି ପ୍ରାପ୍ୟ ମଧ୍ୟ ପାଉ ନାହାନ୍ତି । ଫଳରେ ଲୋକେ ବାଧ୍ୟ ହୋଇ ସର୍ଦାର ପାଖରୁ ଟଙ୍କା ନେଇ ବାହାର ରାଜ୍ୟକୁ ଚାଲାଣ ହେଉଥିବା କହିଛନ୍ତି ଶ୍ରମିକ ।

Advertisment

ଘଟଣାରେ ଗୋଟିଏ ବୋଲେରୋ ଗାଡି ଜବତ କରିବା ସହ ୩ଜଣ ଦଲାଲକୁ ଅଟକ ରଖି ପଚରାଉଚରା କରୁଛି କଣ୍ଟାବାଞ୍ଜି ପୋଲିସ l ସେପଟେ ଏ ସମ୍ପର୍କରେ ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ l

Migrant Workers
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ