Advertisment

ଦିନେ ରୋଗୀସେବାରେ ଲାଗୁଥିଲା, ଆଜି ହୋଇଛି ଅଖୋଜା, ଅଲୋଡା

କୋରାପୁଟ ଭଳି ଉପାନ୍ତ, ଆଦିବାସୀ ବହୁଳ, ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ସରକାର ଅନେକ ଆମ୍ବୁଲାନ୍ସର ବ୍ୟବସ୍ଥା କରିଥିଲେ। ପାହାଡ଼ ପର୍ବତ ଘେରା କୋରାପୁଟର ବିଭିନ୍ନ ଅଞ୍ଚଳରୁ ରୋଗୀ ବୋହି ବୋହି ଖରାପ ହେବା ପରେ ଏବେ ଅଚଳ ହୋଇ ପଡ଼ି ରହିଛି ଅନେକ ଗାଡ଼ି ।

ambulance service in koraput

ambulance service in koraput

Advertisment

କୋରାପୁଟ(ସୂର୍ଯ୍ୟ ନାରାୟଣ ପଣ୍ଡା): ରୋଗଗ୍ରସ୍ତ ହୋଇ ପଡ଼ିଛି ଆମ୍ବୁଲାନ୍ସ। ଆଉ କାମରେ ଆସୁନି। ସ୍ୱାସ୍ଥ୍ୟସେବା ଯୋଗାଇବା ସହ ରୋଗୀଙ୍କୁ ମାଗଣାରେ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେବା ଆଣିବା କରୁଥିବା ଆମ୍ବଲାନ୍ସକୁ କିଏ ବୋହିବ ସେ ନେଇ ପଡ଼ିଛି ଚିନ୍ତା। ଶେଷରେ କବାଡିଆକୁ ଦେବା ପାଇଁ ନିଷ୍ପତ୍ତି ନେଇଛି ପ୍ରଶାସନ।  କୋରାପୁଟ ଭଳି ଉପାନ୍ତ, ଆଦିବାସୀ ବହୁଳ, ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ସରକାର ଅନେକ ଆମ୍ବୁଲାନ୍ସର ବ୍ୟବସ୍ଥା କରିଥିଲେ। ପାହାଡ଼ ପର୍ବତ ଘେରା କୋରାପୁଟର ବିଭିନ୍ନ ଅଞ୍ଚଳରୁ ରୋଗୀ ବୋହି ବୋହି ଖରାପ ହେବା ପରେ ଏବେ ଅଚଳ ହୋଇ ପଡ଼ି ରହିଛି ଅନେକ ଗାଡ଼ି । ତାକୁ ମରାମତି କରିବା ବଦଳରେ ଏବେ କବାଡ଼ିଆଙ୍କୁ ବିକ୍ରି କରିବାକୁ ପଦକ୍ଷେପ ନିଆଯାଇଛି।

Advertisment

କୋରାପୁଟ ଜିଲ୍ଲା ହସ୍ପିଟାଲରେ ଏବେ ୨୭ରୁ ଅଧିକ ଗାଡ଼ି ଅଚଳ ହୋଇ ପଡ଼ି ରହିଛି । ପାହାଡ଼ ଜଙ୍ଗଲ ଘେରା ଗାଁରୁ ରୋଗୀ ନେବା ଆଣିବା କରିଥିବା ଏହି ଆମ୍ବୁଲାନ୍ସ ଓ ଅନ୍ୟ ଗାଡ଼ିଗୁଡ଼ିକ ଖରାପ ହେବା ଦିନରୁ ଏମିତି ପଡ଼ି ରହି କଳଙ୍କି ଲାଗୁଛି । ନୂଆ ନୂଆ ଆସିଥିବାବେଳେ ଅବିଶ୍ରାନ୍ତ ଖଟିଥିବା ଗାଡ଼ିଗୁଡ଼ିକୁ ମରାମତି ନ କରିବାରୁ ଅଚଳ ହୋଇ ରହିଛି। ଏମିତି ପାର୍କିଂ ହୋଇଥିବା ସ୍ଥାନରେ ଗାଡ଼ି ଉପରେ ଘାସ ମାଡ଼ି ଗଲାଣି। ଜିଲ୍ଲାରେ ଏବେ ୨୭ଟି ପରିତ୍ୟକ୍ତ ଗାଡ଼ି ରହିଥିବାବେଳେ ସେଥିରୁ ୨୨ଟି ଗାଡିକୁ ବିକ୍ରି କରିବା ଲାଗି ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଟେଣ୍ଡର ଆହ୍ୱାନ କରିଛନ୍ତି। 

Advertisment

ସିଡିଏମ୍ଓ, ଜିଲ୍ଲା ହସ୍ପିଟାଲ, ସହିଦ ଲକ୍ଷ୍ମଣ ନାଏକ ମେଡିକାଲ କଲେଜ, ବିଭିନ୍ନ ସିଏଚସି ଓ ପିଏଚସିରେ ଏହି ଗାଡି ସବୁ ପଡ଼ି ରହିଛି। ୨୭ଟି ଗାଡ଼ି  ଭିତରୁ ୧୮ଟି ଆମ୍ବୁଲାନ୍ସ ଓ ଜନନୀ ଏକ୍ସପ୍ରେସ ରହିଛି । ତେବେ ଅଧିକାଂଶ ଗାଡ଼ିର ଫିଟନେସ୍ ରହିଛି । ହେଲେ ସାମାନ୍ୟ ଖରାପ ପରେ ଏଗୁଡ଼ିକୁ ନ ସଜାଡ଼ି ଖତ ଖାଇବାକୁ ଛାଡ଼ି ଦିଆଯାଇଛି। ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ପ୍ରାଶାସନିକ ଅବହେଳା ଯୋଗୁଁ ଜନସାଧାରଣଙ୍କ ସଂପତ୍ତି ଏମିତି ନଷ୍ଟ ହେଉଛି ବୋଲି ପୂର୍ବତନ ବିଧାୟକ କହିଛନ୍ତି । ରାସ୍ତା କଡ଼ରେ ବିପର୍ଯ୍ୟସ୍ତ ଅବସ୍ଥାରେ ଆମ୍ବୁଲାନ୍ସ ଛିଡ଼ା ହୋଇଥିବାରୁ ଅସାମାଜିକ ଲୋକମାନେ ରାତିରେ ଏହା ଭିତରେ ବସି ମଦ ପିଉଥିବା ଅଭିଯୋଗ ହୋଇଛି। ତେବେ ରାସ୍ତା କଡରୁ ଗାଡ଼ିଗୁଡ଼ିକୁ ହଟାଯିବ ବୋଲି କୋରାପୁଟ୍ ପୌରପାଳିକାର କାର୍ଯ୍ୟ ର୍ନିବାହୀ ଅଧିକାରୀ କହିଛନ୍ତି ।

ସହିଦ ଲକ୍ଷ୍ମଣ ନାଏକ ମେଡିକାଲ୍ କଲେଜ ପ୍ରତିଷ୍ଠା ହେବା ପରେ ମେଡିକାଲ କଲେଜ ଓ ଜିଲ୍ଲା ହସ୍ପିଟାଲ ମଧ୍ୟରେ ସମନ୍ୱୟର ଅଭାବ ଯୋଗୁଁ ଏଭଳି ସମସ୍ୟା ଉପୁଜୁଥିବା କୁହାଯାଇଛି।

Advertisment
Koraput Ambulance
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ