Advertisment

ଯୋବ୍ରାରେ ଗାଧୋଇବା ବେଳେ ୩ ବୁଡ଼ିଗଲେ

ଖୋଜିବା ପାଇଁ ଓଡ୍ରାଫ ଟିମର ପ୍ରୟାସ

ଅଦ୍ୟତନ ହୋଇଛି
Drowning

Drowning

Advertisment

କଟକ: ମହାନଦୀର ଯୋବ୍ରାରେ ୩ ଜଣ ନାବାଳକ ଗାଧୋଇବା ବେଳେ ଅଘଟଣ। ତେବେ ସ୍ଥାନୀୟ ଲୋକଙ୍କ ଦ୍ୱାରା ଗୁରୁତର ଅବସ୍ଥାରେ ଜଣେ ନାବାଳକଙ୍କୁ ଉଦ୍ଧାର ହୋଇଛି। ନିଖୋଜ ଅନ୍ୟ ୨ ଜଣଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି। ୩ ନାବାଳକ ହେଲେ ରାଜ୍, ସାହିଲ୍, ସାଦିକ୍।

Advertisment

ପ୍ରକାଶଥାଉକି ରାମନବମୀ ପାଇଁ ଯୋବ୍ରାକୁ ଗାଧୋଇବାକୁ ଆସିଥିଲେ। କିନ୍ତୁ ଏଠାରେ ଚୋରାବାଲି ଥିବା ସେମାନେ ଜାଣିପାରିନଥିଲେ। ମହାନଦୀର ଗଭୀର ଭିତରକୁ ଧିରେ ଧିରେ ଚାଲିଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଛାତ୍ର ହୋଇଥିବା ସ୍ଥାନୀୟ ଲୋକ ସୂଚନା ଦେଇଛନ୍ତି।  ଏମାନେ ସମସ୍ତେ ଯୋବ୍ରା ଚାରିଘରିଆ ସାହିର ବୋଲି ଜଣାପଡ଼ିଛି। 

ସ୍ଥାନୀୟ ଲୋକ ଆହୁରି କହିଛନ୍ତି ଯେ ଏଭଳି ଅଘଟଣ ବାରମ୍ବାର ଘଟୁଛି। ଯୋବ୍ରା ଘାଟରେ ଏନେଇ ସତର୍କ କରାଯାଉଥିଲେ ବି ହେୟଜ୍ଞାନ କରିବାରୁ ଏଭଳି ଘଟୁଥିବା ସେମାନେ କହିଛନ୍ତି। ଏଠାରେ ସଚେତନ ପାଇଁ ବୋର୍ଡ ଲଗାଇବା ସହ ଗାର୍ଡ ନିୟୋଜିତ ପାଇଁ ନିବେଦନ କରିଛନ୍ତି ସ୍ଥାନୀୟ ବାସିନ୍ଦା।

Advertisment
Mahanadi Drowning In River
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ