• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବୟସ ମାତ୍ର ୨ବର୍ଷ ଆଠ ମାସ । ଖନି ଖନି କଥା କହୁଛନ୍ତି । ଆଉ ଏହି ବୟସରେ କମାଲ କରିଛନ୍ତି ଆଦିତି । ପ୍ରଖର ସ୍ମୃତିଶକ୍ତି ପାଇଁ ମିଳିଛି ସମ୍ମାନ । ଅନର୍ଗଳ ଶ୍ଲୋକ , A ଠାରୁ z ପର୍ଯ୍ୟନ୍ତ , ରାଇମସ୍, ବିଭିନ୍ନ ପଶୁପକ୍ଷୀଙ୍କ ନାଁ ସମେତ ସପ୍ତାହ, ମାସ ଆଦି ମୁହେଁ ମୁହେଁ କହି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛନ୍ତି କଟକ ଜିଲ୍ଲା ଆଠଗଡ ରାଧାଗୋବିନ୍ଦପୁରର କୁନି ଝିଅ ।

କଟକ ଆଠଗଡ ରାଧାଗୋବିନ୍ଦପୁର ଗାଁର ଆଦିତି । ବାପା ଅକ୍ଷୟ କୁମାର ପାଲ ଓ ମା ଦିପ୍ତାମୟି ପତ୍ରୀ । ଆଦିତି ତୁଳସୀ ଦୁଇ ପତ୍ରରୁ ବାସିଲା ପରି କୁନି ବୟସରୁ ମହକୁଛନ୍ତି । ଖନି ଖନି କଥା କହୁଥିଲେ ସୁଦ୍ଧା କୁନି ବୟସରେ ଅନ୍ନର୍ଗଳ ଶ୍ଲୋକ କହିପାରୁଛନ୍ତି । ଆଜିର ଦିନରେ ସ୍କୁଲରେ ପଢୁଥିବା ବଡ଼ ବଡ଼ ପିଲା ଯାହା ମନେରଖିପାରୁ ନାହାନ୍ତି, ତାହା ସେ କମ୍ ବୟସରୁ ମନେ ରଖି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ ରେ ସ୍ଥାନ ପାଇଛନ୍ତି ।

ଏତେ କମ ବୟସରୁ ଥରୁଟିଏ ଶୁଣି ମନେ ରଖିଥାନ୍ତି ବୋଲି କହିଛନ୍ତି ଆଦିତିଙ୍କ ମା । ଏଣୁ ତାଙ୍କ ପରିବାର ଲୋକେ ଆଦିତିକୁ ଗାଇଡ କରି ଇଂରାଜୀ, ଓଡିଆ , ଶ୍ଲୋକ ଆଦି ଶିଖାଉଛନ୍ତି । ତେବେ ବର୍ତ୍ତମାନ ସେ ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇବା ପରେ ପରିବାର ଲୋକ ଖୁବ ଖୁସି ଅଛନ୍ତି । ଆଗକୁ ଏସିଆ ବୁକ୍ ଅଫ ରେକର୍ଡ ପାଇଁ ପ୍ରସ୍ତୁତ କରିବେ ବୋଲି କହିଛନ୍ତି ଆଦିତିଙ୍କ ବାପମା ।

ତେବେ ଏତେ କମ୍ ବୟସରୁ ନିଜର ପ୍ରତିଭା ଦେଖାଇ ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇ ଏବେ ନିଜ ପରିବାର ଓ ଗାଁ ଗର୍ବ ରଖିପାରିଛନ୍ତି ଆଦିତି ପ୍ରିୟଦର୍ଶିନୀ । ଯାହା ଅନ୍ୟ ମାନଙ୍କ ପାଇଁ ଉଦାହରଣ ।