Advertisment

ପୁରୀ ସମୁଦ୍ରରେ ଭାସିଗଲେ ୩ ପର୍ଯ୍ୟଟକ

ଭଦ୍ରକ ଜିଲ୍ଲାର ରାହେଶ କୁମାର ସିଂ, ଅନୁଗୋଳର ଓମ୍‌ ପ୍ରକାଶ ଯାଦବ ଓ ସହିଦ ଅନୱର ଶ୍ରୀକ୍ଷେତ୍ର ଯାଇଥିଲେ। ସେମାନେ ଲାଇଟ୍‌ ହାଉସ୍‌ ବେଳାଭୂମିରେ ଗାଧୋଉଥିଲେ। ଏହି ସମୟରେ ଆସିଥିବା ବଡ଼ ଲହଡିରେ ସେମାନେ ଭାସିଯାଇଥିଲେ। ଚିତ୍କାର ଶୁଣି ଉଦ୍ଧାର ପାଇଁ ଯାଇଥିଲେ ଲାଇଫଗାର୍ଡ।

Drowned in seabeach

Drowned in seabeach

Advertisment

ପୁରୀ: ସମୁଦ୍ରରେ ଗାଧୋଇବା ବେଳେ ଅଘଟଣ। ବଡଢେଉରେ ଭାସିଗଲେ ତିନି ଯୁବକ। ଦୁଇଜଣଙ୍କୁ ସ୍ଥାନୀୟ ଲାଇଫଗାର୍ଡ ଉଦ୍ଧାର କରିଥିବା ବେଳେ ଜଣେ ନିଖୋଜ ରହିଛି। ଲାଇଟ ହାଉସ ସମୁଦ୍ରରେ ସମୁଦ୍ରରେ ଗାଧୋଇବା ସମୟରେ  କରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଉଭୟ ଯୁବକଙ୍କୁ ସମୁଦ୍ର କୂଳରେ ପ୍ରାଥମିକ ଚିକିତ୍ସା ପରେ ପୁରୀ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଛି।

Advertisment

ଭଦ୍ରକ ଜିଲ୍ଲାର ରାହେଶ କୁମାର ସିଂ, ଅନୁଗୋଳର ଓମ୍‌ ପ୍ରକାଶ ଯାଦବ ଓ ସହିଦ ଅନୱର ଶ୍ରୀକ୍ଷେତ୍ର ଯାଇଥିଲେ। ସେମାନେ ଲାଇଟ୍‌ ହାଉସ୍‌ ବେଳାଭୂମିରେ ଗାଧୋଉଥିଲେ। ଏହି ସମୟରେ ଆସିଥିବା ବଡ଼ ଲହଡିରେ ସେମାନେ ଭାସିଯାଇଥିଲେ। ଚିତ୍କାର ଶୁଣି ଉଦ୍ଧାର ପାଇଁ ଯାଇଥିଲେ ଲାଇଫଗାର୍ଡ।

ଭାସି ଯାଇଥିବା ୩ ଜଣଙ୍କ ଭିତରୁ ରାହେଶ କୁମାର ସିଂ ଓ ଓମ୍ ପ୍ରକାଶ ଯାଦବଙ୍କୁ ଉଦ୍ଧାର କରି ସମୁଦ୍ର କୂଳ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ପୁରୀ ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି। ଏବେ ମଧ୍ୟ ସହିଦ ଅନୱର ନିଖୋଜ ଅଛନ୍ତି। ତାଙ୍କୁ ଉଦ୍ଧାର କରିବା ପାଇଁ ଲାଇଫଗାର୍ଡମାନେ ଲାଗି ପଡ଼ିଛନ୍ତି।

Advertisment

ସୂଚନାରୁ ପ୍ରକାଶ, ପ୍ରତିଦିନ ଶ୍ରୀକ୍ଷେତ୍ରକୁ ହଜାର ହଜାର ପର୍ଯ୍ୟଟକ ଆସୁଛନ୍ତି। ସେମାନେ ମହାପ୍ରଭୁଙ୍କୁ ଦର୍ଶନ କରି ମହୋଦଧିରେ ବୁଡ଼ ପକାଉଛନ୍ତି। କିନ୍ତୁ ଅସାବଧାନତା ଯୋଗୁ କେତେକ ପର୍ଯ୍ୟଟକ ବୁଡ଼ ପକାଇଲା ବେଳେ ଭାସି ଯାଉଥିବା ଦେଖିବାକୁ ମିଳିଛି।

Puri Drowning Tourist
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ