/odishatv-khabar/media/post_attachments/uploadimage/library/16_9/16_9_0/IMAGE_1653627418.jpg)
2 years old girl Creates National Record, meet the Wonder Kid of Jagatsinghpur
ବୟସ ୨ ବର୍ଷ ହେଲା ପ୍ରତିଭା ଅସାଧାରଣ । ମାତ୍ର ଦୁଇ ବର୍ଷ ବୟସରେ ଅସାଧାରଣ ବୁଦ୍ଧିମତାର ପରିଚୟ ଦେଇଛନ୍ତି ଦୁଇ କୁନି ଝିଅ । ଏହି ଦୁଇ ବିସ୍ମୟ ବାଳିକାଙ୍କ ପ୍ରତିଭା ପାଇଁ ସେମାନଙ୍କୁ ଜାତୀୟ ସ୍ତରର ସମ୍ମାନ ମିଳିଛି ।
ପ୍ରଶ୍ନ ନସରୁଣୁ ଫଟାଫଟ୍ ଦେଉଛନ୍ତି ଉତ୍ତର ଆମ୍ବିଆନ୍ସ। ବୟସ ୨ ବର୍ଷ ୯ମାସ ହେଲେ ବିସ୍ମୟ ପ୍ରତିଭାର ଅଧିକାରୀ ହୋଇପାରିଛନ୍ତି ଜଗତସିଂହପୁର ସଦର ବ୍ଲକ୍ ବିରିବାଟୀ ଗାଁର ଦିବ୍ୟାଂଶୀ ରାୟ । ନିଜ ପ୍ରତିଭା ପାଇଁ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଛନ୍ତି ଦିବ୍ୟାଂଶୀ । ବିଭିନ୍ନ ପ୍ରକାରର ଫଳ, ଫୁଲ ହେଉ ଅବା ପଶୁ-ପକ୍ଷୀ, ଜିଭ ଅଗରେ ରହିଛି ସବୁ ଉତ୍ତର ଦେବାସହ ସାଧାରଣ ଜ୍ଞାନରେ ମଧ୍ୟ ତାଙ୍କ ପାଖରେ ସବୁ ଉତ୍ତର ରହିଛି । ୬ ମାସର ହୋଇଥିବା ବେଳେ ଦିବ୍ୟାଂଶୀ ବାପାଙ୍କୁ ହରାଇଥିଲେ ହେଲେ ମନୋବଳ ନଭାଙ୍ଗି ମଧ୍ୟ ତାଙ୍କ ମାଆ ସ୍ୱର୍ଣ୍ଣପ୍ରଭା ଦିବ୍ୟାଂଶୀକୁ ସମସ୍ତ ପ୍ରକାର ଶିକ୍ଷା ଦେଉଛନ୍ତି ।
ଠିକ୍ ସେହିପରି ଆଉ ଜଣେ ବିସ୍ମୟ ବାଳିକା ହେଉଛନ୍ତି କଟକ ଜିଲ୍ଲା ଆଠଗଡ ରାଧାଗୋବିନ୍ଦପୁରର ଆଦିତି ପ୍ରିୟଦର୍ଶିନୀ । ଆଦିତିଙ୍କ ବୟସ ୨ବର୍ଷ ୮ମାସ ହୋଇମଧ୍ୟ ସେ ବିଭିନ୍ନ ଶ୍ଲୋକକୁ ମନେ ରଖି ତାକୁ ଆବୃତ୍ତି କରିପାରୁଛନ୍ତି । ଏତେ କମ୍ ବୟସରେ ବି ବିଭିନ୍ନ ପଶୁପକ୍ଷୀ ଏବଂ ଓଡ଼ିଆ ଇଂଗ୍ରାଜୀ ମାସର ନାଁ ମନେ ରଖିପାରିଛନ୍ତି ଆଦିତି ସେଥିପାଇଁ ତାଙ୍କୁ ମଧ୍ୟ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ମିଳିଛି । ଆଦିତିଙ୍କ ଏହି ପ୍ରତିଭା ପାଇଁ ତାଙ୍କ ପରିବାର ଗର୍ବିତ । ତେବେ ଛୁଆ ବୟସରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇବା ପରେ ସମସ୍ତେ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।
ଜଗତସିଂହପୁରରୁ ଶଶାଙ୍କ ଶେଖର ପଣ୍ଡା ଓ ଆଠଗଡରୁ ନୀଳକଣ୍ଠ ଦୋରାଙ୍କ ରିପୋର୍ଟ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)