20 ft breach occurred in Mahanadi river in Jagatsinghpur
ମହାନଦୀରେ ୨୦ ଫୁଟର ଘାଇ ସୃଷ୍ଟି ହେବା ଯୋଗୁ ଗାଁ ଜଳବନ୍ଦୀ ହୋଇଛି। କୁଜଙ୍ଗ ବ୍ଲକ୍ ଅନ୍ତର୍ଗତ ତେରମାଣପୁର ଗାଁ ନିକଟରେ ଏହି ଘାଇ ସୃଷ୍ଟି ହୋଇଛି। ସକାଳୁ ନଦୀରେ ଘାଇ ସୃଷ୍ଟି ହେବା ଯୋଗୁ କୋଟସାହି ଏବେ ପାଣି ଘେରରେ ରହିଛି। ଗତବର୍ଷ ମଧ୍ୟ ସମାନ ସ୍ଥାନରେ ଘାଇ ସୃଷ୍ଟି ହୋଇଥିଲା।
ଅଧିକ ପଢ଼ନ୍ତୁ: ଭୟ ବଢ଼ାଇଲା ବୈତରଣୀର ଜଳସ୍ତର: କେନ୍ଦୁଝର, ଢେଙ୍କାନାଳ, ଯାଜପୁର ଓ ଭଦ୍ରକକୁ ଭୟ
ଅନ୍ୟପକ୍ଷେ, ଲଗାଣ ବର୍ଷା ଓ ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ଗତକାଲି କିଛି ଜିଲ୍ଲାରେ ସ୍କୁଲ୍ ଛୁଟି ଘୋଷଣା ହୋଇଥିବା ବେଳେ ଆଜି ଭଦ୍ରକ ଜିଲ୍ଲାର ୪ଟି ବ୍ଲକ୍ରେ ସ୍କୁଲ୍ ଛୁଟି ଘୋଷଣା କରାଯାଇଛି। ଭଣ୍ଡାରିପୋଖରୀ, ତିହିଡ଼ି, ଧାମନଗର, ଚାନ୍ଦବାଲିରେ ସ୍କୁଲ୍ ଛୁଟି ଘୋଷଣା ହୋଇଛି। ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।
ଅଧିକ ପଢ଼ନ୍ତୁ: ରାଜ୍ୟକୁ ପୁଣି ବନ୍ୟା ବିପତ୍ତି ! ବୁଡିଲା ନୟାଗଡ଼-ବୌଦ୍ଧ-ସୋନପୁର-କଟକ
ସେପଟେ ହୀରାକୁଦର ଜଳସ୍ତର ବଢ଼ିବାରେ ଲାଗିଛି। ସକାଳ ୬ଟା ସୁଦ୍ଧା ଜଳସ୍ତର ୬୧୪.୬୦ ଫୁଟ୍ ରହିଛି। ହୀରାକୁଦକୁ ୪,୩୨,୮୦୮ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ୬୭ ହଜାର ୬୯୦ କ୍ୟୁସେକ୍ ଜଳ ନିଷ୍କାସନ ହେଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1691115991.jpg)