ଗୋଟିଏ ସ୍ଥାନରେ ୨୫ ଯୋଡ଼ା ବରକନ୍ୟା

ବାଜା, ବାଣ, ରୋଷଣୀ ସାଙ୍ଗକୁ ପୁରୋହିତଙ୍କ ମନ୍ତ୍ର ପାଠ । ବିବାହ ମନ୍ତ୍ରରେ କମ୍ପିଲା ଭୁବନେଶ୍ୱର ରାମ ମନ୍ଦିର ପରିସର ସମ୍ପୂର୍ଣ୍ଣ ବୈଦିକ ରୀତିନୀତିରେ ଗୋଟିଏ ସ୍ଥାନରେ ଜଣେ କି ଦୁଇଜଣ ନୁହେଁ ୨୫ ଯୋଡା ବରକନ୍ୟା ବାନ୍ଧି ହୋଇଛନ୍ତି । ବିବାହ ବନ୍ଧନରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପ୍ରୟାସ ପକ୍ଷରୁ ଆୟୋଜିତ ହୋଇଥିଲା ଏହି ଗଣ ବିବାହ । ବଡ କଥା ହେଲା ଜାତିର ବାଛବିଚାର ଛାଡ଼ି ବିନା ଜାତକରେ, ବିନା ଯୌତୁକରେ ବିବାହ ଅନୁଷ୍ଠିତ ହୋଇଛି । ସ୍ୱେଚ୍ଛାସେବୀ ଅନୁଷ୍ଠାନ ପ୍ରୟାସର ଉଦ୍ୟମରେ ସାମିଲ ହୋଇଥିଲେ ବହୁ ବିଶିଷ୍ଟ ବ୍ୟକ୍ତି ଓ ସ୍ୱେଚ୍ଛାସେବୀ।

Mass Wedding Ceremony

News Summary

ହାତକୁ ଦି ହାତ ହେଲେ ୨୫ ଯୋଡ଼ା ବର-କନ୍ୟା

ଜନ୍ମରୁ ଦୃଷ୍ଟି ହୀନ କେବେ ବି କେହି କାହାକୁ ଦେଖି ନାହାନ୍ତି । ଟ୍ରେନିଂ ବେଳେ ଯାହା କେବଳ ପରସ୍ପର ମଧ୍ୟରେ ଭେଟ ହୋଇଥିଲା ଆଉ କଥାବାର୍ତ୍ତାରୁ ଭାବର ଆଦାନ ପ୍ରଦାନ ହୋଇଗଲା । ଆଉ ଶେଷରେ ବାନ୍ଧି ହୋଇଗଲେ ପ୍ରେମ ବନ୍ଧନରେ । ୩ ବର୍ଷର ପ୍ରେମ ସଂପର୍କ ପରେ ବିବାହ ପାଇଁ ଉଭୟ ପରିବାର ସହମତି ଥିଲା । ହେଲେ ବିବାହ ପାଇଁ ଅର୍ଥ ଥିଲା ପ୍ରତିବନ୍ଧକ ଏଥିପାଇଁ ପ୍ରୟାସ ସ୍ୱେଚ୍ଛାସେବୀ ସଂସ୍ଥାକୁ ଯୋଗାଯୋଗ କରିଥିଲେ । ଆଉ ପ୍ରୟାସ ଦ୍ୱାରା ଗଣବିବାହ କାର୍ଯ୍ୟକ୍ରମ ଦ୍ୱାରା ଉଭୟେ ସଂଜୟ ଓ ମଞ୍ଜୁ ଜୀବନସାଥି ହୋଇପାରିଛନ୍ତି ।

ଆଉ ଏ ହେଉଛନ୍ତି ଭଦ୍ରକର କାର୍ତ୍ତିକେଶ୍ୱର ସାହୁ, ଆଉ ପୁରୀର ରୂପାଲି ବାରିକ । ୮ ବର୍ଷ ହେଲା ପ୍ରେମ ସଂପର୍କ କାର୍ତ୍ତିକେଶ୍ୱର ଭୁବନେଶ୍ୱରରେ ରଙ୍ଗ କାମ କରନ୍ତି, ଆଉ ରୂପାଲିଙ୍କ ପରିବାର ବି ଅଭାବି । ତେଣୁ ୨ବର୍ଷ ହେବ ବିବାହ କରିବାକୁ ଚିନ୍ତା କରିଥିଲେ ମଧ୍ୟ ହୋଇପାରୁ ନଥିଲା । ପ୍ରୟାସ ଦ୍ୱାରା ବିବାହ ବନ୍ଧନରେ ବାନ୍ଧି ହୋଇ ବେସ୍ ଖୁସ୍ ।

ଏମାନଙ୍କ ପରି ମୋଟ ୨୫ ଯୋଡି ହାତକୁ ଦି ହାତ ହୋଇଛନ୍ତି । ଅନେକ ସମୟରେ ପରିବାରର ଅସହମତି, ଯୌତୁକ ଓ ସାମାଜିକ ପ୍ରଥା କାରଣରୁ ଅନେକ ଯୁବକ ଯୁବତୀ ବିବାହ ବନ୍ଧନରେ ବାନ୍ଧି ହୋଇପାରୁ ନାହାନ୍ତି । ତେବେ ସେହି ଯୁବକ ଯୁବତୀଙ୍କୁ ନେଇ ସମ୍ପୁର୍ଣ୍ଣ ରୀତିନୀତି ଅନୁସାରେ ସାମାଜିକ ସ୍କୃତି ଦେଇ ବିବାହ ବନ୍ଧନରେ ଆବଦ୍ଧ କରିବାର ଦାୟିତ୍ୱ ନେଇଛି ପ୍ରୟାସ ।

କେବଳ ପ୍ରୟାସ ନୁହେଁ କିଛି ସମାଜସେବୀ ଓ ବୁଦ୍ଧିଜୀବୀ ମଧ୍ୟ ଏହି ମାଙ୍ଗଳିକ କାଯର୍ୟରେ ସାହାଯ୍ୟ କରିଛନ୍ତି । ଦୀର୍ଘ ୮ ବର୍ଷ ହେଲା ୨୦୨ଟି ବିବାହ ପ୍ରୟାସ ଦ୍ୱାରା ସପର୍ଣ୍ଣ ହୋଇଥିବା ବେଳେ ପ୍ରାୟ ଏମିତି ଏକ ହଜାର ବିବାହ କରିବାକୁ ଲକ୍ଷ୍ୟ ରଖିଛି ପ୍ରୟାସ ଅନୁଷ୍ଠାନ।