Advertisment

୨ ବର୍ଷର କୁନି ପିଲା କଣ୍ଠରେ ଜାତୀୟ ସଙ୍ଗୀତ, ମହାମୃତ୍ୟୁଞ୍ଜୟ ମନ୍ତ୍ର

ଓମ୍‌ ମାତ୍ର ଦେଢ ବର୍ଷର ହୋଇଥିବା ବେଳେ ଘରେ ରହିଥିବା ଘରକରଣା ସାମଗ୍ରୀକୁ ମନେ ରଖିଦେଉଥିଲା। ତାର ସ୍ମରଣ ଶକ୍ତି ଅଧିକ ରହିଛି ବୋଲି ଆମେ ଜାଣିଲୁ।

India Book Of Records

India Book Of Records

Advertisment

ବାଲେଶ୍ୱର: ମାତ୍ର ଦୁଇ ବର୍ଷ ୩ ମାସର କୁନି ପିଲା କହିପାରୁଛି ବିଭିନ୍ନ ଜାତୀୟ ପ୍ରତୀକ। ଗାନ କରିପାରୁଛି ଜାତୀୟ ସଙ୍ଗୀତ। ତା ସାଙ୍ଗକୁ କୌଣସି କଠିନ ପ୍ରଶ୍ନର ଉତ୍ତର ବି ଚଟାପଟ ଦେଇପାରୁଛି। ଏଥିପାଇଁ ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇଛି କୁନି ପିଲାଟିଏ। ବାଲେଶ୍ବର ସଦର ବ୍ଲକ ଚଣ୍ଡୀପୁର ଗାଁର ହରିଶ ଚନ୍ଦ୍ର ଜେନାଙ୍କ ପୁଅ ଆୟୁଷ୍ମାନ ଏହି ଗୌରବର ଅଧିକାରୀ ହୋଇପାରିଛି। ତାର ଡାକ ନା ଓମ୍।

Advertisment

ଓମ୍ କଥା କହିବା ବେଳେ ପାଟି ଖନୀ ମାରୁଛି, ଏମିତିକି ଠିକରେ କଥା କହି ପାରୁନାହିଁ। ହେଲେ ସେହି ପାଟିରେ ମହାମୃତ୍ୟୁଞ୍ଜୟ ମନ୍ତ୍ର, ଜାତୀୟ ସଙ୍ଗୀତ, ବିଭିନ୍ନ ବସ୍ତୁର ଇଂରାଜୀ ନାମ ସହ ଅନେକ କିଛି ମନେ ରଖି ପାରିଛି। ତାଙ୍କ ମାଆଙ୍କ କହିବାନୁଯାୟୀ ଓମ ଯେଉଁ କଥାଟି ଥରେ ଶୁଣି ଥାଏ ସେ କଥା ମନେ ରଖି ପରେ ତାକୁ ମନେ ପକାଇ କହି ପାରୁଛି। ଏମିତିକି ପଣିକିଆ ସହ ବହିରେ କିଛିକିଛି ପାଠ ମନେ ରଖି ପାରିଛି।

ଓମ୍‌ ମାତ୍ର ଦେଢ ବର୍ଷର ହୋଇଥିବା ବେଳେ ଘରେ ରହିଥିବା ଘରକରଣା ସାମଗ୍ରୀକୁ ମନେ ରଖିଦେଉଥିଲା। ତାର ସ୍ମରଣ ଶକ୍ତି ଅଧିକ ରହିଛି ବୋଲି ଆମେ ଜାଣିଲୁ। କିନ୍ତୁ ଅନେକ ଛୋଟ ପିଲା ତାଙ୍କର ପ୍ରତିଭାକୁ ଦେଖାଇ ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଉଛନ୍ତି। ଓମ୍ ପାଇଁ ଆମେ ସେଥିରେ ଆବେଦନ କରିଥିଲୁ। ଏହି ପ୍ରତିଭାକୁ ତାଙ୍କର ମା ହି ଉତ୍ସାହ ଦେଇଛନ୍ତି। 

Advertisment
Balesore India Book Of Record
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ