Advertisment

ଡ଼ାକ୍ତରଙ୍କ ଭୁଲ୍‌ ପାଇଁ ଚାଲିଗଲା ତୁଳସୀର ପ୍ରାଣ !

ଡାକ୍ତରଙ୍କ ନାଁରେ ଥାନାରେ ଲିଖିତ ଅଭିଯୋଗ ହୋଇଛି।

ଅଦ୍ୟତନ ହୋଇଛି
Wrong Injection Death

Wrong Injection Death

Advertisment

ଭୁଲ ଇଞ୍ଜେକସନ୍‌ରୁ ଚାଲିଗଲା ପ୍ରାଣ। ଏଭଳି କିଛି ଅଭିଯୋଗ ବ୍ରଜରାଜନଗରରୁ ଆସିଛି। ସ୍ଥାନୀୟ ଅଞ୍ଚଳର ଜଣେ ନାବାଳିକା ତୁଳସୀ ମହାନନ୍ଦର ଗତକାଲି ମୃତ୍ୟୁ ହୋଇଛି। ଏହାକୁ ନେଇ ଦେଖାଦେଇଛି ପ୍ରବଳ ଉତ୍ତେଜନା। ଲୋକେ ତୁଳସୀର ମୃତଦେହକୁ ନେଇ ବ୍ରଜରାଜନଗର ଥାନାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

Advertisment

ଅଭିଯୋଗ ଅନୁସାରେ, ତୁଳସୀର ଶରୀରରେ କିଛି ବଥ ବାହାରିଥିଲା। ଏହାର ଚିକିତ୍ସା ପାଇଁ ଗାନ୍ଧି ଛକରେ ଥିବା ଏକ ଘରୋଇ କ୍ଲିନକ୍‌କୁ ଯାଇଥିଲେ ତୁଳସୀ ଓ ତାଙ୍କ ମାଆ। ଡାକ୍ତର ସରୋଜ ପ୍ରଧାନ ଏକ ଇଞ୍ଜେକସନ୍ ଦେଇଥିଲେ। ଏହାପରେ ତାଙ୍କ ଅବସ୍ଥା ବିଗିଡ଼ି ଯିବା ସହ ତୁଳସୀର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଘଟଣା ପରେ ଡାକ୍ତରଙ୍କ ନାଁରେ ଥାନାରେ ଲିଖିତ ଅଭିଯୋଗ ହୋଇଛି। ଅପରପକ୍ଷେ ଏହି ଘଟଣାକୁ ନେଇ ଡାକ୍ତର ସରୋଜ ପ୍ରଧାନଙ୍କ ପ୍ରତିକ୍ରିୟା ମିଳିପାରିନି। 

Wrong Injection Death
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ