Advertisment

ସ୍କୁଲ୍‌ରେ ବିଦ୍ୟୁତ୍‌ ସକ୍‌; ୨ ଛାତ୍ର ସମେତ ପ୍ରଧାନଶିକ୍ଷକ ଗୁରୁତର

ସ୍କୁଲକୁ ପାଠ ପଢ଼ିବାକୁ ଯାଇଥିବା ବେଳେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୨ ଛାତ୍ର ଗୁରୁତର ହୋଇଛନ୍ତି। ସେମାନଙ୍କୁ ବିଦ୍ୟୁତ୍‌ ଆଘାତରୁ ମୁକୁଳାଇବାକୁ ଯାଇ ସ୍କୁଲର ପ୍ରଧାନଶିକ୍ଷକ ମଧ୍ୟ ଗୁରୁତର ହୋଇଛନ୍ତି।

author-image
Otv Khabar Bureau
Electrocution

Electrocution

ବାଲେଶ୍ୱର ଜିଲ୍ଲା ସୋର ପୌରାଞ୍ଚଳର ତେଲିଆଗଞ୍ଜ ନଛିପୁର ସ୍କୁଲରେ ବିଦ୍ୟୁତ ଆଘାତ ଲାଗି ୨ ଛାତ୍ରଙ୍କ ସହିତ ପ୍ରଧାନଶିକ୍ଷକ ଗୁରୁତର ହୋଇଛନ୍ତି । ସପ୍ତମ ଶ୍ରେଣୀର ୨ ଜଣ ଛାତ୍ର ସ୍କୁଲ କ୍ୟାଂପସରେ ଖେଳୁଥିବାବେଳେ ପାଣି ମୋଟରରେ ଲାଗିଥିବା ତାର ସଂସ୍ପର୍ଶରେ ଆସି ଯାଇଥିଲେ । ଏହା ଦେଖି ପ୍ରଧାନଶିକ୍ଷକ ଜିତେନ୍ଦ୍ର ମହାନ୍ତି ସେମାନଙ୍କୁ ବଞ୍ଚାଇବା ଲାଗି ସେଠାକୁ ଧାଇଁ ଯାଇଥିଲେ । ଫଳରେ ସେ ମଧ୍ୟ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯାଇଥିଲେ ବି ସେ ଦୁହିଁଙ୍କୁ ବଞ୍ଚାଇବାରେ ସକ୍ଷମ ହୋଇଥିଲେ । ତେବେ ତିନି ଆହତଙ୍କୁ ପ୍ରଥମେ ସୋର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହା ପରେ ସମସ୍ତଙ୍କୁ ବାଲେଶ୍ୱର ସ୍ଥାନାନ୍ତର କରାଯାଇଛି ।

Advertisment

ସୂଚନା ଅନୁଯାୟୀ, ତେଲିଆଗଞ୍ଜ ପ୍ରାଥମିକ ବିଦ୍ୟାଳୟରେ ଆଜି ସ୍ୱାଭାବିକ ଭାବେ କ୍ଲାସ ଚାଲୁଥିଲା। ମଧ୍ୟାହ୍ନ ପ୍ରାୟ ୧୨ଟା ପରେ ସପ୍ତମ ଶ୍ରେଣୀର ୨ ଛାତ୍ର ସ୍କୁଲ ପରିସରରେ ଥିବା ପାଣିମୋଟର ପାଖକୁ ଯାଇଥିଲେ। ଏହି ସମୟରେ ସେଠାରେ ଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ସେମାନେ ଚାଲି ଆସିଥିଲେ। ବିଦ୍ୟୁତ୍‌ ଆଘାତ ପାଇ ୨ ଛାତ୍ର ଚିତ୍କାର କରିବା ସହ ଛଟପଟ ହେଉଥିଲେ।

ସେମାନଙ୍କ ଚିତ୍କାର ଶୁଣି ଅନ୍ୟ ଛାତ୍ର, ଶିକ୍ଷକ ରୁଣ୍ଡ ହୋଇ ଯାଇଥିବା ବେଳେ କେହି ସେମାନଙ୍କୁ ଉଦ୍ଧାର କରିବାକୁ ସାହସ କରୁ ନ ଥିଲେ। ଏହି ସମୟରେ ସ୍କୁଲ ପ୍ରଧାନଶିକ୍ଷକ ସେମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରି ଗୁରୁତର ହୋଇଛନ୍ତି।

Advertisment

ଗୁରୁତର ୩ ଜଣଙ୍କୁ ପ୍ରଥମେ ସୋର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରୁ ସେମାନଙ୍କୁ ବାଲେଶ୍ୱର ସ୍ଥାନାନ୍ତର କରାଯାଇଛି। ପ୍ରଧାନଶିକ୍ଷକଙ୍କ ସମେତ ଜଣେ ଛାତ୍ରଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି।  ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଏକ ପ୍ରକାର ଭୟର ବାତାବରଣ ଖେଳିଯାଇଛି।

Electrocution Student & Teacher Injured
Advertisment
Advertisment