Advertisment

ଛିଡ଼ା ହୋଇଥିବା ତୀର୍ଥଯାତ୍ରୀ ବସ୍‌କୁ ପିଟିଲା ଟ୍ରକ, ଚାଲିଗଲା ୩ ଜୀବନ

ବ୍ରହ୍ମପୁରର ଗୋପାଳପୁରରୁ ଘଟଗାଁ ଯାଇ ମା ତାରିଣୀଙ୍କୁ ଦର୍ଶନ କରି ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିଲା।

ଅଦ୍ୟତନ ହୋଇଛି
Road Accident

Road Accident

Advertisment

ବାଲୁଗାଁ: ୧୬ ନମ୍ବର ଜାତୀୟ ରାଜପଥ ଖୋର୍ଦ୍ଧା ବାଲୁଗାଁର ବେଲପଡ଼ା ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ତୀର୍ଥଯାତ୍ରୀ ବସ୍‌କୁ ପଛରୁ ପିଟିଲା ଟ୍ରକ। ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଛି। ଆହତ ୯ ଜଣଙ୍କୁ ବାଲୁଗାଁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୭ ଜଣଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁରକୁ ସ୍ଥାନାନ୍ତରିତ କରାଯାଇଛି।

Advertisment

ବସ୍‌ରେ ମୋଟ ୧୯ ଜଣ ଯାତ୍ରୀ ଥିଲେ। ବ୍ରହ୍ମପୁରର ଗୋପାଳପୁରରୁ ଘଟଗାଁ ଯାଇ ମା ତାରିଣୀଙ୍କୁ ଦର୍ଶନ କରି ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିଲା। ବାଲୁଗାଁ ବେଲପଡ଼ା ଛକରେ ବସ୍‌ଟି ଛିଡ଼ା ହୋଇଥିବା ବେଳେ ପଛରୁ ଏକ ଟ୍ରକ ଆସି ପିଟିଥିଲା। ଫଳରେ ଘଟଣାସ୍ଥଳରେ ୨ ଜଣ ଓ ମେଡିକାଲରେ ଜଣଙ୍କର ମୃତ୍ୟୁ ଘଟିଛି।  

ଏନେଇ ଜଣେ ଆହତ ଯାତ୍ରୀ କହିଛନ୍ତି ଯେ ଗୁରୁବାର ଦିନ ରାତିରେ ସାଙ୍ଗସାଥୀମାନେ ଏକାଠି ହୋଇ ଘଟଗାଁ ମା ତାରିଣୀଙ୍କ ଅଭିମୁଖେ ବାହାରିଥିଲେ। ଶୁକ୍ରବାର ସକାଳେ ମା ତାରିଣୀଙ୍କ ଦର୍ଶନ ଲାଭ କଲୁ। ରାତି ୯ଟାରେ ପୁଣି ଘରକୁ ଫେରିଲୁ। ବାଟରେ କିଛି ଯାତ୍ରୀଙ୍କୁ ପରିସ୍ରା ଯିବାରୁ ବସ୍‌ ରାସ୍ତା କଡ଼ ନିକଟରେ ଅଟକି ରହିଥିଲା। ସେହିଠାରେ ମୁଁ ବସ୍‌ରେ ବସିଥିବା ବେଳେ ହଠାତ୍‌ ଗୋଟିଏ ବଡ଼ ଶବ୍ଦ ହେଲା। ଜୀବନ ବିକଳରେ ଆମେ ଦୌଡିଲୁ। ପରେ ଗୋଟିଏ ଟ୍ରକ୍‌ ପିଟିଥିବା ନେଇ ଆମେ ଜାଣିଲୁ। 

Advertisment
Road Accident Khordha Ghatagaon
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ